ହେଡଲାଇନସ୍:

" ସ୍ଵଚ୍ଛତା ହିଁ ସେବା" କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ଆକାଂକ୍ଷା ଓ ଲିଗାଲ ରିସୋରସ ଫର ସୋସିଆଲ ଆକ୍ସନ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ସିଧ ମଡଙ୍ଗ ଗ୍ରାମ ପଞ୍ଚାୟତ ସଭାଗୃହ ରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଏକ ସଚେତନତା ରାଲି ଗ୍ରାମ ପରିକ୍ରମା କରିବା ସହିତ ଗ୍ରାମ ର ଏକ ଆବର୍ଜନା ରାସ୍ତା କୁ ସଫେଇ କାର୍ଯ୍ୟ କରାଯାଇଥିଲା ଏବଂ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

 

ଉକ୍ତ କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଲିଗାଲ ରିସୋରସ ଫର ସୋସିଆଲ ଆକ୍ସନ ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ ଅତିଥି ମାନଙ୍କୁ ମଞ୍ଚ କୁ ଆବାହନ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ଜଳ ଓ ପରିମଳ ବିଭାଗର ପର୍ଯ୍ୟବେକ୍ଷକ ଜି.ସୁନୀଲ ବାବୁ ସ୍ଵଚ୍ଛତା ହିଁ ସେବା ଓ ପରିବେଶ ଦୁଷିତ ରହିବା ଦ୍ବାରା ଡେଙ୍ଗୁ , ମ୍ୟାଲେରିଆ , ଡାଇରିଆ ଆଦି ରୋଗ ମଧ୍ୟ ଅଞ୍ଚଳ ରେ ବ୍ୟାପିଥାଏ ସଂପର୍କ ରେ ବୂଝାଇ କରିଥିଲେ। ଆକାଂକ୍ଷା ମହିଳା ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ସ୍ଵଚ୍ଛତା ହିଁ ସେବା ସଂପର୍କ ରେ ସପଥ ପାଠ କରାଇଥିଲେ। ଓଡ଼ିଶା ଜୀବିକା ମିଶନ ସ୍ଵୟଂ ପ୍ରକଳ୍ପ ର ଜିଲ୍ଲା ସଂଯୋଜିକା ପଲିଥିନ ର ବହୁଳ ବ୍ୟବହାର ଶରୀର ପାଇଁ କ୍ଷତିକାରକ ଉପରେ ବୁଝାଇ କହିଥିଲେ।
ଅନ୍ୟାନ୍ୟ ଅତିଥି ମାନେ ଯଥା ଆକାଂକ୍ଷା ମହିଳା ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ , ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ଉପ ସଭାନେତ୍ରୀ ଶ୍ରୀମତୀ ଅନୀତା ମିଶ୍ର କହିଥିଲେ ଯେ ସ୍ଵାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ। ସମସ୍ତେ ସୁସ୍ଥ ରହିଲେ ଦେଶ ର ଉନ୍ନତି ହେବ। ଏହି ସ୍ଵଚ୍ଛତା ହିଁ ସେବା ସେବା କାର୍ଯ୍ୟକ୍ରମ କୁ ନିଜ ନିଜ କ୍ଷେତ୍ର ରେ କାର୍ଯ୍ୟକାରୀ କରିବା ଆଜିର ଆହ୍ଵାନ। ଏହି ଅବସରରେ ପଲିଥିନ ର ବହୁଳ ବ୍ୟବହାର କୁ ରୋକିବା ପାଇଁ କନାର ବ୍ୟାଗ ବଣ୍ଟନ କରାଯାଇଥିଲା। ସ୍ଵଚ୍ଛତା ହିଁ ସେବା ର ପ୍ରଚାର ଓ ପ୍ରସାର କରିବା ଆବଶ୍ୟକତା ଅଛି ଆଜିର ଏହି କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ।

0
0
0
s2sdefault