ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପଞ୍ଚାୟତ ସମିତି ଗୁମ୍ମାର ସମ୍ମେଳନ କକ୍ଷଠାରେ ଗୁମ୍ମା ପଞ୍ଚାୟତ ସମିତିର ସମସ୍ତ ପଞ୍ଚାୟତର ସରପଞ୍ଚ , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନେଇଁ ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ସହାୟତାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା
ଆଜିକାର ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଞ୍ଚାୟତ ସ୍ତରରେ ଥିବା Un-Tied ଅନୁଦାନର ଶତକଡ଼ା ୫ ପ୍ରତିଶତ ଅର୍ଥକୁ ଶିଶୁ ଉନ୍ନୟନ ନିମନ୍ତେ ଖର୍ଚ୍ଚ କରିବା ଉପରେ ପଞ୍ଚାୟତ ପ୍ରତିନିଧିଙ୍କୁ ସଚେତନତା କରାଇବା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ଯକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଳ ଯୋଗଦେଇ ସଭାକୁ ଉଦ୍ଘାଟନ କରିବା ସହ ସମସ୍ତ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଉପସ୍ଥିତ ସଭ୍ୟ/ ସଭ୍ୟାଙ୍କୁ ଅନୁରୋଧ କରିଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ ସରକାରଙ୍କ ତରଫରୁ ସହାୟତା ଆବଶ୍ୟକ କରୁଥିବା ଶିଶୁମାନଙ୍କ ପାଇଁ ବିଭିନ୍ନ ଯୋଜନା ଯଥା Sponsorship ଯୋଜନା , ବିଜୁ ଶିଶୁ ସୁରକ୍ଷା ଯୋଜନା , After Care ଏବଂ Foster Care ଯୋଜନା ଉପରେ ଆଲୋକପାତ କରିଥିଲେ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆକାଶ କୁମାର ପଣ୍ଡା ଯୋଗଦେଇ ଶିଶୁଙ୍କ ଶିକ୍ଷା ଏବଂ ପିଲାଙ୍କ ମୋବାଇଲ ଆଗ୍ରହ ପ୍ରତି ମାତା ପିତା ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଝାଇଥିଲେ।
ଶିଶୁବିକାଶ ଓ ପ୍ରକଳ୍ପ ଅଧିକାରୀଣୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଯୋଗଦେଇ ଶିଶୁ ଅଧିକାର , କନ୍ୟା ଭୃଣହତ୍ୟା ବନ୍ଦ କରିବା , ଲିଙ୍ଗ ନିରୁପଣ ବନ୍ଦ କରିବା , Illegal Adoption , ଶିଶୁଙ୍କ ଶିକ୍ଷା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ପଞ୍ଚାୟତ ସମିତିର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଟି ସୁରି ଯୋଗଦେଇ ପଞ୍ଚାୟତ ରାଜ ବିଭାଗର ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ ଏବଂ ଶେଷରେ ବ୍ରହ୍ମପୁର ଅରୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରୋଜେକ୍ଟ ମେନେଜର ଶ୍ରୀ ରୂପକ କୁମାର ସାହୁ ଯୋଗଦେଇ Child Friendly Village , ଶିଶୁଙ୍କ ପାଇଁ ଉନ୍ନତ ଶିକ୍ଷା , ବାଲ୍ୟବିବାହ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା , ଦଶମ ଶ୍ରେଣୀ ଉନ୍ନତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପାଇଁ Career Counseling Camp ର ଆୟୋଜନ କରିବା , ପିତୃମାତୃହୀନ ଶିଶୁଙ୍କ ପାଇଁ ପୃଷ୍ଠପୋଷକ ରାଶି ପ୍ରଦାନ କରିବା , ଶିଶୁ ମାନଙ୍କୁ ଯୌନ ନିର୍ଯ୍ୟାତନାରୁ ସୁରକ୍ଷା ଦେବାର ବିଭିନ୍ନ ଦିଗ ଉପରେ ଯୋଜନା ପ୍ରସ୍ତୁତ କରି ଗ୍ରାମ ପଞ୍ଚାୟତ ଉନ୍ନତି ଯୋଜନା ଭିତରେ ରଖାଯାଇପାରିବ ସେଥିପ୍ରତି ବିଶେଷ ଭାବେଗୁରୁତ୍ୱ ଦେଇଥିଲେ। ପଞ୍ଚାୟତକୁ ଆସୁଥିବା ଅନୁଦାନର ଶତକଡ଼ା ୫ ପ୍ରତିଶତ ଅର୍ଥକୁ ଶିଶୁ ସୁରକ୍ଷା ନିମନ୍ତେ ସୁବିନିଯୋଗ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ACTION-AID ର ଜିଲ୍ଲା ପରାମର୍ଶ ଦାତା ଶ୍ରୀ ଶେଷଦେବ ଭୋଇ ଶିଶୁ ବିବାହ ର ଭୟଭୟତା ଏବଂ POCso ACT ବିଷୟରେ ଅବଗତ କରାଇଥିଲେ।
ଶେଷରେ ଅରୁଣା - CRSର ପୋଗ୍ରାମ ମେନେଜର ଶ୍ରୀ ରୂପକ କୁମାର ସାହୁ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ।
ରାଜ୍ୟ
ପଞ୍ଚାୟତ ସ୍ତରରେ ଥିବା Un-Tied ଅନୁଦାନର ଶତକଡ଼ା ୫ ପ୍ରତିଶତ ଅର୍ଥକୁ ଶିଶୁ ଉନ୍ନୟନ ନିମନ୍ତେ ଖର୍ଚ୍ଚ କରିବା ଉପରେ ଗୁମ୍ମା ବ୍ଲକ ର ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ
- Hits: 122