ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଏନ୍ଏସ୍ଏସ୍ କୋ ୟୁନିଟ୍ ବୃକ୍ଷ ରୋପଣ ଓ ସ୍ଵତନ୍ତ୍ର ସେବା ଶିବିର ଗୋଶାଳା ଠାରେ ଉଦ୍ଘାଟିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଅନୀଲ୍ କୁମାର ପାଠୀ,ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ବିଶ୍ୱରଞ୍ଜନ ସ୍ୱାଇଁ, ରଞ୍ଜିତ୍ କୁମାର ସାମଲ୍,ବନରକ୍ଷୀ ଶ୍ରୀ ଦୋରା ପ୍ରମୁଖ ମଞ୍ଚାସୀନ ଥିଲେ I ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ଏବଂ ମାଆ ପାଇଁ ଗଛଟିଏର ମହତ୍ତ୍ୱକୁ ନେଇ ବୃକ୍ଷରୋପଣ ସମ୍ପର୍କରେ ଅତିଥି ମାନେ ମତ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ 50 ଜଣ ସ୍ଵେଚ୍ଛାସେବୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ I ଏହି ସ୍ଵତନ୍ତ୍ର ସେବା ଶିବିର ସାତ ଦିନ ଧରି ଚାଲିବ I ସ୍ଵେଚ୍ଛାସେବୀ ମାନେ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ବିଭିନ୍ନ ଗ୍ରାମରେ ସଚେତନତା ଶୋଭାଯାତ୍ରା କରିବାର ଯୋଜନା ରହିଛି I କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I
ରାଜ୍ୟ
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଏନ୍ଏସ୍ଏସ୍ କୋ ୟୁନିଟ୍ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
- Hits: 2