ହେଡଲାଇନସ୍:

ପଦ୍ମପୁର ପର୍ଶୁରାମ ବାହିନୀ ଆନୁକୁଲ୍ୟ ରେ ରକ୍ତ ଦାନ ଶିବିର ଆୟୋଜିତ। ୯ ୟୁନିଟ୍ ସଂଗୃହୀତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର :ରକ୍ତ ଭଣ୍ଡାର ରେ ରକ୍ତ ର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ପଦ୍ମପୁର ପର୍ଶୁରାମ ବାହିନୀ ଆନୁକୁଲ୍ୟରେ ତଥା ପଦ୍ମପୁର ପର୍ଶୁରାମ ବାହିନୀ ସଭାପତି ଭରତ ପଣ୍ଡା ଙ୍କ ନେତୃତ୍ୱରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ପଦ୍ମପୁର ବ୍ରାହ୍ମଣ ସମାଜ ସଭାପତି ଜୟ ନାରାୟଣ ତ୍ରିପାଠୀ ଉଦ୍ଘାଟନ କରିଥିଲେ।ଅତିଥି ଭାବରେ ଡକ୍ଟର ପ୍ରଭାତ ନାରାୟଣ ତ୍ରିପାଠୀ, ଶାନ୍ତନୁ ପାଣିଗ୍ରାହୀ ଓ ଚନ୍ଦ୍ର ପୁରୋହିତ ଯୋଗଦାନ କରିଥିଲେ। ଏହି ରକ୍ତ ଦାନ ଶିବିର ରେ ପର୍ଶୁରାମ ବାହିନୀ ର ସଦସ୍ୟ ଆଶିଷ ଶର୍ମା ,ଲିପନ ଦାସ ,ବଳଦେବ ପାଣିଗ୍ରାହୀ , ଭରତ ପଣ୍ଡା , ରିପନ୍ ତ୍ରିପାଠୀ , ଚିନ୍ମୟ ପାଣିଗ୍ରାହୀ , ଶରତ କୁମାର ଶତପଥୀ ,ଅରବିନ୍ଦ ପାଣିଗ୍ରାହୀ ଓ ପ୍ରତ୍ୟୁଷ କୁମାର ପାଢ଼ୀ ରକ୍ତ ଦାନ କରିଥିଲେ । ପର୍ଶୁରାମ ବାହିନୀ ର ସଦସ୍ୟ ତୃପ୍ତିମୟ ତ୍ରିପାଠୀ ରାକେଶ କୁମାର ଦାଶ , ସୁଧାଂଶୁ ତ୍ରିପାଠୀ ଏବଂ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

0
0
0
s2sdefault