ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ୨୩ ତମ ବାର୍ଷିକ ଉତ୍ସବ ଓ ବିବେକାନନ୍ଦ ଜୟନ୍ତୀ ପାଳନ ହୋଇ ଯାଇଛି। ସକାଳ ସମୟ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିବେକାନନ୍ଦ ବେଶ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା। ଏହି ଅବସର ରେ ଏକ ଶୋଭାଯାତ୍ରା ବାସୁଦେବପୁର ବଜାର ପରିକ୍ରମା କରିଥିଲା। ପରେ ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ସଭାପତି ତାରାକାନ୍ତ ଡାଙ୍ଗୁଆ ଙ୍କ ସଭାପତିତ୍ବ ରେ ଅତିଥି ଭାବେ ଅଧ୍ୟାପକ ଡ ରାଜେନ୍ଦ୍ର କୁମାର ବେହେରା, ଏ ବି ଇ ଓ ଅମିୟ କୁମାର ମହାଳିକ, ଅଧ୍ୟାପିକା ଶ୍ରୀମତୀ ପୁଷ୍ପାଞ୍ଜଳି ନାୟକ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ପାଣିଗ୍ରାହୀ, ସମ୍ପାଦକ ସୁକାନ୍ତ କୁମାର ବାରିକ୍, ସହ ପ୍ରଧାନ ଆଚାର୍ଯ୍ୟ ଇପ୍ସିତା ମହାନ୍ତି ଉପସ୍ଥିତ ଥିଲେ। ସହ ପ୍ରଧାନ ଆଚାର୍ଯ୍ୟ ଇପ୍ସିତା ମହାନ୍ତି ବବାର୍ଷିକ ବିବରଣୀ ପାଠ କରିଥିଲେ। କଠିନ ପରିଶ୍ରମ ବଳରେ ସଫଳତା ହାସଲ, ପାଠ ପଢା ସହ ଅନ୍ୟ କ୍ଷେତ୍ର ରେ ପାରଦର୍ଶିତା ହାସଲ କରିବା ପାଇଁ ଲକ୍ଷ୍ୟ ରଖିବା ଉଚିତ୍, ପିଲା ମାନଙ୍କୁ ପିଲାଟି ଦିନରୁ ସବୁ କ୍ଷେତ୍ର ରେ ଲକ୍ଷ୍ୟ କଲେ, ପିଲା ଙ୍କ ପ୍ରତି ପରିଶ୍ରମ ଜାରି ରଖିବା ପାଇଁ ଅଭିଭାବକ ଅଭିଭାବିକା ଦାୟିତ୍ଵ ଉପରେ ସମସ୍ତ ଅତିଥି ମାନେ ନିଜ ନିଜ ର ବକ୍ତବ୍ୟ ରେ ଆଲୋକ ପାତ କରିଥିଲେ। ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ସଭା କାର୍ଯ୍ୟ କର୍ମ ପରେ ବିଦ୍ୟାଳୟ ର ବିଦ୍ୟାର୍ଥୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା।
ରାଜ୍ୟ
ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବିବେକାନନ୍ଦ ଜୟନ୍ତୀ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ।
- Hits: 6