ହେଡଲାଇନସ୍:

ଭାରତୀୟ ଜନତା ପାର୍ଟି ଗୁଣୁପୁର ବିଧାନସଭା ର ସଦସ୍ୟତା ଅଭିଯାନ ସମ୍ପର୍କିତ ବୈଠକ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଙ୍କ ନିର୍ଦେଶ କ୍ରମେ ଆସନ୍ତା 25 ତାରିଖ ଦିନ ପ୍ରଧାନମନ୍ତ୍ରୀ ଙ୍କ ସହ ସବୁ ବିଜେପି ଶାସିତ ରାଜ୍ୟ ର ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଏବଂ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ସମୂହ ଭାବେ ଏହି ଦିନ ସରକାରୀ ଏବଂ ବେସରକାରୀ କାମ ବ୍ୟତୀତ ନିଜ ନିଜ ବୁଥ ରେ ସଦସ୍ୟତା କାର୍ଯ୍ୟକ୍ରମ କରିବେ ବୋଲି କରିଥିବା ନିଷ୍ପତିନିଆଯାଇଛି | ଏହି ନିଷ୍ପତି ଅନୁଯାୟୀ ଆଜି ରାୟଗଡା ଜିଲ୍ଲା ର ଗୁଣୁପୁର ବିଧାନସଭା ର ସଦର ଗୁଣୁପୁର ଠାରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି| ଏହି ସଦସ୍ୟତା ମହାସଂଗ୍ରାମ କାର୍ଯ୍ୟକ୍ରମ ରେ ଗୁଣୁପୁର ବିଧାନସଭା ର ସଦସ୍ୟତା ପ୍ରମୁଖ ବନମାଳୀ ଗମାଙ୍ଗ ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ରାଜ୍ୟ ଓ ବି ସି ଉପସଭାପତି ରାମ ବେହେରା ଗୁଣୁପୁର ବିଧାନସଭା ସଂଯୋଜକ ପ୍ରମୋଦ କୁମାର ସାହୁ ଏବଂ ଜିଲ୍ଲା ଉପସଭାପତି ଉଦୟ ପାଢ଼ୀ ଯୋଗ ଦେଇ ଥିଲେ |

ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ବିଧାନସଭା ର ଦଶ ଟି ମଣ୍ଡଳ ର ସମସ୍ତ ମଣ୍ଡଳ ସଭାପତି ଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଥିଲେ | ବୈଠକ ରେ ସଦସ୍ୟତା ଅଭିଯାନ କୁ ଜୋରଦାର କରିବା ସହିତ ପ୍ରତି ବୁଥ ରେ 100 ଜଣ ନୂତନ ସଦସ୍ୟ କରିବା ସହ ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱ ର ଏକ ପ୍ରମୁଖ ବଡ଼ ରାଜନୈତିକ ଦଳ ବୋଲି କହିବା ସହିତ ଓଡିଶା ସରକାର ଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ବୁଝାଇବା ପାଇଁ ପ୍ରମୋଦ କୁମାର ସାହୁ ସମସ୍ତ ଙ୍କୁ ଜଣାଇ ଥିଲେ | ବନମାଳୀ ଗମାଙ୍ଗ ଏବଂ ରାମ ବେହେରା ମଧ୍ୟ ସଦସ୍ୟତା ର ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ | ବିଷମକଟକ ବିଧାନସଭା ରେ ମଧ୍ୟ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶିବ ପଟନାୟକ ସାଂସଦ ପ୍ରାଥୀ କାଳୀ ମାଝୀ ଯୋଗ ଦେଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ଟିଂକୁ ପଣ୍ଡା ମୁଖି ଦିବାକର ପିଙ୍କୁ ମହାପାତ୍ର ଶ୍ରଦ୍ଧା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ

 

0
0
0
s2sdefault