ଝାରବନ୍ଧ-ମନୋହର ଦାଶ: ଗତ ତେତିଶ ବର୍ଷ ଧରି ନୀରବଛିନ୍ନ ଭାବେ ଚାଲିଆସିଥିବା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ଗ୍ରାମ ରେ କୁମାର ପୁର୍ଣିମା ରାବଣ ପୋଡି ଉତ୍ସବ ଚଳିତ ବର୍ଷ ତେତିଶ ବର୍ଷ ରେ ପଦାର୍ପଣ କରିଅଛି l ପୂଜା କମିଟି ପକ୍ଷରୁ ପୂଜାକୁ ସଫଳ କରିବା ପାଇଁ କମିଟି ର କର୍ମକର୍ତ୍ତା ମାନେ ଲାଗି ପଡିଛନ୍ତି l ପ୍ରମୁଖ ଶକ୍ତି ଉପସନା ପୀଠ ଭାବରେ ଲଉଡ଼ିଦରହା ସ୍ୱତନ୍ତ୍ର ଖ୍ୟାତି ରହିଛି l ପ୍ରତିବର୍ଷ ଲଉଡ଼ିଦର୍ହl ଗ୍ରାମ ରେ ଗଜଲକ୍ଷ୍ମୀ ପୂଜା ଓ ରାବଣ ପୋଡି ଉତ୍ସବ ଧୂମଧାମ ରେ ପାଳନ କରାଯାଉଛି l 1991 ମସିହା ରୁ ଗ୍ରାମ ର ସ୍ବର୍ଗତ ଜୟଦେବ ସାହୁ, ଗୌନ୍ତିଆ ରଘୁନନ୍ଦନ ଭୋଇ, ଚିତ୍ତରଞ୍ଜନ ଭୋଇ ଙ୍କ ଉଦ୍ଧ୍ୟମ ରେ ଗ୍ରାମବାସୀ ଙ୍କ ଦ୍ୱାରା ଗଜଲକ୍ଷ୍ମୀ ପୂଜା ରାବଣ ପୋଡି ଉତ୍ସବ ଆରମ୍ଭ ହୋଇଥିଲା l
ବର୍ଷା ଅଭାବ ରୁ ଏହି ଅଞ୍ଚଳ ରେ ମରୁଡି ସ୍ଥିତି ପ୍ରତ୍ୟହ ଦେଖାଦେଇଛି l ଚାଷୀ କୁଳ ଙ୍କ ଚାଷ କାର୍ଯ୍ୟ ନେଇ ବର୍ଷା ର ଆଗମନ ପାଇଁ ଏହି ଗଜ ଲକ୍ଷ୍ମୀ ପୂଜା ରାବଣ ପୋଡି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନ ରୁ ମରୁଡି ସ୍ଥିତି ଦେଖା ଯାଉନାହିଁ l ଏହି ଯାତ୍ରା ଉପରେ ଏହି ଗ୍ରାମ ର ଅଧିବାସୀ ଙ୍କ ଅଗାଢ଼ ବିଶ୍ୱାସ ରହିଅଛି l ଏହି ଉପଲକ୍ଷେ ଗ୍ରାମବାସୀ ଙ୍କ ଦ୍ୱାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ପହଁଚିଛି l ସୁ ଉଚ୍ଚ ତୋରଣ ସହ ସମଗ୍ର ଗ୍ରାମ କୁ ରଙ୍ଗିନ ଆଲୋକ ରେ ସଜାଯିବ l ପୁରା ଗ୍ରାମ ରେ ପାର୍ବଣ ର ମାହୋଲ ଦେଖିବା କୁ ମିଳିବ l ଗାଁ ବାହାରେ ରହିଥିବା ଲୋକେ ଏବେ ଗାଁ ମୁହାଁ ହେଉଛନ୍ତି l କମିଟି ର ନିଷ୍ପତି ଅନୁଯାୟୀ ଆସନ୍ତା ଷୋହଲ ତାରିଖ ରେ କଳସ ଅଧିବାସୀ, ମଣ୍ଡପ, ଦେବତା ପ୍ରବେଶ, ପୂଜାରମ୍ଭ,17 ତାରିଖ ରେ ସକାଳ ପୂଜାରମ୍ଭ, ମଧ୍ୟାହ୍ନ ରେ ନଗର ଭ୍ରମଣ, ସନ୍ଦ୍ୟା ଆଳତି ସନ୍ଧ୍ୟା 7 ରେ ରାବଣ ପୋଡି ଉତ୍ସବ, ପୂର୍ଣ୍ଣାହୁତି,18 ତାରିଖ ରେ ସକାଳ କଳସ ବିସର୍ଜନ, ଭସାଣି ଯାତ୍ରା ଅନୁଷ୍ଠିତ ହେବ l ସବୁଥର ପରି ଏଥର ମଧ୍ୟ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି l ଜଗତସିଂପୁର ର ଅପେରା, ପଶ୍ଚିମ ଓଡିଶା ର ବିପିନ ଜାଲ ଙ୍କ ଦଣ୍ଡ ନୃତ୍ୟ ପରିବେଷଣ କରାଯିବ l କମିଟି ସଦସ୍ୟ କିଶୋର ସାମଲ, ମହେନ୍ଦ୍ର ପଧାନ, ମନୋଜ ପଧାନ, ରାହୁଲ ଭୋଇ, ରାଜକୁମାର ଭୁଏ, ଅକ୍ଷୟ ଭୁଏ, ରବିଶଙ୍କର ପଧାନ, ରାମଦାସ ମାଝୀ, ନରେଶ ଠାକୁର, ସୁଶାନ୍ତ ସିଂ, ମାଧବ ଜଗତ, ଜ୍ୟୋତିରଞ୍ଜନ ଜଗତ ପ୍ରମୁଖ ପ୍ରସ୍ତୁତି ବୈଠକରେ ଉପସ୍ଥିତ ରହି ପୂଜା ସମ୍ପର୍କ ରେ ଆଲୋଚନା କରିଥିଲେ l
ରାଜ୍ୟ
ରାବଣ ପୋଡି ଉତ୍ସବ ପାଇଁ ପ୍ରସ୍ତୁତି :ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ l
- Hits: 229