ଶିଶୁ ମହୋତ୍ସବ ସୁରଭି ଦ୍ଵାରା ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ହୋଇଥାଏ: ନୂଆଗାଁ ସରପଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ୧୩ ଟି କ୍ଲଷ୍ଟର ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ କ୍ଲଷ୍ଟର ସି ଆର୍ ସି ସି କୈଳାଶ ନାୟକ ଙ୍କ ତତ୍ତ୍ଵାବଧାନରେ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା ଯୋଗଦେଇ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ର ଉଦେଶ୍ୟ କହିବା ସହ ସୁରଭି କାର୍ଯ୍ୟକ୍ରମ ଦ୍ଵାରା ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ହୋଇଥାଏ ବୋଲି କହିଥିଲେ।ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାଶ,ନୂଆଗାଁ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଭୀମସେନ ଦାସ,ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରସନ୍ନ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ଖଣ୍ଡୁଆଳ,ମଦନ ମୋହନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ସେହିପରି ଭରତ ନୋଡାଲ କୋରଡ଼ା ରେ କ୍ଲଷ୍ଟର ସି ଆର୍ ସି ସି ଶ୍ରୀନିବାସ ରଥ ଙ୍କ ତତ୍ତ୍ଵାବଧାନରେ କୋରଡ଼ା ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ନିରୁପମା ପାତ୍ର ,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାଶ,ପଞ୍ଚାୟତ ହାଇସ୍କୁଲ୍ କୋରଡ଼ା ପ୍ରଧାନ ଶିକ୍ଷକ ଦୀପକ କୁମାର ଖଣ୍ଡୁଆଳ,ପୂର୍ବତନ ସରପଞ୍ଚ ଗୋଲଖ ବିହାରୀ ଗୋଚ୍ଛାୟତ,ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ମହାପାତ୍ର ପ୍ରମୁଖ ଯୋଗଦେଇ ଶିଶୁ ମହୋତ୍ସବ ସୁରଭି ଦ୍ଵାରା କିପରି ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ହୋଇଥାଏ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଚିତ୍ରାଙ୍କନ,ଗୀତ ,ନୃତ୍ୟ , ଇଲୋକୁସନ, ମଧ୍ୟାହ୍ନ ଭୋଜନ ଆଦି ପ୍ରତିଯୋଗିତାରେ ୨୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ସେହିପରି ଦୁରୁଦୁରା, ଚାହାଳି, ନୀଳାଦ୍ରିପୁର କ୍ଲଷ୍ଟର ରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

0
0
0
s2sdefault