ହେଡଲାଇନସ୍:

ଭରତପୁର ଥାନା ଘଟଣା : ପୀଡିତା ସନ୍ତୁଷ୍ଟ, ବିରୋଧୀ ନିରସ୍ତ ଓ ସରକାର ଆଶ୍ୱସ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ପୀଡ଼ିତା, ତାଙ୍କ ପିତା ଓ ଅନ୍ୟ ସେନା ଭେଟେରାନ ମାନେ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି | ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ଡାକରା ଦିଆଯାଇଥିବା ମଙ୍ଗଳବାରର ଭୁବନେଶ୍ୱର ବନ୍ଦ ଡାକରାକୁ ପ୍ରତ୍ୟାହାର କରାଯାଇଛି କାରଣ ମାମଲାର ବିଚାରବିଭାଗୀୟ ତଦନ୍ତ ପାଇଁ ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ପୂର୍ବରୁ ଦାବି କରିଥିଲେ । ଆଉ ସରକାର ବି ତାହା ମାନି ନେଇଛନ୍ତି |

Imageଅନ୍ୟପକ୍ଷରେ ଅନ୍ୟପକ୍ଷରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ଆଜି ହାଇକୋର୍ଟ ଭରତପୁର ମାମଲାର ତଦନ୍ତ ଅଗ୍ରଗତି ଅନୁଧ୍ୟାନ ପାଇଁ ମନା କରିଦେଇଛନ୍ତି । ତେବେ ଉଭୟ ପୀଡ଼ିତ(ସେନା କ୍ୟାପଟେନ୍) ଓ ପୀଡ଼ିତା(ବାନ୍ଧବୀ)ଙ୍କ ନାଁ ପ୍ରକାଶକୁ ବାରଣ କରିଛନ୍ତି ହାଇକୋର୍ଟ । ଘଟଣାର ଏକପାଖିଆ କିଛି ଫୁଟେଜ୍ ଭାଇରାଲ୍ କରାଯାଉଥିବାରୁ ଏ ନେଇ ସେନା ଭେଟେରାନ୍ ମାନେ ଆଜି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।Imageତେବେ ପୀଡ଼ିତାଙ୍କ ଚରିତ୍ର ଖନନ ଭଳି ଭିଡିଓ ଭାଇରାଲ୍ କରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡିଛି |
ତେଣୁ ପୀଡିତା ନିଜେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପରେ ଏବେ ଜାତୀୟ ପ୍ରସଙ୍ଗ ପାଲଟିଯାଇଥିବା ଭରତପୁର ଥାନା ଲଜ୍ଜା ଘଟଣାରେ ସରକାର ଆସନ୍ତା ୬୦ ଦିନ ଯାଏ ଏକ ପ୍ରକାର ଆଶ୍ୱସ୍ତ ହୋଇଛନ୍ତି |

Imageଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ କରିଥିବା ବିଚାର ବିଭାଗୀୟ ତଦନ୍ତ ଦାବି ସରକାର ମାନିନେବା ପରେ ବିଜେଡି ଏ ପ୍ରସଙ୍ଗରେ ଏକ ପ୍ରକାର ନିରସ୍ତ ହୋଇଯାଇଛି |

0
0
0
s2sdefault