ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁମ୍ମା ବ୍ଲକର ଅନ୍ତର୍ଗତ ମୁନିସିଂ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ମହିଳା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚାୟତର ଶତାଧିକ ମହିଳା ଯୋଗ ଦେଇଥିଲେ।
ଏହି ସଭାରେ ଜିଲ୍ଲା ପଞ୍ଚାୟତ ଅଧିକାରୀ , ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଡେପୁଟି ଡାଇରେକ୍ଟର , ଜିଲ୍ଲା ଓ ଏଲ୍ ଏମ.D PM , ଗୁମ୍ମା ବ୍ଲକର ଶିଶୁ ପ୍ରକଳ୍ପ ଅଧିକାରୀ , (CDPO) ସ୍ଵାସ୍ଥ୍ୟ ବିଭାଗ , କର୍ମୀ , ସମସ୍ତ ୱାର୍ଡ ମେମ୍ବର , ସମିତି ସଭ୍ୟ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ମହିଳା ସଭାର ଶୁଭାରମ୍ଭ କରାଯାଇଥିଲା।
ଏହି ଅବସରରେ ଅତିଥି ମାନଙ୍କୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସାରା ମଣ୍ଡଳ ସ୍ବାଗତ ଜଣାଇଥିଲେ। ଜିଲ୍ଲା ପଞ୍ଚାୟତ ଅଧିକାରୀ , ଜିଲ୍ଲା ଉଦ୍ୟାନ କୃଷି ବିଭାଗର ମୁଖ୍ୟ , ଗୁମ୍ମା ବ୍ଲକ CDPO , DPM , ମହିଳା ସଭାର ଉଦ୍ଦେଶ୍ୟ ଲକ୍ଷ୍ୟ ଓ ପଞ୍ଚାୟତରେ ମହିଳା ମାନଙ୍କ ଭୂମିକା ଓ ଅଂଶଗ୍ରହଣ କିପରି ହେବା ଆବଶ୍ୟକ ଓ ମହିଳା ମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ସରକାରୀ ସହାୟତା ରେ ଲାଭବାନ ହେବା ଓ ପିଲାମାନଙ୍କ କ୍ଷେତ୍ରରେ ସମସ୍ତ ପିଲାଙ୍କୁ ପାଠ ପଢ଼ାଇବା , ବାଲ୍ୟ ବିବାହ ପ୍ରଥାକୁ ଲୋପ କରିବା , ଘରୋଇ ହିଂସା , ଯୌତୁକ ପ୍ରଥାକୁ ବିରୋଧ କରିବା ସମ୍ପର୍କେ ଆଲୋକପାତ କରିଥିଲେ।
ପୁଣି ସମସ୍ତ ମହିଳା ଚାଷୀ ଙ୍କ ପାଇଁ ଉନ୍ନତ ଧରଣର ଲାଭବାନ ଚାଷ କରି ସ୍ୱାବଲମ୍ବୀ ହେବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ ଓ ଏକ ଆଦର୍ଶ ମହିଳା ଅନୁକୁଳ ପଞ୍ଚାୟତ ପାଇଁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମକୁ ପ୍ରେମ୍ ସଂସ୍ଥାର ବରିଷ୍ଠ କର୍ମୀ ଶ୍ରୀ ଲାଜର ଲିମ୍ମା ପରିଚାଳନା କରିଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରାଜ୍ୟ
ଗୁମ୍ମା ବ୍ଲକର ଅନ୍ତର୍ଗତ ମୁନିସିଂ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ମହିଳା ସଭା ଅନୁଷ୍ଠିତ
- Hits: 66