ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା କୁ ଏକ ଆଉଟଡୋର ରିଂରୋଡ ର ଆବଶ୍ୟକତା ରହିଛି, ଯାହାକୁ ରାଉରକେଲା, କଲୁଙ୍ଗା, କାଂସବାହାଲ,ରାଜଗାଙ୍ଗପୁର, ଚାନ୍ଦିପୋଷ,ଜରେଇକେଲା, ନୁଆଗାଁ, ବିରମିତ୍ରପୁର କୁ ନେଇ ଏକ ଗ୍ରେଟର ରାଉରକେଲା କ୍ଷେତ୍ର ପ୍ରସ୍ତୁତ ହୋଇପାରିବ ବୋଲି ସଚେତନ ନାଗରିକ ମଞ୍ଚ ର ସଭାପତି ଇଂ ବିମଳ କୁମାର ବିଶି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଶ୍ରୀ ବିଶି ଏନେଇ ବିସ୍ତୃତ ତଥ୍ୟ ଦେଇ ଜଣାଇଛନ୍ତି ଯେ କେନ୍ଦ୍ର ସଡ଼କ ଓ ରାଜପଥ ବିଭାଗ ଜାତୀୟ ରାଜପଥ ୩୨୦ ର ଉନ୍ନତିକରଣ ପାଇଁ ୨୦୯.୫୦ କୋଟି ଟଙ୍କା ଯୋଗାଇଦେଇଛନ୍ତି। ଏହି ପ୍ରୋଜେକ୍ଟ ଦ୍ବାରା ଟାଟା ନଗର ସହ ରାଉରକେଲା ଭାୟା ଚକ୍ରଧରପୁର,ସୋନୁଆ, ଗୋଏଲକେରା,କାଇଡା,ବରପୋଷ, ମନୋହରପୁର,ବିଶ୍ରା, ବନ୍ଧମୁଣ୍ଡା ରାସ୍ତାର ଉନ୍ନତିକରଣ କରାଯାଇ ଏଥିରେ ଜାତୀୟ ରାଜପଥ ୪୩ ( ଭୋଲଡିହି ଠାରୁ ଚକ୍ରଧରପୁର) ପର୍ଯ୍ୟନ୍ତ ଯୋଗକରି ସିନି, ରାଜଖରସୁଆଁ,ବଡବାମ୍ବୋ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ। ମାତ୍ର ଏଥିପାଇଁ ଜମି ଅଧିଗ୍ରହଣ ଏକ ପ୍ରମୁଖ ସମସ୍ୟା ହୋଇପାରେ। ଯେହେତୁ ପଶ୍ଚିମ ଓଡ଼ଶାର ଏକ ପ୍ରମୁଖ ସ୍ଥାନ ଭାବେ ରାଉରକେଲା ରହିଛି ତଥା ରାଉରକେଲା ରୁ ଲୈ।ହପଥର ଇତ୍ୟାଦି ରପ୍ତାନି ପାଇଁ ପାରାଦୀପ, ଧାମରା ବନ୍ଦର ଉପରେ ନିର୍ଭରଶୀଳ, ସେଥିପାଇଁ ରାଉରକେଲା କୁ ନେଇ ଏକ ଇଣ୍ଡଷ୍ଟ୍ରି କରିଡ଼ର କରିବାର ଆବଶ୍ୟକତା ରହିଛି। ଏହା ସହ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଷ୍ଟିଲ କରିଡ଼ର କୁ ଗୁରୁତ୍ବ ଦେଇ ତାଳଚେର- ବିମଳାଗଡ, କିରିବୁର - ବଡ଼ବିଲ, ବରସୁଆଁ - ବାଂଶପାଣି ରୁଟ୍ ତଥା ଖଣିଜ ସଂପଦ ଥିବା କେଉଁଝର, ବଣେଇ, ରାଉରକେଲା କୁ ନେଇ ଏକ ଷ୍ଟିଲ୍ କରିଡ଼ର କରିବାକୁ ପ୍ରତିଶୃତି ଦେଇଥିଲେ। ଏହା ସହ ଜାମସେଦପୁର, ରାଉରକେଲା, ସୁନ୍ଦରଗଡ଼,ରାୟଗଡ, ବିଳାସପୁର