ହେଡଲାଇନସ୍:

ପାରାଦୀପରେ ବନ୍ଦର ଦିବସ ଓ ବୋଇତ ବନ୍ଦାଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରାଦୀପ : ପାରାଦୀପ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର କାର୍ତ୍ତୀକ ପୂର୍ଣ୍ଣିମା ଅବସରରେ ଆଜି ବନ୍ଦର ତରଫରୁ ବନ୍ଦର ଦିବସ ଓ ବୋଇତ ବନ୍ଦାଣ ଉସôବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋତାଶ୍ରୟ ମଧ୍ୟରେ ଥିବା ୱେଟ ବେସିନ ଠାରେ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ପାରମ୍ପରିକ ଢଙ୍ଗରେ ସଜାଯାଇଥିବା ଏକ ଯନ୍ତ୍ରଚାଳିତ ବୋଇତରେ ପୁରାତନ ନୈବାଣିଜ୍ୟ ସ୍ମୃତି ଉଜାଗର ନିମନ୍ତେ ପୂଜିତ କଳସ ଅଧ୍ୟକ୍ଷ ଶ୍ରୀ ରାଏ ସାଧବ ପୁଅ ମାନଙ୍କୁ ପ୍ରଦାନ କରିଥିଲେ । ଏବଂ ଏହାପରେ ସାଧବ ମାନେ ବୋଇତରେ ଯାତ୍ରା ଆରମ୍ଭ କରିଥିଲେ । ଏହି ପରମ୍ପରାରେ କାର୍ଯ୍ୟକ୍ରମ ବନ୍ଦର ପ୍ରଶାସନ ଦ୍ୱାରା ୧୯୭୪ ମସିହା ଠାରୁ ହୋଇଆସୁଅଛି । ଏହାପରେ ଆୟୋଜିତ ଏକ ସ୍ମୃତି ସଭାରେ ବନ୍ଦରର ହାର୍ବର ମାଷ୍ଟର କ୍ୟାପଟେନ ଏ.କେ.ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପୋର୍ଟ ଡେ ବା ବନ୍ଦର ଦିବସର ତାତ୍ପର୍ୟ ସଂପର୍କରେ ବୁଝାଇଥିଲେ । ମୁଖ୍ୟ ଅତିଥି ବନ୍ଦର ଅଧ୍ୟକ୍ଷ ଶ୍ରୀ ରାଏ ସମଦେତ ଜନସାଧାରଙ୍କୁ ଆଜିର ପବିତ୍ର କାର୍ତ୍ତୀକ ପୁର୍ଣ୍ଣମା ଓ ବନ୍ଦର ଦିବସର ତାପôର୍ଯ୍ୟ ସଂପର୍କରେ କହିବା ସହିତ ବନ୍ଦର ସ୍ରଷ୍ଟା ତଥା ମହାନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦୁରଦୃଷ୍ଟି ପ୍ରଚେଷ୍ଟାର ସ୍ମୃତି ଚାରଣ କରିଥିଲେ । ଏହି ପରିପ୍ରେକ୍ଷିରେ ବନ୍ଦର ଉପାଧ୍ୟକ୍ଷ ଶ୍ରୀ ଏନ୍.ଭାୟାପୁରି ସମ୍ମାନ୍ନୀତ ଅତିଥିଭାବେ ଯୋଗଦେଇ ଓଡିଶାର ଏହି ମହାନ ଦିବସ ଓ ବନ୍ଦର ଦିବସର ମହାନ ପରମ୍ପରାର ବେଶ ପ୍ରଶଂସା କରିଥିଲେ ।  

0
0
0
s2sdefault