ନୂଆଦିଲ୍ଲୀ, (ଶାସକ ପ୍ରଶାସକ ବ୍ୟୁରୋ): ଲୋକଙ୍କୁ ଅପମାନିତ କରିବା କେବେ ହେଲେ ନିଜର ଶକ୍ତି ବା ସାମର୍ଥ୍ୟ ହୋଇପାରେନା । ଏହା ଦୁର୍ବଳତାର ସଙ୍କେତ ଅଟେ ବୋଲି ସୋସିଆଲ ମିଡିଆ ଜରିଆରେ ଦେଶବାସୀଙ୍କ ନିକଟରେ ନିଜ ଭାବନା ବ୍ୟକ୍ତ କରି କହିଛନ୍ତି ବିରୋଧି ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଜୀବନରେ ହାର୍ ଜିତ୍ ସବୁବେଳେ ଘଟିଥାଏ । ହେଲେ ସେଇ କାରଣରୁ ଶ୍ରୀମତୀ ସ୍ମୃତି ଇରାନୀ ବା ଅନ୍ୟ କୌଣସି ନେତାଙ୍କୁ ତାତ୍ସଲ୍ୟ, ସମାଲୋଚନା , ଅପମାନସୂଚକ ମନ୍ତବ୍ୟ ଦେବା ଆଦୌ ଶୋଭନୀୟ ନୁହେଁ | ତେଣୁ ସ୍ମୃତି ଇରାନୀ କିମ୍ବା ଅନ୍ଯ କୌଣସି ନେତାଙ୍କ ପ୍ରତି କୌଣସି ଆପତ୍ତିଜନକ ବା ଖରାପ ମନ୍ତବ୍ଯ ବ୍ୟବହାର ନ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି"
ପ୍ରକାଶ ଥାଉକି, ଗତ ନିର୍ବାଚନରେ ସ୍ମୃତି ଇରାନୀ ଆମେଥିରୁ ହାରିଯିବା ପରେ ସୋସିଆଲ ମିଡିଆରେ ଦେଶ ତମାମ ବହୁତ ଟ୍ରୋଲର ଶିକାର ହେଉଛନ୍ତି । ତେଣୁ ଜଣେ ସମ୍ବେଦନଶୀଲ ରାଜନେତା ଭାବେ ପରିଚିତ ରାହୁଲ ଏଥିରେ ରୋକ୍ ଲଗାଇବା ଉଦ୍ଦେଶ୍ଯରେ ସୋସିଆଲ ମିଡିଆ ଜରିଆରେ ଅନୁରୋଧ କରିଛନ୍ତି ।
ରାଜ୍ୟ
କାହାକୁ ଅପମାନିତ କରିବା ଦୂର୍ବଳତାର ପ୍ରତୀକ, ତାହା ସାମର୍ଥ୍ୟ ନୁହେଁ : ରାହୁଲ ଗାନ୍ଧୀ
- Hits: 135