ହେଡଲାଇନସ୍:

ରାୟଗଡ଼ା ଜିଲ୍ଲା କଂଗ୍ରେସ ସଙ୍ଗଠନ ସୁଦୃଢ କରିବା ପାଇଁ ସାଂସଦଙ୍କ ଗୋଟି ଚାଳନା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗୁଣପୁର ଉପଖଣ୍ଡ ର ସାତୋଟି ବ୍ଲକ ଓ ଦୁଇଟି ସହରାଞ୍ଚଳ ପାଇଁ ସାଂସଦ ଶପ୍ତଗିରୀ ଉଲ୍ଲାକା ନିଜ ପ୍ରତିନିଧି ଭାବରେ ୯ ଜଣଙ୍କୁ ନୂତନ ଭାବେ ନିଯୁକ୍ତି ଦେଇଛନ୍ତି।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଉପଖଣ୍ଡ ର ସାତୋଟି ବ୍ଲକ ଓ ଦୁଇଟି ସହରାଞ୍ଚଳ ପାଇଁ ସାଂସଦ ଶପ୍ତଗିରୀ ଉଲ୍ଲାକା ନିଜ ପ୍ରତିନିଧି ଭାବରେ ୯ଜଣଙ୍କୁ ନୂଆକରି ନିଯୁକ୍ତି ଦେଇଛନ୍ତି। ଏହି ୯ ଜଣଙ୍କ ମଧ୍ୟରୁ ଗତଥର ପ୍ରତିନିଧି ରହିଥିବା କାହାକୁ ଜଣଙ୍କୁ ମଧ୍ୟ ପୁନରାବୃତ୍ତି କରି ନଥିବା ବେଳେ ବହୁସ୍ଥାନରେ ପୁରୁଖା କଂଗ୍ରେସିଆ ମାନଙ୍କୁ ଏହି ଦାୟିତ୍ବ ଦିଆଯାଇ ଥିଲେ ମଧ୍ୟ ଗୁଡାରି ବ୍ଲକରେ ଜଣେ ବ୍ଯବସାୟୀ ପି. ବାବୁରାଓଙ୍କୁ ପ୍ରତିନିଧି କରିଥିବା ଘଟଣା କୁ ନେଇ ଦଳ ଭିତରେ ଅସନ୍ତୋଷ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ତେବେ ୨୦୧୯ ରୁ ୨୦୨୪ ମଧ୍ୟରେ ଦୁର୍ବଳ ଅବସ୍ଥାକୁ ଚାଲି ଆସିଥିବା କଂଗ୍ରେସ ପୁଣି ଗତ ସାଧାରଣ ନିର୍ବାଚନ ପୁର୍ବରୁ ଏକ ରକମ ଭିଡିଖାଲି ଅବସ୍ଥାକୁ ଚାଲି ଆସିଥିଲା। ବିଜୟ ଗମାଙ୍ଗ, ରଘୁନାଥ ପାତ୍ରଙ୍କ ସମେତ ବହୁ ଆଗ ଧାଡିର ନେତା ଦଳ ଛାଡିଥିଲେ। ଏଣୁ ଦଳିୟ ସଙ୍ଗଠନ କୁ ପୂନଃଜୀବିତ କରିବା ଉଦେଶ୍ୟରେ ସବୁ ଦିଗକୁ ନଜରରେ ରଖି ସାଂସଦ ଏଭଳି ନୂଆ ପୁରୁଣାଙ୍କୁ ମିସାଇ ପ୍ରତିନିଧି ବଣ୍ଟନ କରିଥିବା ଖବର ମିଳିଛି। ଏବେ ରାଜ୍ଯ ଓ ଜିଲ୍ଲା ସ୍ତରରେ ସାଙ୍ଗଠନିକ କମିଟି ସବୁ ଭାଙ୍ଗିଯାଇ ଥିବାରୁ ବ୍ଲକ ଓ ସହରାଞ୍ଚଳ ସ୍ତରରେ ମଧ୍ୟ କେହି ଦାୟିତ୍ବ ରେ ନାହାଁନ୍ତି। ଏଣୁ ସାଂସଦ ଙ୍କ ଅନୁପସ୍ଥିତି ରେ ଏହି ମାନେ ତାଙ୍କ ପ୍ରତିନିଧି ଭାବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବାସହ ଦଳିୟ ସାଙ୍ଗଠନିକ ବ୍ଯାପାର ମଧ୍ୟ ବୁଝି ପାରିବେ । ଏଣୁ ସାଂସଦ ଶ୍ରୀ ଉଲକା ଚନ୍ଦ୍ରପୁର ବ୍ଲକ ପାଇଁ ଭୀମ ଗାଗାରଙ୍ଗା ଙ୍କୁ ଦାୟିତ୍ଵ ଦେଇଥିବା ବେଳେ ଗୁଣପୁର ବ୍ଲକ ପାଇଁ ଟଲଣା ସରପଞ୍ଚ ସନ୍ତୋସିନି ଶବର , ଗୁଣପୁର ପୌର ପରିଷଦ ପାଇଁ ପୁରୁଖା କର୍ମି ତରଣୀ ସେନ ଶତପଥୀ , ଗୁଡ଼ାରୀ ଏ ନ : ଏ : ସି ରେ ମିନକେସ ବାବୁ ଶାସନପୁରୀ, ରାମାନା ଗୁଡ଼ା ବ୍ଲକ ରେ ବରିଷ୍ଟ ନେତା ଜି; ପ୍ରସାଦ ରାଓ , ବିଷମ କଟକ ବ୍ଲକ ରେ ବରିଷ୍ଠ ନେତା ଦିଲୀପ ପଟ୍ଟନାୟକ ମୁନିଗୁଡା ବ୍ଲକ ପାଇଁ ରଜନୀ କାନ୍ତ ପଡ଼ାଲ ଙ୍କୁ ନିଯୁକ୍ତି କରିଥିବା ଜଣାପଡିଛି ।