ହେଡଲାଇନସ୍:

ସାଇନିଂ ଟ୍ୟୁଟୋରିଆଲ ରେ ନୂତନ ଭାବେ ଆରମ୍ଭ ହେଲା ଯୁକ୍ତ ୨ କଳା ଏବଂ ଯୁକ୍ତ ତିନି ବିଜ୍ଞାନ ବିଭାଗ ର ପାଠ ପଢା ଶ୍ରେଣୀ ଗୃହ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର : ମୟୂରଭଞ୍ଜ ସାରସକଣା ବ୍ଲକ ସ୍ଥିତ ଝାରପୋଖରୀଆ ଠାରେ ସାଇନିଙ୍ଗ ଟ୍ୟୁଟୋରିଆଲରେ +୨ କଳା ଓ +୩ ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ା ପାଇଁ ନୂତନ ଶ୍ରେଣୀଗୃହର ଶୁଭାରମ୍ଭ ହେଲା l ଏହି ଅବସରରେ ପୂଜାର୍ଚ୍ଚନା ପରେ ପ୍ରସାଦ ବିତରଣ କରାଯାଇଥିଲା ମୁଖ୍ୟ ଅତିଥି ଭାବେ ଶ୍ରୀ ଅଶୋକ କୁମାର ପୃଷ୍ଟି ଯୋଗଦାନ କରିଥିଲେ l ପିଲାମାନେ ସ୍ୱଳ୍ପ ଦେୟରେ କିପରି ଉତ୍ତମ ଶିକ୍ଷା ଗ୍ରହଣ କରିପାରିବେ ତାହା ଏହି ଶିକ୍ଷାନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଭାପତି ସୁମିତ କୁମାର ସାଉ କହିଥିଲେ l ପ୍ରତିବର୍ଷ +୨ବିଜ୍ଞାନ ଓ କଳାରେ ଭଲ ପ୍ରଦର୍ଶନ କରିଥିବା ଏବଂ ଗତ ବର୍ଷରେ ସାରସକଣା ବ୍ଲକ ର ଟପ୍ ର ମଧ୍ୟ ହୋଇଥିଲେ, ପ୍ରତ୍ୟେକ ବର୍ଷ ପିଲାମାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ପୁରସ୍କୃତ କରାଯାଏ l

ବିଖ୍ୟାତ ମହାବିଦ୍ୟାଳୟର ଓ ବିଶ୍ୱବିଦ୍ୟାଳୟର ଅଭିଜ୍ଞ ପ୍ରାଧ୍ୟାପକ ଓ ପ୍ରାଧ୍ୟାପିକାମାନଙ୍କ ଦ୍ୱାରା ଶିକ୍ଷା ପ୍ରଦାନ କରାଯାଏ l ଏହି ଅବସରରେ ଗଣିତ ବିଭାଗର ପ୍ରାଧ୍ୟାପକ ଆଲୋକ କୁମାର ଘୋଷ , ଇଂରାଜୀର ବରିଷ୍ଠ ପ୍ରାଧ୍ୟାପକ ପ୍ରଦୀପ କୁମାର ପରିଡ଼ା, ଅର୍ଥନୀତିର ପ୍ରାଧ୍ୟାପିକା ଅର୍ଚନା ମହାନ୍ତ, ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ଯୋଗେଶ୍ଵର ବେହେରା ଓ ବିଶିଷ୍ଟ ବ୍ୟକ୍ତି ନନ୍ଦ କିଶୋର ଦାସ ଉପସ୍ଥିତ ଥିଲେ l 

0
0
0
s2sdefault