ହେଡଲାଇନସ୍:

ଭେଣ୍ଟିଲେଟରରେ   ପୂର୍ବତନ ହୋମଗାର୍ଡ ଡିଜି  ବିନୟ ବେହେରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର :ଭାରତୀୟ ପୋଲିସ ସେବାର ଜଣେ ଦକ୍ଷ ତଥା ଟାଣୁଆ ଆଇପିଏସ ଅଫିସର ପୂର୍ବତନ ହୋମଗାର୍ଡ ଡିଜି ବିନୟ ବେହେରା ଏବେ ଲାଇଫ ସପୋର୍ଟ ସିଷ୍ଟମରେ  ।  ହଠାତ୍ ଅସୁସ୍ଥ ହେବାରୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱରସ୍ଥିତ କେୟାର ହସ୍ପଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଏବେ ଭେଣ୍ଟିଲେଟରରେ  ରଖାଯାଇଥିବା ବିଷୟ କେୟାର ହସ୍ପିଟାଲ ସୂତ୍ରରୁ ଜଣାପଡିଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଏୟାର ଆମ୍ବୁଲାନ୍ସ ଯୋଗେ ଶନିବାର ନୂଆଦିଲ୍ଲୀ ନେବା ନିମନ୍ତେ ଚିନ୍ତା କରାଯାଉଥିଲା । ହେଲେ କେୟାର ହସ୍ପିଟାଲର ଡାକ୍ତରମାନେ ଶ୍ରୀ ବେହେରାଙ୍କୁ ସ୍ଥାନାନ୍ତର କରିବା ନେଇ ରାଜି ହୋଇନଥିଲେ । ଗତ ଶୁକ୍ରବାର ଓ ଶନିବାର ଦିନ ତାଙ୍କ ଶରୀରରେ ଡାଏଲିସିସ କରାଯାଇଥିଲା।

ଗତ ୩୧ ତାରିଖ ଦିନ ଶ୍ରୀ ବେହେରା ଡିଜି ହୋମଗାର୍ଡ ପଦରୁ ଅବସର ନେଇଥିଲେ । ଅବସର ପରେ ବିଭାଗ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା । ବିଦାୟ ସମ୍ବର୍ଦ୍ଧନା ଓ ସାଲୁଟ୍ ନେବା ପରେ ସେ ଘରକୁ ଫେରିଥିଲେ  । ତେବେ ତାଙ୍କର ଭୀଷଣ ଜ୍ୱର ହେବାରୁ ତାଙ୍କୁ ତୁରନ୍ତ କଟକଠାରେ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ସହାୟତା ନିଆଯାଇଥିଲା । ତେବେ ଗତ ୧ ତାରିଖ ଦିନ ଅଧିକ ଚିକିତ୍ସା ନିମନ୍ତେ ପରିବାର ପକ୍ଷରୁ ତାଙ୍କୁ ନବ ନିର୍ମିତ କେୟାର ହସ୍ପିଟାଲରେ ଭର୍ତି  କରାଯାଇଥିଲା । ନିମୋନିଆ ରୋଗରେ ପୀଡିତ ହେବାରୁ ନିଃଶ୍ୱାସ ପ୍ରଶ୍ୱାସ ନେବା କ୍ଷେତ୍ରରେ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡକ୍ଟର ମହେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ୬ ଜଣିଆ ବିଶେଷଜ୍ଞ ଡାକ୍ତର ଟିମ୍ ତାଙ୍କୁ ଭେଣ୍ଟିଲେଟର  ରଖିବା ସଙ୍ଗେ ସଙ୍ଗେ ଜରୁରୀକାଳୀନ ଚିକିତ୍ସା କରିଥିଲେ  । ତାଙ୍କର ଚିକିତ୍ସା ସକାଶେ ଫର୍ଟିସ  ହସ୍ପିଟାଲର ୨ ଜଣ ଡାକ୍ତର ଶନିବାର ଏଠାରେ ଆସି ପହଂଚିଥିଲେ ବୋଲି ଶୁଣିବାକୁ ମିଳିଛି ।  ଏ ସଂପର୍କରେ ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀମାନେ ହସ୍ପିଟାଲରେ ପହଂଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି  ବୁଝିଛନ୍ତି  । 

ଆଶା କରାଯାଏ, ସେ ମାନସିକ ସ୍ତରରେ ବହୁତ ଷ୍ଟ୍ରଙ୍ଗ ଥିଲେ ମଧ୍ୟ ସରକାରଙ୍କ ତରଫରୁ ତାଙ୍କୁ ସେବାର ସମୁଚିତ ସୁଯୋଗ ଦେଇନଥିବା ଯୋଗୁ ସେ ମାନସିକ ସ୍ତରରେ ଦୁଃଖୀ ଥିଲେ ବୋଲି ଶୁଣିବାକୁ ମିଳୁଛି  । ନିକଟରେ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ, କିଏ ତାଙ୍କ କାର୍ଯ୍ୟ ଦକ୍ଷତାକୁ ସ୍ଵୀକାର କଲା ନକଲା ତାହା ଭିନ୍ନ କଥା , ତାଙ୍କୁ କେଉଁ ପଦବୀରୁ ବଂଚିତ କରାଗଲା ସେ ବି ଭିନ୍ନ କଥା, ହେଲେ ତାଙ୍କୁ ଯେତେବେଳେ ଯେଉଁ ଦାଇତ୍ୱ ଦିଆଯାଇଛି ତାକୁ ସେ ସୁଚାରୁ ରୂପେ ନିର୍ଵାହନ କରିଛନ୍ତି .  ।  

 

0
0
0
s2sdefault