ହେଡଲାଇନସ୍:

ନୃସିଂହନାଥରେ ସହୀଦ ମାଧୋ ସିଂ ବୀରତା ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗନ୍ଧମାର୍ଦ୍ଧନ ରେ ପ୍ରସ୍ତାବିତ ଖଣି ଖନନ କୁ ତୀବ୍ର ବିରୋଧ

ଡବଲ ଇଞ୍ଜିନ ସରକାର ଗନ୍ଧମାର୍ଦ୍ଧନ ର ସୁରକ୍ଷା ପାଇଁ ସଂସଦ ରେ ବିଲ ପାସ କରାଇବା ପାଇଁ ଦାବି।

ବରଗଡ :- : ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଧନ ର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ତଥା ମହାପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥ, ବାବା ହରିଶଙ୍କର, ମାତା ବିନ୍ଧବସିନୀଙ୍କର ଦର୍ଶନ କରିବା ପାଇଁ ପ୍ରତେକ ଦିନ ହଜ଼ାର ହଜାର ସଂଖ୍ୟାରେ ପର୍ଯଟକ ଓ ତୀର୍ଥଯାତ୍ରୀ ଗନ୍ଧମାର୍ଦ୍ଧନ ପର୍ବତର ପାଦଦେଶ କୁ ଆସିଥାନ୍ତି। ଏହା ସହିତ ଗନ୍ଧମାର୍ଦ୍ଧନ ପର୍ବତ ପାଦଦେଶରେ ଅବସ୍ଥିତ ଗ୍ରାମ ଗୁଡିକର 50000 ରୁ ଉର୍ଦ୍ଧ ଲୋକ ପ୍ରତକ୍ଷ ଓ ପରୋକ୍ଷ ଭାବରେ ନିଜର ଜୀବନ ଜୀବିକା ପାଇଁ ଗନ୍ଧମାର୍ଦ୍ଧନ ପର୍ବତ ଉପରେ ନିର୍ଭରଶୀଳ। ଗତ ସେପ୍ଟେମ୍ବର ମାସ ଠାରୁ ଏହି ଅଞ୍ଚଳର ଲୋକ ମନଙ୍କୁ ବଲାଙ୍ଗୀର ଜିଲ୍ଲା ପଟଣାଗଡ଼ ଓ ଖପ୍ରାଖୋଲ ତହସିଲ ଅଂଚଳ ରେ ହେଉଥିବା ସହ ସହ ଏକଡ଼ ଜମି କିଣା ବିକା କୁ ନେଇ ଲୋକଙ୍କ ମନରେ ଆଶଙ୍କା ଉପୁଜୀବ ସହ ଏହି ଜମି କିଣା ବିକାରେ ଆଡାନୀ ଗ୍ରୁପର ସମ୍ପର୍କ ଥିବା କାରଣରୁ ଲୋକଙ୍କ ମନରେ ଗନ୍ଧମାର୍ଦ୍ଧନ ର ସୁରକ୍ଷାକୁ ନେଇ ଅନେକ ପ୍ରକାର ଆଶଙ୍କା ଓ ଉତ୍ତେଜନା ଦେଖା ଦେଉଛି। ଏଠାରେ ସୂଚନାଯୋଗ୍ୟ ଯେ 80 ଦଶକ ରେ ଗନ୍ଧମାର୍ଦ୍ଧନରେ BALCO କମ୍ପାନୀ ର ଖଣି ଖନନ କୁ ନେଇ ଏ ଅଞ୍ଚଳରେ ଏକ ବିରାଟ ଜନ ଆନ୍ଦୋଳନ ହେଇଥିଲା। ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ସରକାର BALCO କୁ ଦେଇଥିବା ଲିଜ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ଠିକ ସେହି ଅବସ୍ଥା ବର୍ତମାନ ଦେଖା ଦେଉଛି। ପାହାଡ ର ଉଭୟ ପାର୍ଶ୍ଵରେ ଲୋକେ ଏକତ୍ରିତ ହୋଇ ଆଡାନୀ ବିରୋଧରେ ତୀବ୍ର ଆନ୍ଦୋଳନ କରିବା ପାଇଁ ବାହାରି ଗଲେଣି ଯାହାର ଏକ ଝଲକ ଆଜି ପବିତ୍ର ନୃସିଂହନାଥ ପୀଠରେ ପାଳିତ ହୋଇଥିବା ସହିଦ ଦିବସ ଅବସରରେ ଦୃଷ୍ଟିଗୋଚର ହୋଇଥିଲା। ପାଇକମାଳ ବ୍ଳକ ନୃସିଂହନାଥ ସ୍ଥିତ ବିନ୍ଧ୍ୟାବାସୀନି ଯାତ୍ରୀ ନିବାସରେ ସହୀଦ ମାଧୋ ସିଂ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ସଭା ପୂର୍ବରୁ ପାଇକମାଳ ବଜାର ପ୍ରାଙ୍ଗଣରୁ ଏକ ବିରାଟ ଶୋଭାଯାତ୍ରାରେ ସମସ୍ତେ ପାଇକମାଳ ଧର୍ମଶାଳା ପଯ୍ୟନ୍ତ ଆସିଥିଲେ । ଏହି ସମାବେଶରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ କର୍ମକର୍ତ୍ତା ଏବଂ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ମିଳିତ ଆନୁକୁଲ୍ୟରେ ଜାତି,ଦଳ, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ଆଇନ ନିମନ୍ତେ ଦାବି କରାଯାଇଥିଲା। ୪୧ଟି ବହୁ ରାଷ୍ଟ୍ରୀୟ କମ୍ପାନୀ ବଲାଙ୍ଗୀର ଖଣି ବିଭାଗରେ କରାଯାଇଥିବା ଆବେଦନ ପତ୍ରକୁ ବାତିଲ କରାଯାଉ। ଦରକାର ଠାରୁ ବହୁ ଅଧିକ ଜମି କ୍ରୟ ବିକ୍ରୟ ଚାଲିଛି। ସବୁ ଜମିରେ କ୍ରୟ ବିକ୍ରୟ ବାତିଲ କରି ଜମି ପଟ୍ଟାକୁ ରଦ୍ଦ କରାଯାଉ । ଏହି ସମାବେଶରେ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟରେ ଚାଲିଥିବା ଗଣଧାରଣାକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିବାକୁ ସଭାରେ ସମସ୍ବର ଘୋଷଣା କରା ଯାଉ ବୋଲି ଉପସ୍ଥିତ ସମସ୍ତ ଅତିଥି ମାନେ ମତ ପ୍ରକାଶ କରି ଥିଲେ । ଏହି ଆଲୋଚନାଚକ୍ରରେ ରାଜକୁମାର ସେଠ ସଭାପତିତ୍ୱ କରିଥିବା ବେଳେପ୍ରଥମେ ସଭାର ଉଦ୍ୟେଶ ଜ୍ଞାପନ ହୃଦାନନ୍ଦ ବାରିକ କରିଥିଲେ। ଲିଙ୍ଗରାଜ ଆଜାଦ,ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ଖପ୍ରାଖୋଲ ର, ସଂଗ୍ରାମୀ ସୁଶୀଲ ନାୟକ, ପୂର୍ବତନ ମନ୍ତ୍ରୀ ସ୍ନେହାଗିନୀ ଛୁରିଆ, ପୂର୍ବତନମନ୍ତ୍ରୀ ରିତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ,ରାଜୁ ଘିବଲା, କ୍ଷେତ୍ରୀ ଲୁହାର, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଲିଙ୍ଗରାଜ ଆଜାଦ ,ପ୍ରମୁଖ ଯୋଗଦେଇ ଅତିଥି ଭାବେ ଯୋଗ ଦେଇ ସହିଦ ମାଧୋ ସିଂ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ଦ୍ବିପ ପ୍ରଜ୍ବଳନ କରି ନିଜସ୍ବ ମତ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଞ୍ଜାଲ ସମାଜର ନୂଆପଡ଼ା ୟୁଥ୍ କ୍ଳବ୍ ଜିଲ୍ଲା ପରିଷଦ ମାଧୋ ସିଂ ଉପରେ ଆଧାରିତ ନୃତ୍ୟ ନାଟିକା ଖୁବ୍ ସୁନ୍ଦର ଭାବରେ ପରିବେଶ କରିଥିଲେ। ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଗିରିଷ ଡଣ୍ତସେନା, ମୋହନ ଜଗତ ଓ ଅନ୍ୟ ସହଯୋଗୀମାନେ ସହଯୋଗ କରିଥିବା ବେଳେ ବେଳେ ଗୁପତ ରାମ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault