ହେଡଲାଇନସ୍:

ବୌଦ୍ଧ ଉପାସକ ସମ୍ମିଳନୀ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୁଲୁମୁଣ୍ଡା ଗ୍ରାମର କଳିଙ୍ଗ ମିତ୍ର ବୁଦ୍ଧିଷ୍ଟ ମେଡିଟେସନ ସେଣ୍ଟର୍ ଠାରେ କାହୁଁ ଚରଣ ଙ୍କ ତତ୍ବାବଧାନରେ ରାମନାଗୁଡ଼ା ବ୍ଲକ, ଗୁଣୁପୁର ବ୍ଲକ୍ ଏବଂ ପଦ୍ମପୁର ବ୍ଲକର ସମସ୍ତ ବୁଦ୍ଧିଷ୍ଟ ପରିବାରକୁ ନେଇ ଏକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଉକ୍ତ ଧର୍ମ ସମ୍ମିଳନୀ ରେ ବାଉଦ୍ଧାଚର୍ଯ୍ୟ ପ୍ରସାନ କୁମାର ବୌଦ୍ଧ ଏବଂ ଉପାସକ ବିଶିକେସନ ଟାକିରି ଉପସ୍ଥିତ ରହି ବୌଦ୍ଧ ଧର୍ମ ଓ ପଞ୍ଚଶୀଳ ନୀତି ସମ୍ପର୍କେ ବୁଝାଇଥିଲେ।
ବୁଦ୍ଧ ଧର୍ମର ଅର୍ଥ ହେଲା ବୁଦ୍ଧି ପ୍ରାପ୍ତହୋଇ ମାନବ ବିଚାରକୁ ଆଣି ସତ୍ ମାର୍ଗରେ ପରିଚାଳିତ ହେବା। ସଂକ୍ଷେପରେ କହିବାକୁ ହେଲେ ବୁଦ୍ଧିର ସହିତ ଧର୍ମାଚରଣ କରି ଜିଇଁବା।ଏହିଭଳି ଭାବରେ ସକାଳ ୧୦ଘଣ୍ଟା ଠାରୁ ଅପରାହ୍ନ ୪ଘଣ୍ଟା ପର୍ଯ୍ୟନ୍ତ ବୁଦ୍ଧଧର୍ମ ଏବଂ ପଞ୍ଚଶୀଳ ନୀତି ସମ୍ପର୍କେ ବୌଦ୍ଧାଚାର୍ଯ୍ୟ ମାନଙ୍କ ଦ୍ଵାରା ଉପାସକ ମାନଙ୍କୁ ଶିକ୍ଷା ଦିଆଯାଇଥିଲା।ସମସ୍ତ ବୌଦ୍ଧ ଉପାସକ ମାନେ ମାନବ ବିଚାର ଧାରା କୁ ସଠିକ୍ ମାର୍ଗରେ ପରିଚାଳନା କରିବାର ପ୍ରେରଣା ପାଇଥିଲେ।ଉକ୍ତ ବୌଦ୍ଧ ବିହାରରେ କାହ୍ନୁ ଚରଣ ଲିମା,ଜି ସବିତା,ବୋୟାଜ୍ ଲିମା,ରମା ପାଣି, ପଦ୍ମା ପାଣି,ହରିଶ୍ଚନ୍ଦ୍ର ପତିକା, ଉଷାରାଣୀ ମିଶାଲ ଉପସ୍ଥିତ ଥିବାବେଳେ ଚାଲକମ୍ବା ଗ୍ରାମର ପ୍ରସାଦ ପସ୍ପୁରେଡ୍ଡି,ଚନ୍ଦନ ବେବର୍ତ୍ତା ଓ ସନ୍ତୋଷ କୁମାର ପାଳଙ୍କ ପରିବାର ସହ ଏବଂ ପଦ୍ମପୁର ବ୍ଲକ୍ ର ବିରିପଦର ଗ୍ରାମର ଜଗବନ୍ଧୁ ଲିମାଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ।
ବୌଦ୍ଧଧର୍ମ ଉପାସକ ସମ୍ମୀଳନୀରେ ଉପସ୍ଥିତ ଥିବା ସମସ୍ତ ଉପାସକ ମାନେ ବୌଦ୍ଧଧର୍ମ ଓ ପଞ୍ଚଶୀଳ ନୀତି ଶିକ୍ଷା ଲାଭକରି ଆତ୍ମ ସନ୍ତୋଷ ଲାଭ କରିଥିବା ଜଣାପଡିଛି। ପରିଶେଷରେ ନିକଟ ଭବିଷ୍ୟତ ରେ ଏକ ବୌଦ୍ଧଦୀକ୍ଷା ସମାରୋହ ଆୟୋଜନ କରିବା ପାଇଁ କଳିଙ୍ଗ ମିତ୍ର ବୁଦ୍ଧିଷ୍ଟ ୱିଜ୍ଡମ୍ ଏବଂ ମେଡିଟେଶନ ସେଣ୍ଟର୍ ତରଫରୁ ନିଷ୍ପତ୍ତି ନିଆଯାଇଥିଲା। ଗୁଣୁପୁର ସବ୍ ଡିଭିଜନ ରୁ ହୃଷୀକେଶ ପାତ୍ର ଙ୍କ ରିପୋର୍ଟ୍

 

0
0
0
s2sdefault