ଏକ୍ସପ୍ରେସ ଯାହା କଲିକତା ମୁମ୍ବାଇ ଏକ୍ସପ୍ରେସ ସହ ଯୋଡ଼ିହେଲେ ତାହା ଆହୁରି ସମୃଦ୍ଧ ହୋଇପାରିବ। ଭବିଷ୍ୟତରେ ଟାଟା- ରାଞ୍ଚି -ରାଉରକେଲା - ରାଞ୍ଚି - ଟାଟା କୁ ତ୍ରିକୋଣୀୟ ଏକ୍ସପ୍ରେସ ରାସ୍ତା ପାଇଁ ସମ୍ଭାବନାର ବାଟ ଫିଟିପାରିବ ବୋଲି ଶ୍ରୀ ବିଶି ମତ ରଖିଛନ୍ତି। ଏହା ସହ ସେ ଜଣାଇଛନ୍ତି ଯେ ସୁନ୍ଦରଗଡ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ। ଏହି ଜିଲ୍ଲାକୁ ଲାଗି ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟ ରହିଛି। ୧୯୯୮ ମସିହାରୁ ଏଠାରେ ଭାରତୀୟ ଜନତା ପାର୍ଟିର ସାଂସଦ ଲଗାତାର ଭାବେ ଜିତି ଆସୁଛନ୍ତି। ରାଉରକେଲା ସୁନ୍ଦରଗଡ଼ ଜିଲ୍ଲା ତଥା ପଶ୍ଚିମ ଓଡ଼ଶାର ଏକ ହୃଦୟସ୍ଥଳ ଭାବେ ପରିଗଣିତ ହୋଇଆସୁଛି। ଜିଲ୍ଲା ର ଲୋକସଂଖ୍ୟା ପ୍ରାୟ ୨୬ଲକ୍ଷ। ୨୦୨୪ -୨୫ ଡିଲିମିଟେସନ ଯାହା ଦ୍ବାରା ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀ ସାଂସଦ ୧ ରୁ ବୃଦ୍ଧି ପାଇ ୨ ଓ ବିଧାୟକ ସଂଖ୍ୟା ୭ ରୁ ୧୫ ହେବାର ସମ୍ଭାବନା ରହିଛି। ସେହିପରି ଗ୍ରେଟର ରାଉରକେଲା ହେଲେ ସେକ୍ଟର ସଂଖ୍ୟା ୨୫ ରୁ ୧୫୦ ପର୍ଯ୍ୟନ୍ତ ବଢିଯିବ। ଯେହେତୁ ଏହି ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏଥିପାଇଁ ସଡକ ପଥର ଉନ୍ନତିକରଣ କରାଯାଇ ସେମାନଙ୍କୁ ଅଧିକ ଆକୃଷ୍ଟ କରିହେବ। ଏସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟସହ ଶ୍ରୀ ବିଶି ଗ୍ରେଟର ରାଉରକେଲା ପାଇଁ ଆଉଟଡୋର ରିଂରୋଡ ର ଆବଶ୍ୟକତା ନେଇ ନୀତିନ ଗଡକାରୀ, ପ୍ରଧାନମନ୍ତ୍ରୀ, ଓଡ଼ିଶା ର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଓ ଓଡ଼ିଶାର ସଡ଼କ ପରିବହନ ମନ୍ତ୍ରୀ ଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ବୋଲି ଜଣାପଡିଛି।
ରାଜ୍ୟ
ରାଉରକେଲା ର ବିକାଶ ପାଇଁ ଆଉଟଡୋର ରିଂରୋଡ ର ଆବଶ୍ୟକତା ରହିଛି : ଇଂ ବିଶି
- Hits: 2