ହେଡଲାଇନସ୍:

ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ, ଓଡ଼ିଶା ଦ୍ବାରା ୭୮ ତମ ସ୍ବାଧିନତା ଦିବସ ପାଳିତ ।

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର : ୧୫/୮/୨୪ :ଆଜି ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ ଦ୍ବାରା ଗୁଣପୁର ଆମ ବଜାର ସ୍ଥିତ ଅଫିସ ଠାରେ ୭୮ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । "ମାନବ ସେବା ହିଁ ମାଧବ ସେବା" ଏହାକୁ ପାଥେୟ କରି ନିଜର କର୍ମ ପଥରେ ଆଗେଇ ଚାଲିଛି ଏହି ମାନବ ଅଧିକାର ସଂରକ୍ଷଣ ପରିଷଦ । ଆଜିର ଏହି ପୁଣ୍ୟ ସ୍ବାଧିନତା ଦିବସ ଅବସରରେ ଓଡ଼ିଶା ଷ୍ଟେଟ ଡାଇରେକ୍ଟର ଗୁଡ୍ଲା ଚିନି କ୍ରୀଷ୍ଣା ଜାତୀୟ ପତାକା ଉତ୍ତୋଳନ କରି ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ତାଙ୍କ ମତରେ ଯେତେବେଳ ଯାଏଁ ସମାଜରୁ ଦୁର୍ନୀତି , ଶୋଷଣ , ଭ୍ରଷ୍ଟାଚାର ଲୋପ ହୋଇନାହିଁ ଆମେ ନିଜକୁ ସ୍ବାଧୀନ ବୋଲି କିପରି କହିବା ? ତଥାପି ଆମେ ସ୍ବାଧୀନ ଭାରତର ନାଗରିକ । ଷ୍ଟେଟ ଚେୟାରମେନ ପ୍ରଭାକର ପୋଣ୍ଟୁରୁ ନିଜ ଅଭିଭାଷଣରେ କହିଥିଲେ ଯେ ,ସମସ୍ତ ମାନବାଧିକାର କର୍ମୀ ଏକାଠି ହୋଇ ସମାଜର ଦଳିତ , ନିଷ୍ପେସିତ ଓ ଅତ୍ୟାଚାରିତ ଲୋକଙ୍କ ସହଯୋଗ ପାଇଁ ସବୁବେଳେ ତତ୍ପର ରହିବା ଆବଶ୍ୟକ । ଆଜିର ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଉନା ହରିନାଧା ରାଓ ଯୋଗଦେଇ କହିଥିଲେ ଯେ , ଜାତିଆଣ ଭାବ ପିଲାଟି ବିଦ୍ୟାଳୟରେ ନିଜ ନାମ ଲେଖାଇବା ସମୟରୁ ହିଁ ଆରମ୍ଭ ହୋଇଯାଉଛି । ଯେତେବେଳ ଯାଏଁ ସ୍କୁଲ ଫର୍ମରେ ପିଲାଟିର ଜାତି ଲେଖିବା ବନ୍ଦ ନହେବ ସେତେବେଳ ଯାଏଁ ଆମ ଦେଶରୁ ଜାତିଆଣ ଭେଦଭାବ ହଟିବ ନାହିଁ । ଏହି ଅବସରରେ ଗୁଣପୁର ବ୍ଲକ ଭାଇସ ଚେୟାରମେନ ଆଲାଜର ରଇତ ନିଜ ଅଭିଭାଷଣରେ କହିଥିଲେ ଯେ , ମାନବ ଅଧିକାରର ସୁରକ୍ଷା ପାଇଁ ଆମେ ମିଳିମିଶି ଲଢେଇ କରିବାକୁ ପଡିବ । ତେଣୁ ସମସ୍ତ ମାନବ ଅଧିକାର କର୍ମୀ ଏହି ପୁଣ୍ୟ ଦିବସରେ ମାନବ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଶପଥ ନେବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ଗୁଣପୁର ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରାୟ ୫୦ ଜଣ କର୍ମୀ ଯୋଗଦେଇଥିଲେ । ଶେଷରେ ଷ୍ଟେଟ ଜେନେରାଲ ସେକ୍ରେଟାରୀ ବିପିନ ବିହାରୀ ପାଲକା ଧନ୍ୟବାଦ ଅର୍ପଣ କରିଥିଲେ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

0
0
0
s2sdefault