ହେଡଲାଇନସ୍:

କଂଗ୍ରେସ ର ନୂଆଁଖାଇ ଭେଟ ଘାଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୨/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା କଂଗ୍ରେସ ର ଏକ ନୂଆ ଖାଇ ଭେଟଘାଟ ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି ସାଇରାଜୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ଭୂଜ ବଳ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସଦନ ନାୟକ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାଗିରଥି ନାୟକ, ପାପଡାହାଣ୍ଡି ଜିଲ୍ଲା ପରିଷଦ ସଭ୍ୟା ଡକ୍ଟର ଲିପିକା ମାଝୀ,ବରିଷ୍ଠ କଂଗ୍ରେସ ନେତା ଅନାମ ଦିଆନ ,ଦିଲୀପ ପ୍ରଧାନି, ସନରାଜ ଗଣ୍ଡ, ଧରମ ସିଂ, ପୂର୍ବତନ କଳାହାଣ୍ଡି ଲୋକସଭା ପ୍ରଭାରୀ ଦ୍ବାରିକା ମହାପାତ୍ର, ପିସିସି ସଭ୍ୟ ଦିଲୀପ ବେହେରା ଓ ପୂର୍ବତନ ପିସିସି ସମ୍ପାଦକ କ୍ଷେମ ରାଜ ବାଘ ପ୍ରମୁଖ ମଞ୍ଚାସିନ ଥିଲେ।ସର୍ବ ପ୍ରଥମେ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳ ର ଦୁଷ୍କର୍ମ ର ଶିକାର ପରେ ହତ୍ୟା ହୋଇ ମୃତ୍ୟୁ ବରଣ କରିଥିବା ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ର ଅମରଆତ୍ମା ର ଶାନ୍ତି ଉଦ୍ଦେଶ୍ୟରେ ଦୁଇ ମିନିଟ ର ନୀରବ ପ୍ରାର୍ଥନା କରାଯାଇଥିଲା। ଗତ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଜିଲ୍ଲା ରେ କଂଗ୍ରେସ ଦଳର ପ୍ରାର୍ଥୀ ମାନେ ଗୋଟିଏ ହେଲେ ଆସନ ରେ ବିଜୟୀ ହୋଇ ନ ପାରିବା ର ତର୍ଜମା ଓ ସମୀକ୍ଷା କରାଯାଇଥିଲା। ବିଶେଷ କରି କଂଗ୍ରେସ ଦଳ ର କିଛି ନେତା ହିଁ ଘର ଢ଼ିଙ୍କି କୁମ୍ବିର ହୋଇ ଦଳର ପରାଜୟ ର ମୁଖ୍ୟ କାରଣ ସାଜିଥିବା ଅଭିଯୋଗ ହୋଇଥିଲା। ପ୍ରାର୍ଥୀ ଚୟନ ସମୟରେ କଂଗ୍ରେସ ର ପ୍ରମୁଖ ବ୍ୟକ୍ତି ବିଶେଷ ତଥା କର୍ମୀ ମାନଙ୍କ କୌଣସି ମତାମତ ଗ୍ରହଣ ନ କରିବା ଦଳ ର ବିପର୍ଜୟ ର ଅନ୍ୟ ଏକ କାରଣ ବୋଲି ତୁଙ୍ଗ ନେତା ମାନେ ପ୍ରକାଶ କରିଥିଲେ। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ର ଜାତୀୟ ସ୍ତରର ନେତା କିମ୍ବା ରାଜ୍ୟ ସ୍ତରୀୟ ହାଇ ପ୍ରୋଫାଇଲ୍ ନିର୍ବାଚନ ପ୍ରଚାର ପାଇଁ ନବରଙ୍ଗପୁର ସଂସଦୀୟ କ୍ଷେତ୍ର କୁ ନ ଆସିବା ଦ୍ଵାରା ନେତା ଓ କର୍ମୀ ଙ୍କ ମନବୋଳ ଅନ୍ୟ ଦଳ ଅପେକ୍ଷା ନିମ୍ନଗାମୀ ହୋଇଥିବା କହିଥିଲେ। ତେବେ ଦଳ ରେ ଦୀର୍ଘଦିନ ଧରି କ୍ଷମତାରେ ରହି କର୍ମୀ ମାନଙ୍କୁ ଅଣଦେଖା କରି କଂଗ୍ରେସ ଦଳ କୁ ନିମ୍ନଗାମୀ କରିଥିବା ନେତା ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ସମସ୍ତେ ଦାବୀ କରିଥିଲେ। କଂଗ୍ରେସ ଜିଲ୍ଲା ସଭାପତି ଭୁଜ ବଳ ମାଝୀ ବହୁ ବାଧାବିଘ୍ନ ମଧ୍ୟରେ କଂଗ୍ରେସ ଦଳ ଗତି କରିଥିଲେ ସୁଦ୍ଧା ଦଳ ଜିଲ୍ଲା ରେ କର୍ମୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ କଂଗ୍ରେସ ଏବେ ମଧ୍ୟ ଜିଲ୍ଲାରେ ନିଜ ସ୍ଥିତି ଦୃଢ଼ କରି ରଖିଛି ବୋଲି କହିଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଦଳ କୁ ପୁନର୍ଗଠନ କରାଯାଇ ଅଧିକ ଶୁ ସଂଗଠିତ କରିବା ସହ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାନଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ନେଇ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ। ଦଳର ବିଶୃଙ୍ଖଳ କରୁଥିବା ଯେ କୌଣସି ବ୍ୟକ୍ତି ବିଶେଷ ଙ୍କୁ ନିଶ୍ଚୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ମୀ ମାନଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ। ଡାବୁଗାଁ ବ୍ଲକ କଂଗ୍ରେସ ଜୋନ ୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବୃନ୍ଦା ତ୍ରିପାଠୀ,ମେଘ ବିଶୋଇ,ସଞ୍ଜୀବ ବିଶୋଇ, ବାବି ଜେନା,ବଂଶୀ ମାଝୀ,ପ୍ରହଲ୍ଲାଦ ହିଆଲ, ଧର୍ମାନନ୍ଦ ନାୟକ,ଜିଲ୍ଲା ର ସମସ୍ତ ୧୦ ଗୋଟି ବ୍ଲକ କଂଗ୍ରେସ ସଭାପତି, ପିସିସି ସଭ୍ୟ,ଦଳର ବହୁ ବରିଷ୍ଠ କଂଗ୍ରେସ ନେତା ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଶେଷରେ ସମସ୍ତେ ନୂଆଖାଇ ଭେଟ ଘାଟ ରେ ବଡ ମାନଙ୍କୁ ଜୁହାର ହୋଇଥିଲେ।

0
0
0
s2sdefault