ହେଡଲାଇନସ୍:

କେରେବା ଆଶ୍ରମ ବିଦ୍ୟାଳୟରେ ସ୍ଵତନ୍ତ୍ର ଚକ୍ଷୁ ପରୀକ୍ଷା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିଏମ-ଜନମନ କାର୍ଯ୍ୟକ୍ରମ ଜରୀଆରେ ଏଲଏସଡିଏର ଅଭିନବ ପଦକ୍ଷେପ


ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବିଶେଷ ଭାବେ ଅନୁନ୍ନତ ଜନଜାତି ‘ଲାଞ୍ଜିଆ ସୌରା ‘ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ସରକାରଙ୍କ ଏକ ପ୍ରାଥମିକତା ହୋଇଥିବା ବେଳେ ଏ ଦିଗରେ ଏକ ଉଲ୍ଲେଖନୀଯ ପଦକ୍ଷେପ ନେଇଛନ୍ତି ପୁଟ୍ଟାସିଂ ସ୍ଥିତ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା(ଏଲ.ଏସ.ଡି.ଏ) । ଏହି ସଂସ୍ଥା ତରଫରୁ ଗୁଣୁପୁର ବ୍ଲକ ଶଗଡା ଗ୍ରା.ପ. ଅଧିନସ୍ଥ କେରେବା ଆଶ୍ରମ ବିଦ୍ୟାଳୟରେ ଆଜି ଏକ ସ୍ବତନ୍ତ୍ର ଚକ୍ଷୁ ପରୀକ୍ଷା ତଥା ସ୍ବାସ୍ଥ୍ୟ ସଚେତନତା ଶିବିରର ଆୟୋଜିତ ହୋଇଯାଇଛି । ସମ୍ପ୍ରତି କାର୍ଯ୍ୟକାରୀ ହେଉଥିବା ପିଏମ-ଜନମନ ପରିଯୋଜନା ଅନ୍ତର୍ଗତ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମର ଏହା ଏକ ଅଭିନବ ପଦକ୍ଷେପ ।
ଆଜି ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ଅସୀମା ରାଓ ପ୍ରଦୀପ ପ୍ରଜ୍ଵଳନ କରି ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ସ୍ଥାନୀୟ ସାଂସଦ ପ୍ରତିନିଧୀ ତଥା ଟଲଣା ଗ୍ରା ପ ର ସରପଞ୍ଚ ଶ୍ରୀମତୀ ସଙ୍ଗିତା ଶବର ଯୋଗ ଦେଇ ଏଲ.ଏସ.ଡି.ଏ ର ଏହି ସାଧୁ ଉଦ୍ୟମକୁ ପ୍ରଶଂସା କରିବା ସହ ଏପରି ଶିବିର ପ୍ରତ୍ଯେକ ବିଦ୍ୟାଳୟରେ ଅନୁଷ୍ଠିତ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଶିବିରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଜଗନ୍ନାଥପୁର ପକ୍ଷରୁ ଚକ୍ଷୁ ବିଶେଷଜ୍ଞ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇ ୧୬ ଜଣଙ୍କର ଚକ୍ଷୁ ପରୀକ୍ଷା କରିବା ସହ ୦୫ ଜଣଙ୍କୁ ଚଷମା ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ । ଏଥିପାଇଁ ସରକାରଙ୍କ ସୁନେତ୍ର ଯୋଜନାରେ ମାଗଣା ଚଷମା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବାର ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ସେହିପରି ଜଗନ୍ନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ ତରଫରୁ ୨୫ ଜଣ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ୩୨ ଜଣ ଛାତ୍ରଛାତ୍ରୀ ଙ୍କ ସିକେଲ ସେଲ ରୋଗ ପାଇଁ ରକ୍ତ ପରୀକ୍ଷା କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ମାଗଣା ଔଷଧ ବଣ୍ଟନ ସହ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମ ଟିକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏହାକୁ ସଫଳ କରାଯାଇଥିଲା । ଏଲ.ଏସ.ଡି.ଏ, ର ପ୍ରକଳ୍ପ ପରିଚାଳକ ଶ୍ରୀ ସୂର୍ଯ୍ୟକାନ୍ତ ନାୟକ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ।

 

0
0
0
s2sdefault