ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁରରେ ଅବସ୍ଥିତ ଗାନ୍ଧି ପବ୍ଲିକ ସ୍କୁଲରେ ବ୍ୟାଜ ଅଳଙ୍କରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଆଇଇଟି ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ଡ଼ଃ ଜଗଦିଶ ପଣ୍ଡା ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ଛଅଟି ଗୃହ ବଳରାମ, ଗୋପବନ୍ଧୁ, ସିଭି ରମଣ, ଶିବାଜୀ ,ଏପିଜେ ଓ ସରୋଜିନୀର କ୍ୟାପଟେନ, ଭାଇସ୍ କ୍ୟାପଟେନ, ଗୃହ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ହେଡ ଗାର୍ଲ,ହେଡ ବୟ ତଥା ଅନ୍ୟ ଛାତ୍ରଛାତ୍ରୀ ଲିଡର ମାନଙ୍କୁ ବ୍ୟାଜ ପ୍ରଦାନ କରାଯାଇଥିଲା । ଏହି ଗୃହ ଗୁଡିକ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ସାଂସ୍କୃତିକ, ଖେଳକୁଦ ବକ୍ତୃତା, ଚିତ୍ର କଳା, ନୃତ୍ୟ ସଙ୍ଗୀତ, ପ୍ରକଳ୍ପ ,ଶୃଙ୍ଖଳା ଓ ସଭା ସମିତି କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ କରିଥାନ୍ତି । ଗୃହର ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କ ମାର୍ଗ ଦର୍ଶକ ହୋଇଥାନ୍ତି ।
ଏହି କାର୍ଯ୍ୟକ୍ରମର ମହତ୍ୱ ବିଷୟରେ ଆକ୍ଟିଭିଟି ଇନଚାର୍ଜ ପୁନମ ସିଂ ଅଭିଭାଷଣ ଦେଇଥିଲେ । ଶ୍ରେଣୀ ମନିଟର ମାନଙ୍କୁ ଶିକ୍ଷୟତ୍ରୀ ସସ୍ମିତା ପଟ୍ଟନାୟକ ହାଉସ କ୍ୟାପଟେନ ଓ ଭାଇସ କ୍ୟାପଟେନମାନଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଟି ଶ୍ରୀଦେବୀ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ପାଠୀ ହେଡବୟ, ହେଡଗାର୍ଲ ତଥା ଅନ୍ୟ ଛାତ୍ରଛାତ୍ରୀ ଲିଡର ମାନଙ୍କୁ ଶପଥ ପାଠ କରାଇଥିଲେ । ହାଉସର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୂଖ୍ୟ ଅତିଥି ବ୍ୟାଜ୍ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ପାଠୀ କହିଲେ ଯେ ଦାୟିତ୍ବବାନ ହୋଇ ବିଦ୍ୟାଳୟ ତଥା ଦେଶର ଟେକ ରଖିବା ପ୍ରତ୍ୟେକ ଛାତ୍ରଛାତ୍ରୀ ର କର୍ତ୍ତବ୍ୟ ଅଟେ । ଜିଆଇଇଟି ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ଛାତ୍ରଛାତ୍ରୀଙ୍କୁ କହିଲେ ତୁମର କୌଣସି ପଦବୀ ବା ଦାୟିତ୍ୱର କାର୍ଯ୍ୟଧାରା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବା ଉଚିତ। ଶେଷରେ ହାଉସର ଛାତ୍ରଛାତ୍ରୀଙ୍କ ପରେଡ଼ରେ ମୂଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ । କ୍ରୀଡା ଶିକ୍ଷକ ଶ୍ରୀ ଦିଲୀପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରୂପା ରମାଦେବୀ ପରିଚାଳନା କରିଥିଲେ।
ଜିଆଇଇଟି ବିଶ୍ୱବିଦ୍ୟାଳୟ ସଭାପତି ଡ଼ଃ ସତ୍ୟପ୍ରକାଶ ପଣ୍ଡା ଉପସଭାପତି ଡଃ ଚନ୍ଦ୍ରଧ୍ଵଜ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।