ସ୍ଥାନୀୟ ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ର ଦ୍ଵିତୀୟ ମ୍ୟାଚ ରେ ଆଜି ବିରାଟ କ୍ରିକେଟ ଏକାଡେମୀ କୋଲକାତା ଓ ୟୁନିଅନ ସ୍ପୋର୍ଟିଙ୍ଗ କଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କୋଲକାତା ଦଳ ପ୍ରଥମେ ଟସ ଜିଣି କଟକ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ l ନିର୍ଦ୍ଧାରିତ 30 ଓଭରରେ ଅଳଆଉଟ ହୋଇ 208 ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ସର୍ବେଶ୍ୱର ମହାନ୍ତି 48 ବଲ ରେ 80 ରନ ଏବଂ ଅକ୍ଷୟ ସିଂ 60 ବଳ ରେ 50 ରନ କରିଥିଲେ l କଲିକତା ପକ୍ଷରୁ ଅମନ ଆନନ୍ଦ 5 ବିକେଟ ନେଇଥିଲେ ତାର ଜବାବରେ କଲିକତା ଦଳ 24.1 ଓଭରରେ ମାତ୍ର 143 ରନ ସଂଗ୍ରହ କରିଥିଲେ ଫଳରେ 65ରନରେ କଟକ ଦଳ ବିଜୟୀ ହୋଇଥିଲେ। ଦ୍ଵିତୀୟ ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ପଦ୍ମପୁର ଟ୍ରକ ମାଲିକ ସଙ୍ଘ ର ସମ୍ପାଦକ ହେମନ୍ତ ପଟ୍ଟନାୟକ ଓ ସଭ୍ୟ ବବଲୁ ସିଂ ଓ ମୁଖ୍ୟ ଆକର୍ଷଣ ଓଡ଼ିଆ ସିନେ ତାରକା ଆଦ୍ୟାଶା ବିଶ୍ୱାଳ ଯୋଗଦାନ ଦେଇ ମେନ୍ ଅଫ ଦି ମ୍ୟାଚ ଭାବରେ କଟକ ଦଳର ତାପସ ରାଉତକୁ ପୁରସ୍କୃତ କରିଥିଲେ। ଦ୍ବିତୀୟ ଦିନ ର ମ୍ୟାଚ ଗୁଲବର୍ଗ ସିଟି 11 କର୍ଣ୍ଣାଟକ ଓ କ୍ୟୁସିଆଇ ୱାରିଅର ଛତିଶଗଡ ମଧ୍ୟରେ ଅନୁଷ୍ଠିତ ହେବ । ଆଜିର ଦ୍ଵିତୀୟ ଦିନ ର ମ୍ୟାଚ କୁ ଅମ୍ପାୟାର ଶ୍ୟାମସୁନ୍ଦର ପଣ୍ଡା ଏବଂ ସୁଶାନ୍ତ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣି ପାଣ୍ଡେ, ପ୍ରମୁଖ ମ୍ୟାଚ ର ଧାରାବିବରଣୀ ପ୍ରଦାନ କରିଥିଲେ ।
ରାଜ୍ୟ
29 ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ର ଦ୍ଵିତୀୟ ମ୍ୟାଚ: ୟୁନିଅନ ସ୍ପୋର୍ଟିଙ୍ଗ କଟକ ବିଜୟୀ
- Hits: 11