ହେଡଲାଇନସ୍:

ଥେରୁବାଲି ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ଡିଜିଟାଲ ସାକ୍ଷରତା କେନ୍ଦ୍ର ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଥେରୁବାଲି-୨୮/୦୯/୨୦୨୪ “କମ୍ପୁଟର ଶିଖିଲେ ମହିଳାଟିଏ ସଶକ୍ତ ଓ ଆତ୍ମନିର୍ଭରଶୀଳ ହୋଇପାରିବ “ ବୋଲି ମତ ପ୍ରକାଶ କରିଥିଲେ, କୋଲୋନରା ପଞ୍ଚାୟତ ଉପାଧକ୍ଷ୍ୟ ଶ୍ରୀମାନ ହଲଧର ହିମିରିକା । ଇମ୍ଫା ପରିପାର୍ଶ୍ଵିକ ଥେରୁବାଲି , କାର୍ତ୍ତିକାଗୁଡା , କେଲିଗୁଡା ,ଖେଦାପଡା, ଡୁମୁରିଗୁଡା ଆଦି ୫ ଗୋଟି ପଞ୍ଚାୟତର ୪୦ ଜଣ ଗୃହିଣୀ ମହିଳା ଓ କିଶୋରୀ ବାଳିକାମାନଙ୍କୁ କମ୍ପୁଟର ସାକ୍ଷର କରିବା ସହ ସେମାନଙ୍କୁ ସ୍ଵାବଲମ୍ବୀ କରିବା ଉଦ୍ଦେଶ୍ୟରେ ଇମ୍ଫା ଏବଂ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଥେରୁବାଲି ସ୍ଥିତ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଅଫିସ ପରିସରରେ ଏକ ଡିଜିଟାଲ ସାକ୍ଷରତା କେନ୍ଦ୍ର ଶୁଭ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
କୋଲୋନରା ପଞ୍ଚାୟତ ଉପାଧକ୍ଷ୍ୟ ଶ୍ରୀମାନ ହଲଧର ହିମିରିକା ,ସମ୍ମାନୀୟ ଅତିଥିଭାବେ ଥେରୁବାଲି ସରପଞ୍ଚ ସୁଶ୍ରୀ ମମତା ପୁଲାକା, ଖେଦାପଡା ସରପଞ୍ଚ ଶ୍ରୀମାନ ନରସିଂହ କିଲାକା , ଡୁମୁରିଗୁଡା ସରପଞ୍ଚ ସୁଶ୍ରୀ ମାଣିକ ପିର୍ବାକା , ଥେରୁବାଲି ପଞ୍ଚାଯତ ନିର୍ବାହୀ ଅଧିକାରୀ ଶ୍ରୀମାନ ଜଲମୁରୁ ଭେନୁ , ଡୁମୁରିଗୁଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀମାନ ମଦନ ନାୟକ ପ୍ରମୁଖ ଉପସ୍ଥିତଥିଲେ । ଗ୍ରାମୀଣ ମହିଳା ମାନଙ୍କ ପାଇଁ ଏହିଭଳି କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ଉପସ୍ଥିତ ସରପଞ୍ଚ ଓ ଲୋକ ପ୍ରତିନିଧୀମାନେ ଇମ୍ଫା ଏବଂ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ କୁ ଧନ୍ୟବାଦ ଜଣାଇଥିଲେ ଓ ଏହାକୁ ଜାରି ରଖିବାକୁ ଅନୁରୋଧ କରିଥିଲେ। ଡିଜିଟାଲ ସାକ୍ଷରତା କିଭଳି ଜଣେ ସାଧାରଣ ମହିଳାକୁ ଅସାଧାରଣ , ସ୍ଵାବଲମ୍ବି ଓ ରୋଜଗାରକ୍ଷମ କରି ପାରିବ ଓ ଏଥିପାଇଁ ଉପଲବଧ ବିଭିର୍ଣ୍ଣ ସରକାରୀ ଯୋଜନା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀବିକାଶ ର ନିର୍ଦ୍ଦେଶକ ତଥା ସାମାଜିକ କର୍ମୀ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ସୂଚନା ଦେଇଥିଲେ। ଇମ୍ଫାର ର ବରିଷ୍ଠ ଲୋକ ସମ୍ପର୍କ ପରିଚାଳକ ଶ୍ରୀମାନ ଶକ୍ତି ପାଣିଗ୍ରାହୀ ଏହିଭଳି କାର୍ଯ୍ୟକ୍ରମ ପାଇଁ ଇମ୍ଫା ସବୁବେଳେ ଚେଷ୍ଟିତ ଓ ଅଧିକରୁ ଅଧିକ ମହିଳା ଏହାର ସୁଯୋଗ ନେବା ପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମାନ ପ୍ରଭାକର ପଣ୍ଡା ଙ୍କ ନେତୃତ୍ବରେ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ । ସମସ୍ତ ଶିକ୍ଷାର୍ଥୀ ମାନଙ୍କୁ କମ୍ପୁଟର ଶିକ୍ଷା କିଟ୍ ଓ ଗୋଟିଏ ଲେଖାଏଁ ବ୍ୟାଗ ପ୍ରଦାନ କରାଯାଇଛି । ଏହି ପରି ମୋହଟ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଥିବା ଅଭଭାବକ ମାନଡଲି ଛାତ୍ରୀ ଗଣ ଏବଂ ଲୋକ ପ୍ରତିନିଧି ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଭୃୟାସି ପ୍ରଶଂସା କରିଥିଲେ।
ସୁଚନା ଯୋଗ୍ୟ ଜେ ପ୍ରତିଦିନ ଦୁଇଟି ଦଳରେ ୪୦ ଜଣ ଶିକ୍ଷାର୍ଥୀଙ୍କୁ ଦୁଇ ଘଣ୍ଟା ଲେଖାଏଁ ନୀରବଛିର୍ଣ୍ଣ ଭାବେ 4 ମାସ ତାଲିମ ଦିଆଯିବ। ଉକ୍ତ କାର୍ଯୟକ୍ରମ କୁ ଥେରୁବାଲି BIPF ଟିମ୍ ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶ୍ରୀମାନ ମାନସ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

0
0
0
s2sdefault