"ସଖୀ" ୱାନ ଷ୍ଟପ ସେଣ୍ଟର ତରଫରୁ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣପାଣିଗ୍ରାହୀ : ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର, ଗଜପତି ତରଫରୁ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରୀୟ ଯୁବ ଦିବସ ଉତ୍କଳ ବାଳାଶ୍ରମ , ପାରଳାଖେମୁଣ୍ଡି ଠାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟ କ୍ରମରେ ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟ କ୍ରମଟିକୁ ଆଗକୁ ବଢେଇ ଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଂଗୀତ ଉତ୍କଳ ବାଳାଶ୍ରମର କନ୍ୟା ମାନେ ପରିବେଷଣ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଓ ଏଲ୍ ଏମ୍ ସ୍ଵୟଂ ପ୍ରକଳ୍ପ (District Coordinator Cum Counsellor, Gender Intervention Programme) ର ଜିଲ୍ଲା ସଞ୍ଜୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ଏହି ଦିବସ ପାଳନର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରୀପାଠୀ ଏହି ଦିବସ ପାଳନ ର ଲକ୍ଷ ଏବଂ ଉଦ୍ଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିବା ସହ ଯୁବ ସମାଜ ଆଗକୁ ଗଲେ ଯାଇ ରାଷ୍ଟ୍ରର ଉନ୍ନତି ହୋଇପାରିବ ସେହି ବିଷୟରେ ଅବଗତ କରାଇଥିଲେ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମନୋରମା ଦେବୀ ସ୍ଵାମୀ ବିବେକାନନ୍ଦ ଙ୍କର ଜନ୍ମ ଦିବସ ଅବସରରେ ଅବଗତ କରାଇବା ସହ ଯୁବ ସମାଜ ଆଗକୁ ଗଲେ ଯାଇ ସମାଜ ଆଗକୁ ଯାଇ ପାରିବ ସେହି ବିଷୟରେ ଅବଗତ କରାଇଥିଲେ।
ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ,ଗଜପତି, ଡ଼. ଗୁଣନିଧି ନାୟକ ଯୋଗ ଦେଇ ଯୁବ ସମାଜ ଆଗକୁ ଯିବାକୁ ହେଲେ ଶିକ୍ଷ୍ୟା ର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ ସେହି ବିଷୟରେ ବୁଝାଇବା ସହ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ଗଜପତି ଯୋଗଦେଇ “ ଉଠ , ଜାଗ୍ରତ ହୁଅ ଲକ୍ଷ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବା ପାଇଁ ଅବଗତ କରାଇବା ସହ ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ ସେହି ବିଷୟରେ ବିଭିନ୍ନ ଗପ ମାଧ୍ୟମ ରେ ବୁଝାଇ ଥିଲେ। ଏହି ଦିବସ ପାଳନ ଅବସରରେ ଯୁବ ପିଢୀଙ୍କୁ ଜାଗ୍ରତ ଓ ଉତ୍ସାହିତ କରିବା ପାଇଁ ଉତ୍କଳ ବାଳାଶ୍ରମର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇ ଥିଲା।
ପରେ ଏହି କାର୍ଯକ୍ରମ ଉପଲକ୍ଷେ ସ୍ଲୋଗାନ ଦେଇ ଏହି ଦିବସର ଲକ୍ଷ କୁ ପ୍ରତିପାଦନ କରାଇ ଏକ Human Chain ମଧ୍ୟ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଉତ୍କଳ ବାଳାଶ୍ରମ ସୁପେରିଟେଣ୍ଡେଣ୍ଟ ଶ୍ରୀମତୀ ଏମ୍ ସୃତି ଏବଂ ସମସ୍ତ କର୍ମଚାରି ଉପସ୍ଥିତ ରହି ସହଯୋଗ କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇ ଏସ୍ ଆର୍ ଡ଼ି ୱାନ ଷ୍ଟପ କେନ୍ଦ୍ରର ମୋହିନୀ ପ୍ରଧାନ , ମଧୁସ୍ମିତା ପାଢୀ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି.ସୁରେଶ କୁମାର , ନିରୂପମା ରାଉଳ , ଏନ୍. ଉଷା , ଦିବ୍ୟ କୁମାର ସୁଆର ଏବଂ ଆଇ ଏସ୍ ଆର୍ ଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

0
0
0
s2sdefault