ହେଡଲାଇନସ୍:

ଓଡ଼ିଶୀ ନୃତ୍ୟରେ ଜାତୀୟ ବୃତ୍ତି ପାଇଲେ ନିକିତା ବେହେରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶୀ ନୃତ୍ୟରେ ଜାତୀୟ ବୃତ୍ତି ପାଇଲେ ପାରଳାଖମୁଣ୍ଡିର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ "ପଦାମୃତ ନୃତ୍ୟାୟନ"ର ଛାତ୍ରୀ ସୁଶ୍ରୀ ନିକିତା ବେହେରା।
ନିଜର କଠିନ ପରିଶ୍ରମ ତଥା ଗୁରୁ ଏବଂ ପରିବାରର ସହଯୋଗରେ CCRT govt of India ( junior Category) ତରଫରୁ ପ୍ରତିବର୍ଷ ଚୟନ କରାଯାଉଥିବା ଓଡ଼ିଶୀ ନୃତ୍ୟ ବୃତ୍ତି ପାଇ ପରିବାର ତଥା ଅନୁଷ୍ଠାନ ପାଇଁ ଗର୍ବ ଆଣିଦେଇଛନ୍ତି।
ବାପା ଛେଉଣ୍ଡ ଏବଂ ମା ର କମ୍ ରୋଜଗାର ରେ ଗୁରୁଙ୍କ ସହଯୋଗରେ ନିକିତା ର ଏହି କୃତିକାର୍ଯ୍ୟ ପାଇଁ ପାରଳାଖେମୁଣ୍ଡି ର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ପଣ୍ଡିତ ଶ୍ରୀଯୁକ୍ତ ରଘନାଥ ପାତ୍ର , କ୍ରିଏଟିଭ୍ ଆର୍ଟସ୍ ର ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକ ଏବଂ ଅନ୍ୟ ଅନୁଷ୍ଠାନ ର ସଦସ୍ୟ
ମାନେ ନିକିତାକୁ ଶୁଭେଚ୍ଛା ଜଣାଇବା ସହ ଗୁରୁ ଶ୍ରୀମତୀ ବିନ୍ଦୁପ୍ରୀୟା ବେହେରା ଓ ଶ୍ରୀମତୀ ପ୍ରୀତିପ୍ରିୟା ବେହେରା ଙ୍କୁ ସେମାନଙ୍କ ନିଷ୍ଠାପର ପରିଶ୍ରମ ପାଇଁ ସାଧୁତା ଜଣାଇଛନ୍ତି।

0
0
0
s2sdefault