ନୟାଗଡ଼ (ବିଶ୍ଵଜିତ ନାୟକ) :- ନୟାଗଡ଼ ସଦରଥାନା ଅଧିନସ୍ଥ ମାଳିସାହି ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାକୁ ଅନୈତିକ ଭାବେ ଘରେ ପ୍ରବେଶ କରି ଦୁଷ୍କର୍ମ ଉଦ୍ୟମ ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି । ପକ୍ସୋ ଅଦାଲତ ବିଚାରପତି ମାନସ କୁମାର ପଣ୍ଡା ଏହି ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ଜଣଙ୍କ ହେଲେ ଗୁଡ଼ୁପାଙ୍ଗୀ ଗ୍ରାମର ପହଲି ପ୍ରଧାନ । ୨୦୨୩ ମସିହା ସେପ୍ଟେମ୍ବର ୯ ତାରିଖରେ ଅଭିଯୁକ୍ତ ନାବାଳିକଙ୍କ ଘରେ ଅନୈତିକ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ସଦରଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତ ସେବେଠାରୁ ବିଚାର ବିଭାଗୀୟ ଅଦାଲତରେ ରହିଥିବା ବେଳେ ଆଜି କୋର୍ଟ ଘଟଣାର ରାୟ ଶୁଣାଇଛନ୍ତି । ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଅଦାଲତ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଦାଶରଥି ସାହୁ ପରିଚାଳନା କରୁଥିଲେ ।
ରାଜ୍ୟ
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
- Hits: 11