ହେଡଲାଇନସ୍:

"ମୁଁ କ୍ଷମତାରେ ଥାଏ ବା ନ ଥାଏ, ଆପଣମାନଙ୍କର ସେବା ମୁଁ ସବୁ ବେଳେ କରି ଆସିଛି ଏବଂ ଶେଷ ପର୍ଯ୍ୟନ୍ତ ଓଡିଶା ମାଟିର, ଓଡିଶା ବାସୀଙ୍କ ସେବା କରି ଚାଲିବି ।"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ର ପଦଯାତ୍ରାରେ ବିଜେଡି ସଭାପତି ନବୀନ ପଟନାୟକ ଙ୍କ ଅଭିଭାଷଣ


ଜୟ ଜଗନ୍ନାଥ
ସମସ୍ତଙ୍କୁ ନମସ୍କାର
ଆଜି ଗାନ୍ଧୀ ଜୟନ୍ତୀ । ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେଲା । ଏ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।
ଲୋକଙ୍କ ସହ ଯୋଡି ହେବା ପାଇଁ ପଦଯାତ୍ରା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନ ରେ ପରିଣତ ହୋଇଛି । ଆମେ ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ଲୋକଙ୍କ ସାଥିରେ ରହି ଆସିଛୁ । ସେବା ଓ ସ୍ୱାଭିମାନ ହେଉଛି ଆମର ମନ୍ତ୍ର । ବିକାଶ ଆମର ପରିଚୟ । ବିଜୁ ଜନତା ଦଳ କାମରେ ବିଶ୍ୱାସ କରେ । ଗତ ଚବିଶ ବର୍ଷ ଭିତରେ ବିଜୁ ଜନତା ଦଳ ଓଡିଶାର ବିକାଶ ପାଇଁ ଅନେକ କାମ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜି ବିନିଯୋଗ , Good Governance, SC ST ବର୍ଗର କଲ୍ୟାଣ, ମହିଳା, ଯୁବକ,ଚାଷୀ ସମସ୍ତଙ୍କ Empowerment ଆଦି ସବୁ କ୍ଷେତ୍ରରେ Visible improvement ଆସିଛି । ଅର୍ଥନୈତିକ ସ୍ଥିରତା ଆସିଛି । ଓଡିଶାର ଗରିବୀ ଦୁଇ ହଜାର ମସିହାରେ ୭୦ percent ଥିବା ବେଳେ ଆଜି ଏହା ୧୦ percent କୁ ଖସିଛି । ଆମ ଲୋକଙ୍କ Percapita income ବଢିଛି । ଅନେକ Double engine ରାଜ୍ୟ ମାନଙ୍କ ଠାରୁ ମଧ୍ୟ ଓଡିଶା ଆଗରେ ଅଛି ।ବିକାଶ ର ସବୁ କ୍ଷେତ୍ରରେ ଆଜି ଓଡିଶା ଭଲ ସ୍ଥିତି ରେ ରହିଛି ।
ଆମ ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୋଟି କୋଟି ଲୋକ ଉପକାର ପାଉଥିଲେ । ଏବେ ସରକାର ସେ ଯୋଜନାର ନାମ Change କରି ଦେଇଛନ୍ତି । You can change the name, you can ch ange the colour, but can not change the history । ଲୋକ ସବୁ ଜାଣନ୍ତି ।
ଆପଣ ଜାଣନ୍ତି ମିଛ ପ୍ରତିଶ୍ରୁତି କରି ମିଛ କାହାଣୀ କହି ବିଜେପି ଆଜି ଶାସନକୁ ଆସିଛି । ୩୦୦ Unit ମାଗଣା ବିଜୁଳି ପାଉଛନ୍ତି କି ? ତିନି ହଜାର ଟଙ୍କା ଭତ୍ତା କୁଆଡେ ଗଲା ? ମା ମାନଙ୍କ ପଚାଶ ହଜାର ଟଙ୍କା କୁଆଡେ ଗଲା ? ନିର୍ବାଚନ ବେଳେ ହାତୀ ଦେବୁ, ଘୋଡା ଦେବୁ କହି ଭୋଟ୍‌ ନେଲେ । ଏବେ ବିଜେପିର ମିଛ ଧରା ପଡି ଯାଇଛି । ଦରଦାମ ବଢି ଚାଲିଛି । ମା ମାନେ ଥାନାରେ ବି ସୁରକ୍ଷିତ ନୁହନ୍ତି । ସରକାରୀ କର୍ମଚାରୀ ରାଜଭବନରେ ସୁରକ୍ଷିତ ନୁହନ୍ତି । ଏ ବିଜେପି ସରକାର ଉପରେ ଲୋକ ଭରସା କରି ପାରୁ ନାହନ୍ତି । । ମିଛ କହି ନିର୍ବାଚନ ଜିତି ପାରନ୍ତି । କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ମିଛ ହେଉଛି ବିଜେପିର ପରିଚୟ ।


ମୁଁ କ୍ଷମତାରେ ଥାଏ ବା ନ ଥାଏ, ଆପଣମାନଙ୍କର ସେବା ମୁଁ ସବୁ ବେଳେ କରି ଆସିଛି ଏବଂ ଶେଷ ପର୍ଯ୍ୟନ୍ତ ଓଡିଶା ମାଟିର, ଓଡିଶା ବାସୀଙ୍କ ସେବା କରି ଚାଲିବି ।
Peoples trust and love is the biggest asset for BJD. In 2024 elections bJP might have formed government but BJD got more votes than bjp. We will continue to serve people and our laks and laks of workers will carry forwad our message to people and also expose the false promises and incompetence of BJP government.

। ବିଜେଡି ଲୋକଙ୍କ ହୃଦୟରେ ଅଛି ଏବଂ ସବୁବେଳେ ରହିଥିବ ।
ବନ୍ଦେ ଉତ୍କଳ ଜନନୀ ।

0
0
0
s2sdefault