ହେଡଲାଇନସ୍:

ଖଲ୍ଲିକୋଟ ଏନ୍ ଏ ସି ରୁ ଉଠାଇ ନିଆଗଲା କେଫ୍ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): କହିଲେ କୁଳ କୁଟୁମ୍ବ କୁ ଲାଜ, ନ କହିଲେ କୁଳ ଭାସି ଯାଉଛି। ଦୀପ ତଳେ ଅନ୍ଧାର, । ଏସଂକ୍ରାନ୍ତରେ କହିବାକୁ ଗଲେ, ଖଲ୍ଲିକୋଟ ଏନ୍ ଏ ସି ର ସମ୍ମୁଖ ରେ ଦୁଇ ଟି CAFE
ରଖା ଯାଇଥିଲା । ଖବର ନେବାରୁ ଜଣାପଡିଛି ଯେ ,ଉକ୍ତ CAFE ଆସିଥିଲା ସ୍ବୟଂ ସ‌ହାୟକ ଗୋଷ୍ଠୀ ଙ୍କ ପାଇଁ, କିନ୍ତୁ ଆଜି ଦେଖିବାକୁ ମିଳିଛି ,ଉକ୍ତ ଦୁଇଟା କେଫ୍ ଟ୍ରଲ୍ ରେ ଲଗାଯାଇଛି। ଏହାକୁ ଅନ୍ୟତ୍ର ନେବାପାଇଁ । ଏଅଵସରରେ ଶାସକ ପ୍ରଶାସକ ର ରିପୋର୍ଟ ର ଶିବରାମ ଜେନା ଖଲ୍ଲିକୋଟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚେୟାର ମେନ୍ ଙ୍କ ସହିତ ନିଜେ ସାକ୍ଷାତକାର ରେ ଆଲୋଚନା କରିଥିଲେ। ସେମାନେ କହିଲେ ଯେ, ଖଲ୍ଲିକୋଟ ଏନ୍ ଏ ସି ନିଜ ସ୍ବ
ଫଣ୍ଡ୍ ନାହିଁ । ଏଥି ପାଇଁ କୋୖଣସି ଆଦେଶ ପତ୍ର ନାହିଁ । ଏନ୍ ଏ ସି ରୁ ଟଙ୍କା ନଦେବାରୁ ମାଲିକ ଉକ୍ତ କେଫ୍ କୁ ଉଠାଇ ନେଇ ଥିବା ବେଳେ , ଖଲ୍ଲିକୋଟ ଏନ୍ ଏ ସି ର ଵ‌ହୁତ କାର୍ଯ୍ୟ ବିନା ୱାରକ୍ ଅର୍ଡରେ ହୋଇ ଥିବା ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି। ଏ‌ହାର ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ତଦନ୍ତ କଲେ ପ୍ରକୃତ ରହସ୍ୟ ପଦାକୁ ଆସିବ।

0
0
0
s2sdefault