ହେଡଲାଇନସ୍:

ଗୋଡିପଡା ପଞ୍ଚାୟତରେ ବାଚସ୍ପତିଙ୍କ ଜନଶୁଣାଣୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଳକର ଗୋଡିପଡା ପଞ୍ଚାୟତରେ ଶନିବାର ଅପରାହ୍ନରେ ରଣପୁର ବିଧାୟକା ତଥା ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଦ୍ବାରା ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ବ୍ଳକର ୧୮ ପଞ୍ଚାୟତର ପ୍ରାୟ ୩ ଶହରୁ ଊର୍ଦ୍ଧ୍ବ ଅଭିଯୋଗ କାରୀ ଲିଖିତ ଭାବରେ ବିଭିନ୍ନ ଅଭିଯୋଗ ନେଇ ବାଚସ୍ପତିଙ୍କୁ ପ୍ରଦାନ କରିବା ସହିତ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ୟା ଗୁଡିକ ଶୁଣିଲା ପରେ ସେଗୁଡ଼ିକୁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ତ୍ୱରିତ ପଠାଇବା ସହିତ ସେ ସମ୍ପର୍କରେ ତଦାରଖ ଯାରିରଖିବାକୁ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନପ୍ରତିନିଧି ମାନଙ୍କୁ କହିଥିଲେ । ଗୋଡିପଡା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବସନ୍ତ ମାହାନ୍ତି, ବେଣୁଧର ବିଶ୍ବାଳ, ଅଶୋକ ନାୟକ, ରାଣୀ ପାଇକରାୟ, ହୃଷିକେଶ ବିଶୋଇ ସହଯୋଗ କରିଥିଲେ । ଜିଲ୍ଲା ବିଜେପି ସାଧାରଣ ସଂପାଦକ ପରେଶ ମିଶ୍ର, ଉପସଭାନେତ୍ରୀ ଅନୂଶୟା ସାହୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ ।

0
0
0
s2sdefault