ହେଡଲାଇନସ୍:

ପି.ଏମ ପୋଷଣ ପାଚିକା ଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର,୨୬/୧୨/୨୦୨୪ଶାସକ ପ୍ରଶାସକ(ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପି ଏମ ପୋଷଣ ରେ କାର୍ଯ୍ୟ କରୁଥିବା ପାଚିକା ମାନଙ୍କ ପ୍ରଥମ ପର୍ଯ୍ୟାୟ ବ୍ଲକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଡୁଙ୍ଗୁରିପାଲି ଗୋଷ୍ଠୀ ସହ-ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଧା ଯୋଗଦେଇ ପି.ଏମ.ପୋଷଣ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ରେ କାର୍ଯ୍ୟ କରୁଥିବା ପାଚିକା ମାନଙ୍କ ଦାୟିତ୍ୱ ଓ କର୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ l ଡୁଙ୍ଗୁରିପାଲି ବ୍ଲକ ର ମାୟାବର୍ହା, ରାମପୁର, ବାଙ୍କୀପାଲି, ଗଜବନ୍ଧ, ଅନ୍ଧାରିବାଞ୍ଜି କ୍ଲଷ୍ଟର ରୁ ଶହେ ଜଣ ପାଚିକା ଯୋଗଦେଇ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ରେ ସ୍ୱଚ୍ଛତା, ଜଳ ସଂରକ୍ଷଣ, ପୋଷଣ ବଗିଚା,ଆପ୍ରନ, ମାସ୍କ ଓ ଟୋପି ର ବ୍ୟବହାର,ଅମ୍ଲାନ କାର୍ଯ୍ୟକ୍ରମ, ପ୍ରାଥମିକ ଚିକିତ୍ସା, ଖାଦ୍ୟ ପଦାର୍ଥ ର ଗୁଣବତ୍ତା ଓ ରୋଷେଇ ପ୍ରଣାଳୀ ବିଷୟରେ ତାଲିମ ନେଇଥିଲେ l ଗଜବନ୍ଧ ସିଆରସିସି ନରେନ୍ଦ୍ର କୁମାର ପୁରୋହିତ,ଚେରୁପାଲି ସିଆରସିସି ଦିଲୀପ କୁମାର ପଧାନ, ଅନ୍ଧାରିବାଞ୍ଜି ସିଆରସିସି ଚିତ୍ତରଞ୍ଜନ ଠାକୁର,ପିଏମ ପୋଷଣ ତଥ୍ୟ ପରିଚାଳକ ବିନାୟକ ମିଶ୍ର ତାଲିମ ପ୍ରଦାନ କରିଥିଲେ l

ପାଚିକା ମାନଙ୍କ ମଧ୍ୟରେ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉଦଯାପନୀ ଉତ୍ସବରେ ବାଙ୍କୀପାଲି ସିଆରସିସି ସୁନୀଲ କୁମାର ସେଟ,ରାମପୁର ସିଆରସିସି ପ୍ରଦୀପ୍ତ କିଶୋର ଦାଶ, ମାୟାବର୍ହା ସିଆରସିସି ସୌରଭ ସାହୁ, ସ୍ଥାନୀୟ ପ୍ରଧାନଶିକ୍ଷକ ହେମସାଗର ବାଗ,ସାରସମାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରମାକାନ୍ତ ବିଶ୍ୱାଳ,ଗରିଆଡେରା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡିଙ୍ଗର ବିଶ୍ୱାଳ,ବଡ଼କର୍ଲେ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରାମଗୋପାଳ ଭୋଇ,ଅମାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳି ପୋଥାଳ, ମିର୍ଧାପଡା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ କୁମୁଦିନୀ ମିର୍ଧା ସମ୍ମାନିତ ଅତିଥିଭାବେ ଯୋଗଦେଇ ମାନପତ୍ର ବିତରଣ କରିଥିଲେ l ଶେଷରେ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପାଚିକା ଆଶାବତୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault