ହେଡଲାଇନସ୍:

 ଦେଶର ଅର୍ଥନୀତି ରସାତଳଗାମୀ ହେବା ସହିତ ଅଭିବୃଦ୍ଧି ହାର ତଳକୁ ଖସି ଆସିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନଭେମ୍ବର ୮କୁ କଳା ଦିବସ ଭାବେ ପାଳନ କଲା କଂଗ୍ରେସ-

 

ବାରିପଦାରୁ ଦିଲ୍ଲୀପ ମହାନ୍ତି :  ନଭେମ୍ବର ୮ ରାତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିମୁଦ୍ରାକରଣ ଘୋଷଣା କରିଥିଲେ । ଆଜି ି ବିମୁଦ୍ରାକରଣକୁ ଏକ ବର୍ଷ ପୂରଣ ହେଉଥିବା ବେଳେ ଏହି ଦିନକୁ କଂଗ୍ରେସ କଳା ଦିବସ ଭାବେ ପାଳନ କରିଛି । ଜାତୀୟ କଂଗ୍ରେସର ଉପସଭାପତି ରାହୁଳ ଗାନ୍ଧୀଙ୍କ ନିଦେ୍ର୍ଧଶ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲାର ସଦର ମହକୁମା ବାରିପଦାଠାରେ ଜିଲା  କଂଗ୍ରେସର ନଗର ସଭାପତି ବିଜୟ ସିଂଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଥିଲା । ଏଥିରେ ଜିଲା କଂଗ୍ରେସର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ବିଜନ ଦାସ ଯୋଗ ଦେଇ  କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାର ନିଜର ରାଜନୈତିକ ସ୍ୱାର୍ଥ ସାଧନ, ଶିଳ୍ପପତି ଓ ଧନୀକ ଶ୍ରେଣୀକୁ ସହାୟତା ପ୍ରଦାନ କରିବାକୁ ଯାଇ ୨୦୧୬ ନଭେମ୍ବର ୮ ଭାରତରେ ବିମୁଦ୍ରାୟନ ଭଳି ଏକ ବିଫଳ ପଦକ୍ଷେପ ଉଠାଇଥିଲେ । ଏହାର ପ୍ରଭାବରେ ଦେଶର ଅର୍ଥନୀତି ରସାତଳଗାମୀ ହେବା ସହିତ ଅଭିବୃଦ୍ଧି ହାର ତଳକୁ ଖସି ଆସିଥିବା ବେଳେ ଏହାର କୁପ୍ରଭାବ ସିଧାସଳଖ ଜନସାଧାରଣଙ୍କ ଉପରେ ପ୍ରତିଫଳିତ ହେବାରୁ ଶତାଧିକ ଲୋକଙ୍କ ମୃତୁ୍ୟ ହେଲା । ଲୋକଙ୍କ ରୋଜଗାର ଛଡ଼ାଇ ନେଲା । ମୋଦି ସରକାରରେ ବିମୁଦ୍ରାକରଣ ପରେ ସନ୍ତ୍ରାସବାଦ ବୃଦ୍ଧି ଓ ନକଲି ନୋଟ କାରବାର ବୃଦ୍ଧି ପାଇଛି ବୋଲି କହିଥିଲେ । ସେହିପରି ଜିଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ସିଧାସଳଖ ଭାବେ ଟାର୍ଗେଟ କରିବାକୁ ଯାଇ କହିଥିଲେ ମୋଦି ଭାରତବାସୀଙ୍କ ସହିତ ପ୍ରତାରଣା ଓ ବିଶ୍ୱାସଘାତକତା କରିଛନ୍ତି । ନିଜର ପଦମର୍ଜାଦା ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଦେଶବାସୀଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ଆଜି ଦେଶର କୋଣ ଅନୁକୋଣରେ ଆତଙ୍କ ଖେଳାଇବାକୁ ଉଦ୍ୟମ କରୁଛନ୍ତି । ବିଜେପିର ନେତାମାନେ ଦୁର୍ନୀତିର ଗନ୍ତାଘର ପାଲଟି ଯାଇଛନ୍ତି । ଧର୍ମ ଓ ଜାତିକୁ ନେଇ ଦେଶରେ ଅସ୍ଥିରତା ସୃଷ୍ଟି କରିବାରେ ଲାଗିଛନ୍ତି । ପୁଣି ଜିଏସଟି ଲଗାଇ ଜନସାଧାରଣଙ୍କୁ ଶୋଷଣ କରିବାରେ ଲାଗିଛନ୍ତି ବୋଲି ନିଜ ବ୍ୟକ୍ତବ୍ୟରେ କହିଥିବା ବେଳେ ରାଜ୍ୟ କଂଗ୍ରେସ ସମ୍ପାଦକ ନିରୋଜ ଲୋଚନ ଦାଶ ମୋଦି କଳାଧନ ଫେରାଇ ଆଣି ଦେଶର ପ୍ରତ୍ୟେକ ଜନସାଧାରଣ ବ୍ୟାଙ୍କ ଖାତାକୁ ୧୫/୨୦ ଲକ୍ଷ ଟଙ୍କା କେବେ ଆସିବ, ଦେଶରେ ୨ କୋଟି ଯୁବକଯୁବତୀମାନଙ୍କୁ କେବେ ନିଯୁକ୍ତି ମିଳିବ, ଅମିତ ଶାହାଙ୍କ ପୁଅର ସମ୍ପତ୍ତି ଏକ ବର୍ଷରେ ୧୬ ଶହଗୁଣା ହେଲା କିପରି ବୋଲି ପ୍ରଶ୍ନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଶାସନ କରିବା କ୍ଷେତ୍ରରେ ରହିଥିବା ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସର ପୂର୍ବତନ ସଭାପତି ହେମନ୍ତ ଦାସ, ଜିଲା କଂଗ୍ରେସ ସଭାପତି ପ୍ରଦୀପ ରଥ, ଜିଲା କଂଗ୍ରେସ ଉପସଭାପତି ତଥା ଆଇନଜୀବୀ ଜ୍ୟୋତି ପ୍ରକାଶ ରଥ, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଯୋଗେଶ କୁମାର ଅଗ୍ରୱାଲ, ଜିଲା କଂଗ୍ରେସ ଉପସଭାପତି ଅରବିନ୍ଦ ଦାସ, ମହିଳା ମୋର୍ଚ୍ଚା ନେତ୍ରୀ ଆଇନଜୀବୀ ସସ୍ମୀତା ଘୋଷାଲ, ପ୍ରଦୀପ ମିଶ୍ର ଓ ଛାତ୍ର ନେତା ବିକାଶ ମହାଭୋଇ ପ୍ରମୁଖ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିମୁଦ୍ରାକରଣ ଓ ଜିଏସଟି ଯୋଜନା ଏକ ବିଫଳ ଯୋଜନା ବୋଲି ମତ ବକ୍ତ କରିବା ସଂଗେସଂଗେ ଏହା ଦେଶର ଆର୍ଥିକ ଅଭିବୃଦ୍ଧି ହ୍ରାସ, ଜନସାଧାରଣଙ୍କ ରୋଜଗାର ଛଡ଼ାଇ ନେଇଛି ଓ ଏହା ଏକ ଜନସ୍ୱାର୍ଥ ବିରୋଧୀ ବୋଲି କହିଥିଲେ । ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ସମାବେଶ ଶେଷ ହେବା ପରେ ବାରିପଦା ପୌରପରିଷଦରେ ରହିଥିବା ପ୍ରାୟ ୧୦ଟିରୁ ଅଧିକ ବ୍ୟାଙ୍କ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

0
0
0
s2sdefault