ହେଡଲାଇନସ୍:

ନାରୀଶକ୍ତି ବନ୍ଦନ' ପଦଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୬.୦୪.୨୦୨୬/ସୁମନ୍ତକୁମାରଦାସ: ଭାଗିଦାରୀ ନୁହେଁ, ପ୍ରତିନିଧିତ୍ୱ ଦରକାର। ନାରୀ ଶକ୍ତି ବନ୍ଦନ ଅଧିନିୟମ ୨୦୨୩ ଦ୍ଵାରା ସଂସଦ ଏବଂ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣର ଅଧିକାର ମିଳିବାକୁ ଯାଉଛି। ଏହା ଭରତୀୟ ସଂସଦ ର ଏକ ଐତିହାସିକ ଅଧ୍ୟାୟ ଯାହା ୧୯ ସେପ୍ଟେମ୍ବର ୨୦୨୩ ସ୍ବତନ୍ତ୍ର ଅଧିବେଶନ ରେ ଆଗତ ହୋଇ ପରେ ରାଷ୍ଟ୍ରପତି ଙ୍କ ସ୍ବୀକୃତି ଲାଭ କରିଥିଲା।ଏହି ଅଧିନିୟମ କୁ ସମର୍ଥନ ଜଣାଇବା ପାଇଁ ମହିଳାଙ୍କ ସଶକ୍ତିକରଣ ଓ ସମ୍ମାନର ଅନନ୍ୟ ଉତ୍ସବ ଭାବେ
ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଏକ ବିଶାଳ 'ନାରୀଶକ୍ତି ବନ୍ଦନ' ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।
ଏକ ବିଶାଳ ଜନଜାଗରଣ ଅଭିଯାନ ମହିଳା ସଶକ୍ତିକରଣକୁ ନେଇ “ନାରୀ ଶକ୍ତି ବନ୍ଦନ ପଦଯାତ୍ରା” ଆଜି ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟରେ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀରୁ ଆରମ୍ଭ ହୋଇ କଲେକ୍ଟରେଟ୍ ଗ୍ରାଉଣ୍ଡ ପର୍ଯ୍ୟନ୍ତ ସଫଳତାର ସହ ଆୟୋଜିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ପଦଯାତ୍ରା ରେ ପ୍ରାୟ ୨୦୦୦ରୁ ଅଧିକ ମହିଳା WSHG ସଦସ୍ୟ, ଜିଲ୍ଲା ସ୍ତରୀୟ ଫେଡେରେସନ୍ ପ୍ରତିନିଧିମାନେ, କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଓ ଆଙ୍ଗନବାଡ଼ି କର୍ମୀମାନଙ୍କର ଉତ୍ସାହଭରା ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଏହି ବିଶାଳ ସଂଖ୍ୟାର ଉପସ୍ଥିତି ମହିଳାଙ୍କ ଅଧିକାର ଓ ସଶକ୍ତିକରଣ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ପ୍ରକାଶ କରିଥିଲା। ଏହି ପଦଯାତ୍ରା ଆୟୋଜିତ ଅଭିଭାଷଣ କାର୍ଯ୍ୟକ୍ରମ ସହ ଶେଷ ହୋଇଥିଲା। ଏହି ରାଲି ଲିଙ୍ଗ ସମାନତା, ମହିଳାଙ୍କ ଅଧିକାର ଓ ସମାଜର ସମସ୍ତ ସ୍ତରରେ ମହିଳା ସଶକ୍ତିକରଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ରୂପେ କାର୍ଯ୍ୟ କରିଥିଲା।

0
0
0
s2sdefault