ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଉନ୍ନୟନ ସମନ୍ଵୟ ଏବଂ ପରିଚାଳନା କମିଟି ବୈଠକ (ଦିଶା) ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଗତସିଂହପୁର, ତା ୨୫.୦୯.୨୪ ସୁମନ୍ତ କୁମାର ଦାସ:ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଉନ୍ନୟନ ଏବଂ ପରିଚାଳନା କମିଟି ବୈଠକ (ଦିଶା) ଅନୁଷ୍ଠିତ ହୋଇଯାଇଅଛି। ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାର ଙ୍କ ପ୍ରଣୀତ ବିଭିନ୍ନ ଯୋଜନା ଗୁଡ଼ିକର ପ୍ରଣୟନ ଓ କାର୍ଯ୍ୟକାରିତା ବିଷୟ ରେ ସବିଶେଷ ଆଲୋଚନା କରାଯାଇଥିଲା। ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (PMKSY), ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା (PMFBY),ରାଷ୍ଟ୍ରିୟ କୃଷି ବିକାଶ ଯୋଜନା (RKVY),ପରମ୍ପରାଗତ କୃଷି ବିକାଶ ଯୋଜନା (PKVY),ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ (SHC),ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା (PMGSY), ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ ,ଏକୀକୃତ ଶିଶୁ ବିକାଶ ଯୋଜନା (ICDS),ପ୍ରଧାନ ମନ୍ତ୍ରୀ ଉଜ୍ଜଳା ଯୋଜନା (PMUY), ଜାତୀୟ ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟକାରିତା , ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM), ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP),ସ୍ୱଚ୍ଛ ଭାରତ ମିଶନ (SBM) / ସ୍ୱଚ୍ଛ ଭାରତ ମିଶନ - ଗ୍ରାମୀଣ (SBM-G),ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ (NRDWP),ଦିନଦୟାଲ ଅନ୍ତୋର୍ଦୟ ଯୋଜନା (NRLM),ଦିନଦୟାଲ ଉପାଧ୍ୟାୟ - ଗ୍ରାମୀଣ କୌଶଲ ଯୋଜନା (DDU-GKY), MGNREGA ,ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା (ଗ୍ରାମୀଣ) (PMAY-G), ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା (ସହରୀ) (PMAY-U), ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା (DDUGJY)
,ସର୍ବ ଶିକ୍ଷା ଅଭିଯାନ (SSA), ମିଡ-ଡେ ମିଲ ଯୋଜନା ,ପ୍ରଧାନମନ୍ତ୍ରୀଙ୍କ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (PMEGP),ଟେଲିକମ୍, ରାଜପଥ ଇତ୍ୟାଦି ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟକ୍ରମ ବିଷୟ ରେ ଆଲୋଚନା ହୋଇଥିଲା।|ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ରେ ଜିଲ୍ଲା ରେ ମୋଟ ୬୨୭୬୬ ଜଣ ଚାଷୀ ଅନ୍ତର୍ଭୁକ୍ତ ହୋଇଛନ୍ତି। ମୃତ୍ତିକା ହେଲଥ କାର୍ଡ ଅନ୍ତର୍ଗତ ୪୦୦୦ ହେକ୍ଟର ଜମି ର ପରୀକ୍ଷଣ କରଯାଇଛି। ଏହି ପରିପ୍ରେକ୍ଷୀରେ ମାନ୍ୟବର ସାଂସଦ ବିଭୁ ପ୍ରସାଦ ତରାଇ କେନ୍ଦ୍ର ସରକାର ଙ୍କ ପ୍ରଣୀତ ଯୋଜନା ଗୁଡ଼ିକ ଅଧୀନ ରେ ଯେତେ ଅଧିକ ଧନ ଆଣିପାରିବା ତହା ଲୋକଙ୍କ କାମରେ ଆସିବ ବୋଲି କହିଥିଲେ। ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଯୋଜନା ରେ ଜିଲ୍ଲା ରେ୧୩ ଟି ରାସ୍ତା ନିର୍ମାଣ ସରିଥିବା ବେଳେ ଡିସେମ୍ବର ମାସରେ ଆଉ ୨୭ ଟି ରାସ୍ତା ନିର୍ମାଣ ସରିବ। ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ରାସ୍ତା ର ନିର୍ମାଣ ସରିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ସୂଚନା ଦେଇଥିଲେ। ଏହି ବୈଠକ ରେ ମାନ୍ୟବର ମନ୍ତ୍ରୀ ଶିଳ୍ପ,ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କାମ ଖରାପ କରୁଥିବା ଠିକାଦାର ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ନୂତନ ଭାବେ କାର୍ଯ୍ୟ ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ।ଜଗତସିଂହପୁର ମ୍ୟୁନିସପାଲିଟି ରେ ତାରାଦେଇ ମନ୍ଦିର ରୁ ହାଟ ପୋଲ, ଓ ତିର୍ତ୍ତୋଲ ବ୍ଲକ୍ ରେ ଛପଡ଼ା ରୁ ମୁଳି ସିଂ ରାସ୍ତା ବିଷୟରେ ଆଲୋଚନା ହୋଇଥିଲା।ଆଇ ସି ଡି ଏସ ଅଧୀନ ରେ ଜିଲ୍ଲା ରେ ମୋଟ ୧୮୧୫ ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକାରୀ ରହିଛି। ଏହା ଛଡ଼ା ୧୭୦ ଟି ଅଙ୍ଗନବାଡ଼ି କେନ୍ଦ୍ର ରେ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ସଂଶାଧନ ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୂଚନା ଦେଇଥିଲେ। ବୈଠକ ରେ ବିଧାୟକ, ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ, ବିଧାୟକ, ବାଲିକୁଦା- ଏରସମା ଶ୍ରୀ ସାରଦା ପ୍ରସନ୍ନ ଜେନା, ବିଧାୟକ, ତିର୍ତ୍ତୋଲ ଡ ରମାକାନ୍ତ ଭୋଇ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ , ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବ୍ଲକ୍ ଅଧ୍ୟକ୍ଷ ଅଧ୍ୟକ୍ଷା ,ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

0
0
0
s2sdefault