ହେଡଲାଇନସ୍:

ଜନ୍ମମାଟି ପାଇଁ ଗୌରବ ଆଣିଲେ ଜିତେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର :-ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ତିନୋଟି ଭାଷାରେ ସର୍ବାଧିକ ଗୀତ ରଚନା କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ ରେ ସ୍ଥାନ ପାଇଛନ୍ତି ଗୀତିକାର ଜିତେନ୍ଦ୍ର ସେଠ । ବାପା ହେମକାନ୍ତ ସେଠ ଓ ମାଆ ରେବତୀ ସେଠ ଙ୍କର ସୁଯୋଗ୍ୟ ସନ୍ତାନ ବିଜେପୁର ବ୍ଲକ୍ ଅନ୍ତର୍ଗତ ତାଳପଦର ଗ୍ରାମରେ ଏକ ଗରିବ ପରିବାର ରେ ଜନ୍ମ ଗ୍ରହଣ କରି ଆଜି ନିଜ ଜନ୍ମମାଟି ସମେତ ସାରା ଓଡ଼ିଆ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ପିତାମାତାଙ୍କର ସୁକର୍ମ ଓ ପାଠପଢ଼ା ସହିତ କଳା ପ୍ରତି ଥିବା ତାଙ୍କର ଭଲ ପାଇବା ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି ବୋଲି ତାଳପଦର ର ଗ୍ରାମବାସୀ କୁହନ୍ତି । ବର୍ତ୍ତମାନ ସେ କେନ୍ଦ୍ରାପଡା଼ ଜିଲ୍ଲାର ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସଂସ୍କୃତ ଶିକ୍ଷକ ଭାବରେ କାର୍ଯ୍ୟରତ । ଅନେକ ଭାଷାରେ ୫୦୦୦ ରୁ ଅଧିକ କବିତା, ଶହ ଶହ ସମ୍ବଲପୁରୀ କମେଡ଼ି, ଦୁଇ ହଜାର ରୁ ଅଧିକ ଆଲବମ୍ ଗୀତ, ଛଅ ଟି ଓଡ଼ିଆ ସିନେମାରେ କାମ କରି ସେ ସାରା ଓଡ଼ିଶାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ ନାମଦାମୀ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ କାମ କରି ସାରିଛନ୍ତି ଜିତେନ୍ଦ୍ର । ସେ ୨୬ ବର୍ଷ ବୟସରେ ଭାରତର ସର୍ବ କନିଷ୍ଠ ଗୀତିକାର ଭାବରେ IPRS ଦ୍ଵାରା ସ୍ଵୀକୃତି ମଧ୍ୟ ପାଇ ଥିଲେ । ଜଣେ ଉଚ୍ଚ କୋଟୀର ସୃଜନଶୀଳ ଲେଖକ ଭାବରେ ସାରା ଓଡ଼ିଶାରେ ସେ ବେଶ୍ ପରିଚିତ ନାମ । ବିଗତ ଦିନରେ ତାଙ୍କ ସ୍ଵରଚିତ ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର "ପାତ୍'ଲି" ରାଜ୍ୟ ସ୍ତରୀୟ ପୁରସ୍କାର ଲାଭ କରିଛି । ତାଙ୍କର ରଚି଼ତ ସମସ୍ତ ଗୀତ ଗୁଡିକ ବେଶ୍ ହୃଦୟସ୍ପର୍ଶୀ ଓ ମନୋରଞ୍ଜନଧର୍ମୀ ହୋଇଥାଏ । ଦୀର୍ଘ ବର୍ଷର ସଂଘର୍ଷ ଓ କଠିନ ପରିଶ୍ରମର ଫଳ ସ୍ଵରୁପ ଆଜି ଜିତେନ୍ଦ୍ର ସେଠଙ୍କର ସଫଳତାରେ ତାଙ୍କର ପିତାମାତା, ପରିବାର, ଅଞ୍ଚଳବାସୀଙ୍କ ସମେତ ସାରା ଓଡ଼ିଶାର ସମସ୍ତ କଳାପ୍ରେମୀ ବନ୍ଧୁ ଓ ଗୁରୁ ଗୁରୁଜନ ସମସ୍ତେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ସାରା ଓଡ଼ିଶାରୁ ଅସଂଖ୍ୟ ପ୍ରସଂଶକ ଓ ଶୁଭେଚ୍ଛୁଙ୍କର ଅଭିନନ୍ଦନର ସୁଅ ଛୁଟୁଛି ।

0
0
0
s2sdefault