ସମସ୍ୟା ସମାଧାନ ନ ହେଲେ ଆତ୍ମହତ୍ୟା ଚେତାବନୀ ।
ପଦ୍ମପୁର :- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଠାରେ ଚାଷୀ ମାନେ ସ୍ମାର୍ଟ୍ କେନାଲ କାର୍ଯ୍ୟ ଯୋଗୁଁ ଜମିରେ ପାଣି ଜମି ରହିବାରୁ ଅଭିଯୋଗ କରିଛନ୍ତି । ସ୍ମାର୍ଟ୍ କେନାଲ ନାଁରେ ଏସ.ଡି.ଓ ସହ ଜେ.ଇ ନିମ୍ନ ମାନର କାର୍ଯ୍ୟକରିବା ସହ ଚାଷୀଙ୍କ ସମସ୍ୟା ଶୁଣୁନାହାନ୍ତି । ଚାଷୀଙ୍କ ପାଣି ଯିବା ରାସ୍ତାକୁ ଅବରୋଧ କରିଥିବା ବେଳେ ଚାଷୀଙ୍କ ଏକର ଏକର ଜମିରେ ପାଣି ଭର୍ତି ହୋଇ ରହିଯାଇଛି । ବିଲରେ ଧାନ ଚାଷ କରିଥିବା ବେଳେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିନି କେନାଲ ବିଭାଗ । ଏନେଇ ଜମିରେ ଧାନ ଚାଷ ହୋଇଥିବା ବେଳେ ଧାନ ପାଣିରେ ବୁଡ଼ି ରହିଛି । ସେପଟେ ଚାଷୀ ବାରମ୍ଵାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦୁଇ ଦିନ ଭିତରେ ତାର ସମାଧାନ ନ କଲେ ଆତ୍ମହତ୍ୟା କରିବୁ ବୋଲି ଚେତାବନୀ ଦେଇଛନ୍ତି ରାଇସଲପଦର ଚାଷୀ କପୂର୍ଚନ ସାହୁ, ଜୟଚନ୍ଦ୍ର ସାହୁ, ଅମଲିପାଲି ର ଶୁକଦେବ ସାହୁ ଓ ଆଖପାଖ ଚାଷୀ ।