ହେଡଲାଇନସ୍:

ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର :- ବରଗଡ ଏ. ଡି. ଏମ ମଧୁଛନ୍ଦା ଦାଶଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନ.ଏମ. ଓ. ପି. ଏସ, ବରଗଡ଼ ତରଫରୁ ରଘୁନାଥ ପୁରୀ ଓ ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂତନ ପେନସନ ଉଛେଦକରି ପୁରୁଣା ପେନସନ ଲାଗୁକରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି l ସୂଚନା ଯୋଗ୍ୟ ଯେ କେନ୍ଦ୍ରରେ 1.01.2004ରୁ ଓ ଓଡିଶା ରେ 01.01.2005 ପରେ ରାଜ୍ୟରେ ନିଯୁକ୍ତି ପାଇଥିବା ପ୍ରତ୍ୟେକ ବିଭାଗର କର୍ମଚାରୀଙ୍କ ପାଇଁ ଲାଗୁକରାଯାଇଛି l ନିକଟରେ କେନ୍ଦ୍ର ସରକାର ଆସନ୍ତା ଜାନୁଆରୀ 2025 ରେ ୟୁନିଫଏଡ଼ ପେନସନ ସ୍କିମ ଲାଗୁକରିବାକୁ ଯାଉଛନ୍ତି l କର୍ମଚାରୀଙ୍କୁ ଏନ. ପି. ଏସ ଓ ୟୁ. ପି. ଏସ. ଭିତରୁ ଗୋଟିଏ ଚୟନ କରିବାପାଇଁ ଏକ ଆପସନ ରଖୁଛନ୍ତି ଯାହାକି କର୍ମଚାରୀଙ୍କ ପାଇଁ ସମ୍ପୂର୍ଣ୍ଣ କୁତ୍ସିତ ଯୋଜନା l ନିଜେ ମନ୍ତ୍ରୀ, ବିଧାୟକ, ମୁଖ୍ୟମନ୍ତ୍ରୀ, ପ୍ରଧାନ ମନ୍ତ୍ରୀ ଓ ବିଚାର ପତି ମନେ ମଧ୍ୟ ପୁରୁଣା ପେନସନ ନେଉଥିବା ବେଳେ ସାଧାରଣ କର୍ମଚାରୀଙ୍କୁ ନୁଆଁ ଯୋଜନା ଆଳରେ ବାର୍ଦ୍ଧକ୍ୟ ସମୟର ସାମାଜିକ ସୁରକ୍ଷା ପ୍ରତି ଅଣଦେଖା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି l ଏନ. ପି. ଏସ ଯୋଜନାରେ ଜଣେ କର୍ମଚାରୀ ଅଵସର ପର୍ଯ୍ୟନ୍ତ ନିଜ ଦରମା ଅର୍ଥାତ ପେଟରୁ କାଟି 10% ଜମା ଦେବା ସରକାର 14% ଜମାଦେଇ ଅଂଶଧନକୁ ସେୟାର ବଜାର ଭଳି ଏକ ବ୍ୟବସ୍ଥାକୁ ଠେଲି ଦେବା ଯୁଆଖେଲ ସଦୃଶ l ୟୁ. ପି. ଏସ. ହେଉ କି NPS କୌଣସି ଥିରେ ନୁହେଁ ଆମକୁ ସମ୍ପୂର୍ଣ୍ଣ ପୁରୁଣା ପେନସନ ଦରକାର, ଯଦି ଅଵସର ସମୟର ସାମାଜିକ ସୁରକ୍ଷା କଥା ସରକାର ଚିନ୍ତା କରୁଛନ୍ତି ଓ. ପି. ଏସ କାହିଁକି ଲାଗୁ କରୁନାହାନ୍ତି ବୋଲି କର୍ମଚାରୀ ଅସନ୍ତୁଷ୍ଟ l ଏହାକୁ ପ୍ରସମିତ କରିବାଳୁ ସରକାର ପ୍ରୟାସ କରନ୍ତୁ ନଚେତ ନଭେମ୍ବର ବିଧାନସଭା ସମୟରେ ଏକ ବଡଧରଣର ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ବିବୃତି ରଖୁଛନ୍ତି ନେତୃତ୍ୱ l ଜିଲ୍ଲାପାଳଙ୍କ ଜରିଆରେ ଆଜି ବରଗଡ଼, ପଦ୍ମପୁର, ପାଇକମାଲ ଝାରବନ୍ଧ, ଭଟଲି, ଭେଡେନ ବିଜେପୁର ଆଦି ବାରଟି ବ୍ଲକରୁ ପୃଥ୍ୱୀରାଜ ବାରିକ, କୁବେର ମହାପାତ୍ର ସୋହେଲା, ଡୋଳା ମଣୀ ମାହାର, ରାଜସ୍ବ ବିଭାଗ ଓ ପ୍ଲାନିଂ ଓ ମାଇନିଙ୍ଗ ବିଭାଗରୁ ରାଜେଶ କୁ ସାହୁ ପ୍ରକାଶ ନାୟକ,ସୀତାରାମ କନ୍ଧେର ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ l

0
0
0
s2sdefault