ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଜାତୀୟ ଖୋ ଖୋ ଟିମ୍ କୁ ରାଜ୍ୟ ସରକାର 3 ବର୍ଷ ପାଇଁ ସ୍ପନସର୍ କରିବେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ସରକାର ଖର୍ଚ୍ଚ କରିବେ ବର୍ଷକୁ 5 କୋଟି, 3 ବର୍ଷରେ 15 କୋଟି

ଭୁବନେଶ୍ୱର: ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ । ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ‘ଖୋ ଖୋ’ ଖେଳର ଜାତୀୟ ଟିମକୁ ଆଗାମୀ 3 ବର୍ଷ ପାଇଁ ସ୍ପନସର କରିବେ । ଏହି ସ୍ପନସରସିପ ର ଅବଧି 2025 ଜାନୁଆରୀରୁ 2027 ଡିସେମ୍ବର ପର୍ଯ୍ୟନ୍ତ ରହିବ। ଏଥିପାଇଁ ବର୍ଷକୁ 5 କୋଟି ଟଙ୍କା ଲେଖାଏଁ ସମୁଦାୟ 15 କୋଟି ଟଙ୍କା ଖର୍ଚ୍ଚ ହେବ। ଓଡିଶା ଖଣି ନିଗମ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବ। ଏହାଦ୍ୱାରା ଭାରତୀୟ ଖୋ ଖୋ ଖେଳାଳୀ ପ୍ରୋତ୍ସାହନ ପାଇବା ସହିତ ଓଡିଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ ଉଜ୍ଜଳ କରିପାରିବ ।

0
0
0
s2sdefault