ହେଡଲାଇନସ୍:

ବିଶିଷ୍ଟ କବି ହରିହର ମିଶ୍ରଙ୍କ ବିୟୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ଓଡ଼ିଶାର ବିଶିଷ୍ଟ କବି, ଗାଳ୍ପିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କ ଦେହାନ୍ତ। ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଅନେକ ଦିନ ହେଲା କିଡନୀ ରୋଗରେ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିଛିଦିନ ହେବ ସେ ହସ୍ପିଟାଲରୁ ପୁରୀ ମାର୍କଣ୍ଡେଶ୍ଵର ସାହି ସ୍ଥିତ ନିଜ ବାସଭବନକୁ ଆସିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା ।

ସେ ଏକାଧାରାରେ ଜଣେ କବି, ଗାଳ୍ପିକ ହେବା ସହ ଓଡିଆ ସିନେମାରେ ମଧ୍ଯ ସଂଳାପ ଲେଖିବା ଓ ଅଭିନୟର ଛାପ ମଧ୍ଯ ଛାଡିଛନ୍ତି । ଅନେକ ବିଶିଷ୍ଟ ବ୍ୟକ୍ତି ତଥା ମାନ୍ୟଗଣ ବ୍ୟକ୍ତିମାନେ ତାଙ୍କର ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

0
0
0
s2sdefault