ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଅଦ୍ୟ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ଶନିବାର ଦିନ ତଥା ନଭେମ୍ବର ମାସ ୨ ତାରିଖ ଦିନ କୀର୍ତ୍ତିମାନ ଶ୍ରୀକୃଷ୍ଣ ଚୈତନ୍ୟ ମିଶନ୍ ର ପ୍ରତିଷ୍ଠାତା ଆଚାର୍ଯ୍ୟ ଓ ଅଧ୍ୟକ୍ଷ ନିତ୍ୟାଲିଳା ପ୍ରଵିଷ୍ଟ ଗୈାରକୃପା ଶ୍ରୀମୂର୍ତ୍ତି ଏବଂ ବିଷ୍ଣୁପାଦ ଏକଶତ ଆଠ ଶ୍ରୀ ଶ୍ରୀମଦ୍ ଭକ୍ତିଭୈରବ ପୁରୀ ଗୋସ୍ଵାମୀ ମହାରାଜାଙ୍କ କୃପାଶ୍ରୀବାଦରୁ ମିଶନ୍ ର ଅଧୁନାତନ ଆଚାର୍ଯ୍ୟ ଦ୍ଵୟ, ତ୍ରିଦଣ୍ଡିସ୍ଵାମୀ ଶ୍ରୀ ଶ୍ରୀମଦ୍ ଭକ୍ତି ସୈ।ଧ କେଶବ ଗୋସ୍ଵାମୀ ମହାରାଜ ଓ ତ୍ରିଦଣ୍ଡିସ୍ଵାମୀ ଶ୍ରୀ ଶ୍ରୀମଦ୍ ଭକ୍ତି ବିଚାର ବିଷ୍ଣୁ ଗୋସ୍ଵାମୀ ମହାରାଜ ଙ୍କ ଆନୁଗତ୍ୟେ ତଥା ମିଶନ୍ ର ଅନ୍ୟାନ୍ୟ ବରିଷ୍ଟ ସନ୍ୟାସୀ ବୃନ୍ଦ ଏବଂ ବ୍ରହ୍ମଚାରୀଙ୍କ ଶୁଭ ଉପସ୍ଥିତି ରେ ଶ୍ରୀ ରାଧାଗିରିଧାରୀ ଆଶ୍ରମ କୁଲାଡ ଗ୍ରାମରେ ଶ୍ରୀ ଶ୍ରୀ ଗୋବର୍ଦ୍ଧନ ପୂଜା ଅନ୍ନକୁଟ ମହୋତ୍ସବ ଖୁବ୍ ଆଡମ୍ବର ଓ ଭବ୍ୟ ସହକାରେ ପାଳିତ ହୋଇଛି।
ଏଥିରେ ଆଶ୍ରମ ର ବିଭିନ୍ନ ବରିଷ୍ଠ ମହାରାଜ ମାନଙ୍କ ସହିତ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ସହିତ ଗୋପାଳ ପୁର ବିଧାୟକ ତଥା ଆମ ରାଜ୍ୟର ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୁଷଣ ଜେନା ଯୋଗଦାନ କରି ପ୍ରଭୁ ଗିରି ଗୋବର୍ଦ୍ଧନ ଧାରି ଙ୍କ ପାଖରେ ଭବ୍ୟ ଆଳତି ରେ ଭାଗ ନେଇଥିଲେ। ଏଥି ସହିତ ଭଞ୍ଜନଗରସ୍ଥ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର, ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ସମ୍ପାଦକ ଶ୍ରୀ ନିଳ ମାଧବ ପାତ୍ର, ମୁଜାଗଡ ମଣ୍ଡଳ ସଭାପତି ଶ୍ରୀ ଧୋବା ଗୈ।ଡ଼, ସମେତ ମାନସ ଜେନା, ଶିବ ପ୍ରସାଦ ମହାପାତ୍ର, କୁବେର ପ୍ରଧାନ, ମୁଜାଗଡ ପୁର୍ବତନ ସରପଞ୍ଚ ଶିବ ଶଙ୍କର ପ୍ରଧାନ,ବ୍ରହ୍ମାନନ୍ଦ ଦାସ ଙ୍କ ସହିତ କୁଲାଡ , କୋଟି ବରାଡି, ତୁରୁମୁ, ତିଳିସିଗିଂ , ଭଞ୍ଜନଗର ସମେତ ଆଖପାଖ ଅଞ୍ଚଳ ର ୧୦ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଓ ଅନେକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିବା ସହିତ ଅନ୍ନପ୍ରସାଦ ଗ୍ରହଣ କରି ଥିଲେ।। ଉକ୍ତ ଭବ୍ୟ କାର୍ଯ୍ୟକ୍ରମ ରେ "ଶ୍ରୀଶ୍ରୀ ଗୋବର୍ଦ୍ଧନ ନାଥ ଜୀଉ" ଙ୍କ ପାଖରେ ପାଖାପାଖି ପ୍ରାୟ ଦୁଇଶହ ରୁ ଉର୍ଦ୍ଧ ବ୍ୟଞ୍ଜନ ପରସା ଯାଇଥିବା ଦେଖାଯାଇଛି। ଦେଖିବାକୁ ଗଲେ ଜନସାଧାରଣଙ୍କ ମତାନୁସାରେ ପୂର୍ବ ବର୍ଷ ମାନଙ୍କ ଠୁ ଚଳିତ ବର୍ଷ ୨୦୨୪ ର କୁଲାଡ ଗ୍ରାମର ଶ୍ରୀ ରାଧାଗିରିଧାରୀ ଆଶ୍ରମ ର ଅନ୍ନକୁଟ ମହୋତ୍ସବ ଅତ୍ୟନ୍ତ ଭବ୍ୟ, ଆଧ୍ୟାତ୍ମିକ ଓ ଆଡମ୍ବର ପୂର୍ଣ ଥିଲା।