ଏହି ନବ ନିଯୁକ୍ତ ପ୍ରତିନିଧି ମାନେ ସେହି ଅଞ୍ଚଳ ର ବିକାଶ ମୂଳକ କାର୍ଯ୍ୟ ରେ ପାଇଁ ସାଂସଦ ଙ୍କ ପାଇଁ ସେତୁ ଭାବେ କାମ କରିବେ ବୋଲି କୁହାଯାଇଛି । ତେବେ ପଦ୍ମପୁର ବ୍ଲକ ରେ ଏମ: ସୁରେଶ କୁମାର (ନାନାଜି ) ଓ ଗୁଡ଼ାରୀ ବ୍ଲକ ରେ ପି: ବାବୁରାଓଙ୍କୁ ନିଯୁକ୍ତି କୁ ନେଇ ଦଳିୟ ମହଲରେ ଅନେକ କଥା ଆରମ୍ଭ ହୋଇ ଯାଇଛି। ନନାଜି ପୁର୍ବରୁ କଂଗ୍ରେସ ର ପୁରୁଖା ଲଃକ ହୋଇଥିଲେ ମଧ୍ୟ ଗତ ଦିନରେ ସେ ବିଜେଡିକୁ ସମର୍ଥନ କରିଥିବା ନେଇ ଅଭିଯୋଗ ଉଠିଛି। ତେବେ ପୁରୂଖା ମାନଙ୍କୁ ଦଳକୁ ଫେରାଇ ଆଣିବା ଉଦେଶ୍ୟରେ ସାଂସଦ ଏହି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି କୁହାଯାଉଛି। ତେବେ ଗୁଡାରି ରେ ବାବୁରାଓ ଙ୍କୁ ନଜି ଗଭୀର ଅସନ୍ତୋଷ ଦାନା ବାନ୍ଧୁଦିବା ଖବର ମିଳିଛି। ଗୁଡାରିକୁ କଂଗ୍ରେସ ର ଗଡ ବୋଲି କୁହାଯାଉ ଥିବା ବେଳେ ସେହି ସ୍ଥାନରେ କଂଗ୍ରେସ ର ଏମିତି କେହି ବ୍ଯକ୍ତି ନଥିଲେକି ଯେ ଜଣେ ଜଣେ ବ୍ଯବସାୟୀ ହାତରେ ସାଂସଦ ଏହି ଦାୟିତ୍ବ ଦେଲେ ବୋଲି ଅନେକ ପ୍ରଶ୍ନ କରିଛନ୍ତି। ଗତ ଦିନରେ ଦାଦା ରମେଶ ସାଂସଦ ଙ୍କ ପ୍ରତିନିଧି ଥିବାବେଳେ ତାଙ୍କୁ ଅନେକ ଥର ବିଜେଡିରୁ ଡାକରା ହେଲାପରେ ବି ସେ ନଯାଇ କଂଗ୍ରେସ ପାଇଁ କାମ କରି ଆସୁଥିଲେ। ନିର୍ବାଚନ ରେ ମଧ୍ୟ କଂଗ୍ରେସ ପାଇଁ କାର୍ଯ୍ଯ କରିଥିଲେ କିନ୍ତୁ ସେହି ସ୍ଥାନରେ କଂଗ୍ରେସ ସହ କେବେ କୌଣସି ସମ୍ପର୍କ ନଦିବା ଲୋକଙ୍କୁ କିଭଳି ଏହି ଦାୟିତ୍ବ ଦିଆଗଲା ତାକୁନେଇ ପ୍ରଶ୍ନ ଉଠିଛି। ଅନ୍ଯପକ୍ଷେ ସ୍ଥାନୀୟ ଅଞ୍ଚଳରେ ସାଂସଦ ଙ୍କ କଥା ଉଠିଲେ ଯୁବନେତା ରାଜୀବ ସାହୁଙ୍କ ନା ହିଁ ପ୍ରଥମେ ଆଲୋଚନା କୁ ଆସେ। ସେ ଗତ ପାଞ୍ଚବର୍ଷ ସାଂସଦ ଙ୍କ ପ୍ରତିନିଧି ମଧ୍ୟ ଥିଲେ। ଏଭଳି ସ୍ଥଳେ ଏଥର ତାଙ୍କୁ ବାଦ୍ ଦିଆ ଯାଇଥିବା ଦେଖିବାକୁ ମିଳିଛି। ତେଣୁ ଦୁର୍ଦ୍ଦିନରେ ଯେଉଁ ମାନେ କଂଗ୍ରେସ ର ହାତ ନଛାଡି ରହିଥିଲେ ଏବେ ଭଲଦିନ ଆସିବା ବେଳକୁ ସେମାନଙ୍କ ହାତଛାଡି ନୂଆ ଲୋକଙ୍କୁ ନିଯୁକ୍ତି ଦେବାଭଳି ସାଂସଦ ଙ୍କ ଏହି ଷ୍ଟାଟେଜି ଆଗାମି ଦିନରେ ସାଙ୍ଗଠନିକ ପାଇଁ ଭଲ ପ୍ରଭାବ ପଡିବ ନା ଅଧିକ ବିଗିଡିବ ତାହା ଦେଖିବାର କଥା।

 

0
0
0
s2sdefault