ହେଡଲାଇନସ୍:

ବାବାଜୀ ସାହୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗଜବନ୍ଧ ରେ ଆତ୍ମସୁରକ୍ଷା ତାଲିମ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଜବନ୍ଧ ରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ବରିଷ୍ଠ ଅଧ୍ୟାପକ ତେଜେଶ୍ୱର ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ଅଧିକାରୀ ଦିଲୀପକୁମାର ଭୋଇ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ବୀଣାପାଣି ବିଶ୍ଵାଳ ଯୌନ ନିର୍ଯାତନା ସମ୍ପର୍କରେ ୧୦୩ ଜଣ ଛାତ୍ରୀ ଙ୍କୁ ସଚେତନ କରାଇଥିଲେ l ଅଧ୍ୟାପକ ସୀତାରାମ ପଟେଲ ଆତ୍ମସୁରକ୍ଷା ର ଆବଶ୍ୟକତା ଓ ଉପାଦେୟତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ତଥ୍ୟପରିଚାଳକ ମଧୁସୂଦନ ଭୋଇ , ଡେମୋଷ୍ଟ୍ରେଟର ରାଜକିଶୋର ନାଗ , କିରାଣୀ ସୁବାଷ ଚନ୍ଦ୍ର ନାଗ, ଲକ୍ଷ୍ମୀନ୍ଦ୍ର ଭୋଇ, ଗୌରାଙ୍ଗଚରଣ ସାହୁ,ବଣ୍ଟି ବିଶ୍ୱାଳ ସହଯୋଗ କରିଥିଲେ । ମୁଖ୍ୟ ତାଲିମଦାତା ପ୍ରଣତୀ ପଧାନ ଓ ନିକିତା ମହାଣା ଛାତ୍ରୀମାନଙ୍କୁ ଆତ୍ମରକ୍ଷା ର ବିଭିନ୍ନ କୌଶଳ ଉପରେ ତାଲିମ ଦେଇଥିଲେ l ଶେଷରେ ଶାରୀରିକ ଶିକ୍ଷା ଶିକ୍ଷକ ବନ୍ଦୋବସ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault