ଭୁବନେଶ୍ୱର, (୩୦/୧୧): ଆସନ୍ତାକାଲି ଠାରୁ ଆରମ୍ଭ ହେବ ୩୫ତମ କୋଣାର୍କ ଉତ୍ସବ। ୧ ଡିସେମ୍ବର ଠାରୁ ୫ ଡିସେମ୍ବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ମୁକ୍ତାକାଶ ରଙ୍ଗମଞ୍ଚ, କୋଣାର୍କ ଠାରେ ଅନୁଷ୍ଠିତ ହେବ।
ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୫ ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶୀ, କଥକ, ମଣିପୁରୀ, ମୋହିନୀୟାଟ୍ଟମ, କୁଚିପୁଡ଼ୀ, ଭାରତନାଟ୍ୟମ ଆଦି ଶାସ୍ତ୍ରୀୟ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ସାଂସ୍କୃତିକ କାର୍ଯ୍ୟକ୍ରମର ସବିଶେଷ ବିବରଣୀ
୧ ଡିସେମ୍ବର
ସନ୍ଧ୍ୟା ୬.୩୦ ରୁ ୭.୩୦
ଓଡ଼ିଶୀ (ଗୁରୁ ଶ୍ରୀ ଲିଙ୍ଗରାଜ ପ୍ରଧାନ, ଗୁରୁ ଶ୍ରୀ ପଙ୍କଜ କୁମାର ପ୍ରଧାନ ଓ ସାଥୀ - ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର )
ସନ୍ଧ୍ୟା ୭.୩୦ ରୁ ୮.୩୦
କଥକ (ମାଳତୀ ଶ୍ୟାମ ଏବଂ ନୃତ୍ୟବୃନ୍ଦ, ନୂଆ ଦିଲ୍ଲୀ)
୨ ଡିସେମ୍ବର
ସନ୍ଧ୍ୟା ୬.୩୦ ରୁ ୭.୩୦
ମଣିପୁରୀ (ପ୍ରିତୀ ପଟେଲ ଏବଂ ନୃତ୍ୟବୃନ୍ଦ, ଅଞ୍ଜିକା ସେଣ୍ଟର, କୋଲକାତା)
ସନ୍ଧ୍ୟା ୭.୩୦ ରୁ ୮.୩୦
ଓଡ଼ିଶୀ (ଆଲୋକ କାନୁନ ଗୋ ଏବଂ ନୃତ୍ୟବୃନ୍ଦ, ସିଞ୍ଜନ ନୃତ୍ୟାଳୟ, କୋଲକାତା)
୩ ଡିସେମ୍ବର
ସନ୍ଧ୍ୟା ୬.୩୦ ରୁ ୭.୩୦
ଓଡ଼ିଶୀ (ଅର୍ଣ୍ଣବ ବନ୍ଦୋପାଧ୍ୟାୟ ଏବଂ ନୃତ୍ୟବୃନ୍ଦ, ଦର୍ପଣୀ, କୋଲକାତା )
ସନ୍ଧ୍ୟା ୭.୩୦ ରୁ ୮.୩୦
ମୋହିନୀୟାଟ୍ଟମ (ସୁନନ୍ଦା ନାୟର ଏବଂ ନୃତ୍ୟବୃନ୍ଦ, ୟୁ. ଏସ. ଏ)
୪ ଡିସେମ୍ବର
ସନ୍ଧ୍ୟା ୬.୩୦ ରୁ ୭.୩୦
କୁଚିପୁଡ଼ୀ (ଦୀପିକା ରେଡି ଏବଂ ଦୀପାଞ୍ଜଳି, ହାଇଦରାବାଦ)
ସନ୍ଧ୍ୟା ୭.୩୦ ରୁ ୮.୩୦
ଓଡ଼ିଶୀ (ବିଚିତ୍ରାନନ୍ଦ ସ୍ୱାଇଁ ଏବଂ ନୃତ୍ୟବୃନ୍ଦ, ରୁଦ୍ରାକ୍ଷ ଫାଉଣ୍ଡେସନ, ଭୁବନେଶ୍ୱର)
ଡିସେମ୍ବର ୫
ସନ୍ଧ୍ୟା ୬.୩୦ ରୁ ୭.୩୦
ଓଡ଼ିଶୀ (ଡୋନା ଗାଙ୍ଗୁଲି ଏବଂ ନୃତ୍ୟବୃନ୍ଦ, ଦୀକ୍ଷା ମଞ୍ଜରୀ, କୋଲକାତା)
ସନ୍ଧ୍ୟା ୭.୩୦ ରୁ ୮.୩୦
ଭାରତନାଟ୍ୟମ (ଗୀତ ଚନ୍ଦ୍ରନ ଏବଂ ନୃତ୍ୟବୃନ୍ଦ, ନାଟ୍ୟବୃକ୍ଷ ଡ଼୍ୟାନସ୍ କଲେକଟିଭ୍, ନୂଆଦିଲ୍ଲୀ )