ହେଡଲାଇନସ୍:

ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ ଗୃହ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ପ୍ରଶିକ୍ଷଣ, ଦକ୍ଷତା ବୃଦ୍ଧି ଓ ତାଲିମ କାର୍ଯ୍ୟକ୍ରମ ସଂପ୍ରସାରିତ ହେବ' : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର, ତା.୩୦/୦୯/୨୦୨୪: ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ପୂର୍ବାହ୍ନରେ ଲକ୍ଷ୍ମୀସାଗରଠାରେ ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନର ନବୀକୃତ ସମ୍ମିଳନୀ ଗୃହକୁ ଉଦ୍ଘାଟନ କରିଛନ୍ତିା ଏହି ଗୃହ ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀ, ସହାୟକ ତଥା ଉଦ୍ୟୋଗୀମାନଙ୍କ ପ୍ରଶିକ୍ଷଣ, ଦକ୍ଷତା ବୃଦ୍ଧି ଏବଂ ତାଲିମ କାର୍ଯ୍ୟକ୍ରମ ସଂପ୍ରସାରଣରେ ଯଥେଷ୍ଟ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଉଲ୍ଲେଖ କରିଛନ୍ତିା
ଏଲ୍ଇଡି ସ୍କି୍ରନ୍, ଡିଜିଟାଲ ପୋଡିୟମ୍ ଓ ପ୍ରାୟ ୧୦୦ ଅଂଶଗ୍ରହକାରୀଙ୍କ ଆରାମଦାୟକ ଆସନ ଏବଂ ଆଧୁନିକ ସାଜସରଞ୍ଜାମବିଶିଷ୍ଟ ଏହି ସମ୍ମିଳନୀ କକ୍ଷ ଉଦ୍ଘାଟନ କରି ମନ୍ତ୍ରୀ କହିଛନ୍ତି ଯେ ନୂତନ ଯୋଜନା ପ୍ରଣୟନ ଏବଂ ଆର୍ଥିକ ସହାୟତା ଯୋଗାଣ ମାଧ୍ୟମରେ ପ୍ରାଣୀପାଳକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧା ଏହାକୁ ଦୃଷ୍ଟିରେ ରଖି "ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା' ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦିତ ହୋଇଛିା ଏହି ଯୋଜନା ଫଳରେ ରାଜ୍ୟରେ ଦୁU ଉତ୍ପାଦନ ବୃଦ୍ଧି, ଗୋ-ବିକାଶ ଓ ଗୋପାଳକଙ୍କ ଆର୍ଥିକ ଉନ୍ନତି ହୋଇପାରିବ ଏବଂ ପ୍ରାୟ ୧୫ ଲକ୍ଷ ଗୋପାଳକ ଏହି ଯୋଜନାରେ ଉପକୃତ ହେବୋ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ତାଲିମ ଓ ପ୍ରଶିକ୍ଷଣକୁ ଅଗ୍ରାଧିକାର ଦିଆଯିବା ନୂତନ ସମ୍ମିଳନୀ ଗୃହ ଏହି କ୍ଷେତ୍ରରେ ଭିତ୍ତିଭୂମିକୁ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତିା
ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଏହି ସମ୍ମିଳନୀ ଗୃହ ଅଧିକ ସଂଖ୍ୟକ ତାଲିମ କାର୍ଯ୍ୟକ୍ରମ ଆୟୋଜନ ପ୍ରକ୍ରିୟାକୁ ସହଜ କରିବ ବୋଲି ପ୍ରକାଶ କରିଥିଲୋ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ବିଭାଗ ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହଜାରା ଧନ୍ୟବାଦ ଅର୍ପଣ କରିଥିବାବେଳେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲୋ

 

0
0
0
s2sdefault