ହେଡଲାଇନସ୍:

ଘୁ.ଉଦୟଗିରି ପାରଦ ତଳ ମୁହାଁ, ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ପୁଣି ଥରେ ଶୀତର ପ୍ରକୋପ ବଢିବାରେ ଲାଗିଛି । କିଛିଦିନର ଦିନ ବ୍ଯବଧାନରେ ପୁଣିଥରେ ପାରଦ ତଳମୁହାଁ ହୋଇଛି । ଆଜି ଘୁ.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀରେ ପହଞ୍ଚି ଥିବା ରେକର୍ଡ କରିଛି କ୍ରୁଷି ଗବେଷଣା କେନ୍ଦ୍ର ।ଫଳରେ ଏହାର ପ୍ରକୋପରେ ଶୀତ ବଢିବାରେ ଲାଗିଛି । ଲଘୁଚାପ, ଘୂର୍ଣ୍ଣିଳୟ ଯୋଗୁ ବର୍ଷା ଏବଂ ପରବର୍ତ୍ତୀ ସମୟରେ ପାଗ ମେଘୁଆ କାରଣରୁ ଏକ ସପ୍ତାହ ହେଲା ଶୀତ କମିଯାଇ ଥିବା ବେଳେ ଆଜି ଠାରୁ ପୁଣିଥରେ ଅନୁଭୂତ ହୋଇଛି ଶୀତ । କୋହଲା ପବନରେ ଦେହ କାଲୁଆ ହୋଇ ଯାଇଥିବା ବେଳେ ରାସ୍ତା କଡରେ ବସି ବ୍ଯବସାୟ କରୁଥିବା ବ୍ଯବସୀୟୀ, ଜଗଂଲ ଜାତ ସାମଗ୍ରୀ ସଂଗ୍ରହ କରି ପେଟ ପୋଷୁଥିବା ଲୋକ, ଅସହାୟ, କଚା ଘରେ ରହୁଥିବା ଲୋକକଂ ପାଇଁ ବଢାଇ ଦେଇଛି ଚିନ୍ତା । ପୁଣି ଥରେ ଶୀତରୁ ରକ୍ଷା ପାଇବା ପାଇଁ ସକାଳ ଏବଂ ସଂନ୍ଧ୍ଯାରେ ରାସ୍ତା କଡରେ ନିଆଁ ପାଖରେ ବସିବା ଦେଖିବାକୁ ମିଳିଛି ।

0
0
0
s2sdefault