ହେଡଲାଇନସ୍:

ସିବିଏସଇ ଦଶମ ପରୀକ୍ଷାରେ ମଦର୍ସ ଗ୍ରୁପ ଅଫ୍ ସ୍କୁଲ୍‌କୁ ବଡ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୦୦% ନମ୍ବର ରଖି ଜାତୀୟ ଟପର ହୋଇଛନ୍ତି ପୁରୀ ଛାତ୍ରୀ ଟୀନା ରଥ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ କରାଯାଇଛି । ଏଥିରେ ୧୦୦% ପାସ୍ ହାର ସହ ମଦର୍ସ ଗ୍ରୁପ ଅଫ୍ ସ୍କୁଲ୍‌ସ ପୁଣିଥରେ ଉଲ୍ଲେଖନୀୟ ଶିକ୍ଷାଗତ ସଫଳତା ହାସଲ କରିଛି । ସ୍କୁଲର ପୁରୀ ବ୍ରାଂଚର ଛାତ୍ରୀ ଟୀନା ଥର ୧୦୦% ନମ୍ବର ରଖି ସ୍କୁଲ, ରାଜ୍ୟ ଓ ଦେଶର ଟପର ହୋଇଛନ୍ତି । ସମୁଦାୟ ୫୦୦ରୁ ୫୦୦ ମାର୍କ ରଖି ଟୀନା ମଦର୍ସ ଗ୍ରୁପ ଅଫ୍ ସ୍କୁଲ ଇତିହାସରେ ନିଜ ନାମ ଲିପିବଦ୍ଧ କରିଛନ୍ତି ।

ସ୍କୁଲର ପ୍ରତିଷ୍ଠାତ୍ରୀ ଓ ପ୍ରିନ୍ସିପାଲ ଶ୍ରୀମତି ପଲି ପଟ୍ଟନାୟକ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ “ଏହି ଫଳାଫଳ ଆମ ଛାତ୍ରଛାତ୍ରୀଙ୍କର ନିରନ୍ତର ପ୍ରୟାସ, ଶୃଙ୍ଖଳା ଓ ଦୃଢ ନିଷ୍ଠାର ପ୍ରମାଣ ଅଟେ” ବୋଲି କହିଛନ୍ତି । ସ୍କୁଲର ଏହି ଐତିହାସିକ ସଫଳତା ଛାତ୍ରଛାତ୍ରୀଙ୍କ ମିଳିତ ପ୍ରଦର୍ଶନ ଯୋଗୁଁ ସମ୍ଭବ ହୋଇପାରିଛି । ସ୍କୁଲର ମୋଟ ୨୯୯ ଛାତ୍ରଛାତ୍ରୀ ୧୦ମ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୭୭ ଜଣ ଛାତ୍ରଛାତ୍ରୀ (ପ୍ରାୟ ୬୦%) ୯୦% କିମ୍ବା ତାହାଠାରୁ ଅଧିକ ମାର୍କ ରଖିଛନ୍ତି । ଏଥିସହିତ ମଦର୍ସ ଗ୍ରୁପ୍ ଅଫ୍ ସ୍କୁଲର ୟୁନିଟ-୧ ବ୍ରାଂଚ ୯୧.୩%ର କ୍ଲାସ୍ ଆଭ୍‌ରେଜ ରେକର୍ଡ କରିଛି ।

ଏହି ଫଳାଫଳ ସମସ୍ତ ବ୍ରାଂଚରେ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ସୂଚିତ କରୁଛି । ୟୁନିଟ୍‌-୧ ବ୍ରାଂଚର ଅକ୍ଷିତ ସାମଲ ୯୯.୮% ମାର୍କ ରଖି ୨ୟ ସ୍ଥାନରେ ରହିଥିବା ବେଳେ ୯୯.୪% ମାର୍କ ରଖି ମୋଟ ୭ ଜଣ ଛାତ୍ରଛାତ୍ରୀ ୩ୟ ସ୍ଥାନରେ ରହିଛନ୍ତି । ଖଣ୍ଡଗିରି, ପୁରୀ ଓ ପାହାଳ ବ୍ରାଂଚ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି, ଯାହା ପ୍ରମାଣ କରୁଛି ଯେ, ମଦର୍ସ ଗ୍ରୁପ୍‌ର ଶିକ୍ଷା ବ୍ୟବସ୍ଥା ନିରନ୍ତର ଭାବେ ସମ୍ଭାବନାକୁ ଶୀର୍ଷ-ସ୍ତରର ଜାତୀୟ ର‌୍ୟାଙ୍କିଙ୍ଗରେ ପରିଣତ କରୁଛି ।

ସ୍କୁଲର ଏହି ସଫଳତା ଏକ ସାମଗ୍ରିକ ଶିକ୍ଷାଗତ ଦର୍ଶନ ସହ ଜଡିତ । ଏହି ଶିକ୍ଷାନୁଷ୍ଠାନ ଦକ୍ଷ ଶିକ୍ଷକ ଶିକ୍ଷୟତ୍ରୀ, ପ୍ରଗତିଶୀଳ ମାର୍ଗଦର୍ଶନ ଓ ଅଭିଭାବକଙ୍କ ସହ ମଜବୁତ ସହଯୋଗିତା କାରଣରୁ ଏହି ସଫଳତା ହାସଲ କରିପାରିଛି । ‘ଏକାଡେମିଆ-ଅନ୍‌ଭେଲିଂ ଦ ଏକ୍ସିଲେନ୍ସ’ ସିଦ୍ଧାନ୍ତ ଅଧୀନରେ ମଦର୍ସ ଗ୍ରୁପ ଅଫ୍ ସ୍କୁଲସ ଦୃୃଢ,ଭବିଷ୍ୟତ-ପ୍ରସ୍ତୁତ ବ୍ୟକ୍ତିଙ୍କୁ ବିକଶିତ କରିବା ଜାରି ରଖିଛି, ଯାହା ପ୍ରମାଣ କରୁଛି ଯେ, ଦୃଢ ନିଷ୍ଠାର ଏକ ସଂସ୍କୃତି ଅସାଧାରଣ ସଫଳତା ପାଇଁ ପ୍ରେରଣାର ବାସ୍ତବ ଉତ୍ସ ଅଟେ ।

 

 

 

0
0
0
s2sdefault