ହେଡଲାଇନସ୍:

ଅକ୍ଟୋବର ୫ ସୁଦ୍ଧା ଦୈତନଗରୀର ସମସ୍ତ ରାସ୍ତା ଶେଷ କରିବା ଉପରେ ପୂର୍ତ୍ତ ମନ୍ତ୍ରୀଙ୍କ ଗୁରୁତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଗୁଣବତ୍ତା ତଦାରଖ କରିବେ ବିଭାଗର ସ୍ୱତନ୍ତ୍ର ଟିମ୍‌

  •  ନିମ୍ନ ମାନର କାର୍ଯ୍ୟ ହେଲେ ଯନ୍ତ୍ରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

  •  ଆଜି ରାତି ସୁଦ୍ଧା ପେଭର ଏଜେନ୍ସିକୁ କାର୍ଯ୍ୟରେ ଲଗାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୩୦/୦୯/୨୦୨୪:  ଆଗାମୀ ଅକ୍ଟୋବର ୫ ତାରିଖ ସୁଦ୍ଧା କଟକ ଓ ଭୁବନେଶ୍ୱର ସହରର ସମସ୍ତ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ କରିବା ନେଇ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ, ପ୍ରମୁଖ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।
ଦୁର୍ଗାପୂଜା ଆଉ ଅଳ୍ପଦିନ ଥିବାରୁ ଖୁବ୍‌ ଶୀଘ୍ର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଦିନରେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ବିଭାଗ ପକ୍ଷରୁ ତଦାରଖ କମିଟି ଯାଞ୍ଚ କରିବେ । ନିମ୍ନ ମାନର କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ବୈଠକରେ କହିଥିଲେ ।

ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ପ୍ରମୁଖ ଯନ୍ତ୍ରୀ ଏବଂ ମୁଖ୍ୟ ନିର୍ମାଣ ଯନ୍ତ୍ରୀମାନଙ୍କୁ କ୍ଷେତ୍ରକୁ ଯାଇ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ । ରାସ୍ତା ନିର୍ମାଣରେ ବ୍ୟବହୃତ ପେଭର ମେସିନ୍‌ର ଅଭାବ ପୂରଣ କରିବା ପାଇଁ ଏଜେନ୍ସି ସହିତ ଯୋଗାଯୋଗ କରି ଆଜି ରାତି ସୁଦ୍ଧା ମରାମତି କାର୍ଯ୍ୟ ତ୍ୱରାନ୍ୱିତ୍ୱ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ଜନଅସନ୍ତୋଷକୁ ବରଦାସ୍ତ କରାଯିବ ନାହିଁ । ତେଣୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସଜାଗ ହୋଇ ତ୍ୱରିତ ବେଗରେ କାର୍ଯ୍ୟ ଆଗେଇ ନେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସ୍ଥାନୀୟ ନିର୍ମାଣ ସୌଧ ଠାରେ ଅନୁଷ୍ଠିତ ଏହି ବୈଠକରେ ଇଆଇସି (ସିଭିଲ୍‌)ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟଯନ୍ତ୍ରୀ ବଶିଷ୍ଠ ପଟ୍ଟନାୟକ ଏବଂ ଧ୍ୟାନଚାନ୍ଦ ନାୟକଙ୍କ ସମେତ କଟକ ଓ ଭୁବନେଶ୍ୱର ଅଞ୍ଚଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault