ରାୟଗଡା ଜିଲ୍ଲା ସାରା ଆଲୋକର ପର୍ବ ଦୀପାବଳି ପାଳୁଥିବା ବେଳେ ରାୟଗଡା ଜିଲ୍ଲା କାଶୀପୁର ରେ ଡ଼ମ୍ବ ସମ୍ପ୍ରଦାୟର ଅଧିବାସୀ ଏକ ନିଆରା ଢଙ୍ଗରେ ଦୀପାବଳି ପର୍ବକୁ ଦିଆଲ ପରବ ନାମରେ ପାଳନ କରନ୍ତି |ଭାଇଚାରାର ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ |
ରାୟଗଡା ରୁ ବୈକୁଣ୍ଠ ଦୁରିଆ - ସାରା ଓଡିଶା ରେ ଆଲୋକ ର ଦୀପାବଳି ପର୍ବ ପାଳନ ହେଉଛି ଏମିତି ଏକ ଅଞ୍ଚଳ ଅଛି ଏବେ ପୂର୍ବ ପୁରୁଷ ରେ ଯେଉଁ ବୋଲି ଦୀପାବଳି ହେଉଥିଲା ଏବେ ବି ସେହି ପୂର୍ଵ ପୁରୁଷ ର ପରମ୍ପରା ରେ ପାଳନ ହେଉଛି |
ରାୟଗଡା ଜ଼ିଲ୍ଲା କାଶୀପୁର ବ୍ଲକ ରେ ଡମ୍ବ ସମ୍ପ୍ରଦାୟ ଲୋକ ମାନେ ଏମିତି ପ୍ରତେକ ଗ୍ରାମରେ ଏହି ବର୍ଷ ଏକ ଭିନ୍ନଢଙ୍ଗରେ ପାଳନ ହେଉଛି ଦୀପାବଳି ପର୍ବ ଯାହା କି କି ଡ଼ମ୍ବ ସମ୍ପ୍ରଦାୟ ଲୋକମାନେ ମାନେ କହନ୍ତି ତାଙ୍କର ଡମ୍ବ ସମାଜ ରେ ବଡ ପର୍ବ ହେଉଛି ଦିଆଲ ପରବ ଯାହା କି ବର୍ଷ କୁ ଥରେ ହୁଏ ଏହି ପର୍ବ ରେ ତିନି ଦିନ ପାଳନ କରନ୍ତି କିନ୍ତୁ ପର୍ବ ଦୁଇ ଦିନ ପୂର୍ଵ ରୁ ନଦୀ ରୁ ବାଲି ଆଣିକି ମକା ମଞ୍ଜି କୁ ବତୁରାଇ କରିକି ମକା ମଞ୍ଜିରୁ ପ୍ରସ୍ତୁତ କଅଁଳିଆ ଗଛ କୁ ବାଲିଫୁଲ ଭାବରେ ପୂଜା କରିଥାନ୍ତି ଏହି ନଅ ଦିନ ଭିତରେ ସେଇଟା ଫୁଲଫୁଠିଥିବା ସେହି ଫୁଲ କୁ ପର୍ବ ପ୍ରଥମ ଦିନ ଠାରୁ ଆରମ୍ଭ କରିକି ଶେଷ ଯାଇ ପୂଜା କରିଥାନ୍ତି , ପ୍ରଥମ ଦିନରେ ଉପବାସ ରହିକି ଘର ର ଇଷ୍ଟ ଦେବି ତାଙ୍କର ପୂର୍ବ ପୁରୁଷ ଙ୍କୁ ପୂଜା କରନ୍ତି, ଦ୍ୱତୀୟ ଦିନରେ ଘରେ ଯେଉଁ ପୂଜା ପାଠ କରିଥିବେ ସେଇ ସବୁ କୁ ଘର ମୁଖ୍ୟ ବାଟର ଛଣ ରେ ରଖନ୍ତି ଆଉ ତୃତୀୟ ଦିନରେ କୁକୁଡ଼ା ଛେଳି ମାରିକି ଯେଉଁ ପୂଜା କରିକି ଥିବେ ସେ ସବୁ ଗାଁ ସାରା ବା ଡମ୍ବ ସମାଜ ର ପ୍ରତେକ ଘର ର ପର୍ବ ରେ ପୂଜା କରିଥିବେ ସେହି ଭାତ ପିଟା ଆଉ ମାଂସ ଧରିକି ଶେଷ ଦିନରେ କ୍ଷୀରିଧନୀ ମାଳ ବାନ୍ଧିବାକୁ ଯାଇଥାନ୍ତି ଗାଁ ର ଯୁବକ ଯୁବତୀ ମାନେ ଆଉ ସାନ ପିଲାମାନେ ମିଶିକି ଖୁସିରେ ଯାଇଥାନ୍ତି ଗାଁର ଶେଷ ମୂଳ ରେ ବାନ୍ଧି କି ସନ୍ଧ୍ୟା ରେ ଯୁବତୀ ମାନେ ଗାଁ ର ମୁଖ୍ୟ ମାନଙ୍କୁ ଦାନ୍ତ କାଟି ଦେଇ ପାଣି ଗାଧାଇ ଦେଇକି ପୁଲ ମାଲ ଦିଅନ୍ତି ଆଉ ଯୁବକ ମାନେ ସେହି ମୁଖ୍ୟ ମାନଙ୍କୁ ଖଟରେ ଉଠାଇକି ସାହି ସାରା ନାଚ ଗୀତରେ ବୁଲାଇଥାଆନ୍ତି ଆଉ ବାଲି ଫୁଲ ସମସ୍ତ ଙ୍କୁ ପିଣ୍ଡାଇ କି ଖୁସିରେ କିଛି ଟଙ୍କା ଦେଇଥାନ୍ତି ଆଉ ରାସ୍ତା ରେ ଯିବା ଲୋକଙ୍କୁ ମଧ୍ୟ ବାଲି ଫୁଲ ପିନ୍ଧିକି ପିଲା ଠାରୁ ଆରମ୍ଭ କରିକି ବୁଡ଼ା ବୁଡି ସମସ୍ତେ ମିଶକି ବାଜା ବାଜଣା ମାରି ଡେମଷା ନୃତ୍ୟ ନାଚ ପର୍ବ କୁ ବଜାଇ ରଖନ୍ତି ଯାହା କି ପୂର୍ବ ପୁରୁଷ ରୁ ଚାଲି ଆସିଛି