ହେଡଲାଇନସ୍:

କାଶୀପୁର ଓଡିଶା ଜୀବିକା ମିଶନ କର୍ମୀ ସଙ୍ଘ ପକ୍ଷରୁ ବକେୟା ପ୍ରାପ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ସ୍ଥାନୀୟ ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ ଆଜି ସ୍ଥାନୀୟ ଓଡ଼ିଶା ଜୀବିକା ମିଶନ ଶକ୍ତି କର୍ମୀ ସଙ୍ଘ ପକ୍ଷରୁ ବକାୟ ପାରିଶ୍ରମିକ ପାଇଁ ଏକ ବିକ୍ଷୋଭ ପ୍ରଦର୍ଶନ ସହ ସ୍ଥାନୀୟ ବିଡ଼ିଓ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।
ସରକାର ରେ ବିଭିନ୍ନ ସମୟରେ ମହିଳା ଙ୍କ ପ୍ରତି ସମ୍ମାନ ଓ ଅଗ୍ରାଧିକାର ପ୍ରଦାନ କୁ ପ୍ରମୁଖ ସ୍ଥାନ ଦେଇଆସୁଥିବା ବେଳେ ଚଳିତ ସରକାର ରେ ଏମାନଙ୍କ ପ୍ରତି ବୈମାତୃକ ମନଭାବ ପୋଷଣ କରୁ ଥିବା ପରିଲକ୍ଷିତ ହେଇଅଛି । ଯାହା ଦୀର୍ଘଦିନ ଧରି ମହିଳା ମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସାମିଲ କରି ମହିଳା ଙ୍କୁ ସ୍ୱାବଲମ୍ବୀ କରି ଆସୁଥିବା ବେଳେ ଚଳିତ ରାଜ୍ୟ ସରକାର ଏମାନଙ୍କୁ ଉପେକ୍ଷା କରି ଓଡ଼ିଶା ଜୀବିକା ମିଶନ ଅନ୍ତର୍ଗତ କାର୍ଯ୍ୟରତ ଏମବିକେ ,ସିଆରପି-ସିଏମ, କୃଷି ମିତ୍ର, ପ୍ରାଣୀ ମିତ୍ର, ଏଲଏସପି , ବ୍ୟାଙ୍କ ମିତ୍ର ଭଳି ୬ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାପ ର ପ୍ରାୟ ୪ ଶହ ୮୦ ଜଣ ମହିଳା କର୍ମଚାରୀଙ୍କୁ ଦୀର୍ଘ ୬ ମାସ ର ପାରିଶ୍ରମିକ ପ୍ରଦାନ କରି ନ ଥିବା ଆଜି ଅଭିଯୋଗ ହେଇଛି । ପ୍ରକାଶ ଥାଉ କି ୨୦୧୪ ମାର୍ଚ୍ଚ ମାସ ଠାରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏମାନଙ୍କ ପାରିଶ୍ରମିକ ପ୍ରଦାନ କରାଯାଇଥିବାବେଳେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସାରା ରାଜ୍ୟରେ କାର୍ଯ୍ୟରତ ଉକ୍ତ କର୍ମଚାରୀ ଙ୍କୁ ପାରିଶ୍ରମିକ ସହାୟତା କି ଅନ୍ୟ କୌଣସି ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇନାହିଁ ।

ଉକ୍ତ ପାରିଶ୍ରମିକ ପ୍ରଦାନ ନିମନ୍ତେ ସଙ୍ଘ ପକ୍ଷରୁ ଏକାଧିକ ଥର ପ୍ରଶାସନ ର ଦ୍ୱାରାସ୍ତ ହେଇଥିବା ବେଳେ ଏଯାବତ କୌଣସି ସୁଫଳ ମିଳିପାରୁ ନାହିଁ । ଏସଂକ୍ରାନ୍ତ ରେ କାଶୀପୁର ବ୍ଲକ ସଦର ମହକୁମା ରେ ସଙ୍ଘ ସମୂହ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ ସହ ସ୍ଥାନୀୟ ବିଡ଼ିଓ ଡ଼ଃ ଅମୃତ ରାଉଳ ଙ୍କୁ ଉକ୍ତ ସମସ୍ୟା ର ତୁରନ୍ତ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି। । ହେଲେ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ସମସ୍ୟା ର ସମାଧାନ ହେତୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଭବିଷ୍ୟତ ରେ ସ୍ଥିତି ଭୟାବହ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରିଥିବା ସଙ୍ଘ ପକ୍ଷରୁ ପ୍ରକାଶ ପାଇଛି ।

0
0
0
s2sdefault