ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୩୦/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଆଜି ଶିଶୁ ଶିବିର ଓ ସହଭୋଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ଏମ ସୂର୍ଯ୍ୟନାରାୟଣ ସୁବୁଦ୍ଧି ପ୍ରଦୀପ ପ୍ରଜ୍ବଳନ କରି ଶିଶୁ ଶିବିର କୁ ଆନୁଷ୍ଠାନିକ ଉଦଘାଟନ କରିଥିବା ବେଳେ ପରିଚାଳନା କମିଟି ର ସମ୍ପାଦକ ସଞ୍ଜୟ କୁମାର ପାଢୀ ଓ କୋଷାଧ୍ୟକ୍ଷ କିଶୋର ସିଂ ଲାଲ ମଞ୍ଚାଷିନ ଥିଲେ। ସଭାପତି ଏମ ସୂର୍ଯ୍ୟନାରାୟଣ ସୁବୁଦ୍ଧି ଶିଶୁ ଭାଇ ଓ ଭଉଣୀ ଙ୍କୁ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭକରି ଜଣେ ଉତ୍ତମ ନାଗରିକ ହୋଇ ଦେଶ ଓ ଜାତିର ନାମ ରଖିବାକୁ କହିଥିଲେ। ନିଜ ଭିତର ରହିଥିବା ଲୁକ୍କାୟିତ ପ୍ରତିଭା ବିକାଶ ଦିଗରେ କାର୍ଯ୍ୟ କରିବାକୁ କହିଥିଲେ। ଏହି ଅବସରରେ ଶିଶୁ ଭାଇ ଓ ଭଉଣୀ ମାନଙ୍କୁ ନେଇ ଫେନ୍ସି ଡ୍ରେସ, ଓପନ କୁଇଜ୍, ଆଳୁ ଚାମଚ ଓ ମ୍ୟୁଜିକାଲ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଚାରକ ଭାବେ ବରିଷ୍ଠ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି,ଅଜୟ ବଲ୍ଲଭ ପଣ୍ଡା ଓ ଲକ୍ଷ୍ମୀକାନ୍ତ ରଥ ଉପସ୍ଥିତ ଥିଲେ। ଏହାପରେ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ଅତିଥି ଓ ଶିଶୁ ଭାଇ ଭଉଣି ଙ୍କୁ ନେଇ ସହଭୋଜ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା କମିଟି ର ଉପ ସଭାପତି ମଙ୍ଗରାଜ ମାଝୀ, ସଭ୍ୟା ସୁଗ୍ୟାନୀ ବେହେରା,ଅନୁପମା ନିଗି ସହ ଭଗବାନ ମହାନ୍ତି,ସୁରେଶ ଚନ୍ଦ୍ର ବେହେରା,ଗଙ୍ଗା ମହାଙ୍କୁଡ, ପ୍ରମୁଖ ଉପସ୍ଥିତ ଥିଲେ। ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ୩୦୦ ରୁ ଉର୍ଦ୍ଧ ଶିଶୁ ଭାଇ ଭଉଣି ଶିଶୁ ଶିବିର ରେ ଯୋଗ ଦେଇଥିଲେ।
ରାଜ୍ୟ
ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଶିଶୁ ଶିବିର ଓ ସହଭୋଜ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 459