ହେଡଲାଇନସ୍:

"ଚମ୍ପୁଆ ବିଧାନସଭା ବାହୁବଳୀ ବିଧାୟକ ଙ୍କ ଲୋକାଲ ଗୁଣ୍ଡା ଙ୍କ ଗୁଣ୍ଡାରାଜ୍ କୁ ବର୍ଦ୍ଦାସ୍ତ୍ କରିବେନି ଭାଜପା କାର୍ଯ୍ୟକର୍ତ୍ତା"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୋଡ଼ା/ବାମେବାରି,୧୧.୦୭.୨୦୨୪ ଚମ୍ପୁଆ ରେ ଲୋକମୁଖରେ ବାହୁବଳୀ ଖଣି ମାଫିଆ ବୋଲାଉ ଥିବା ପଇସା ବଳ ରେ ବ୍ଲାକମେଲ କରି ବିଜେଡି ଟିକେଟ ରେ ଭୋଟ ହାତେଇ ବିଜୟୀ ହେଲା ପରେ ଅହଙ୍କାରୀ ହେଇ ଆଜି ନିରୀହ ଶାନ୍ତି ପ୍ରିୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ପୁଣି ଥରେ ଦବଙ୍ଗ ଗିରୀ କରି ନିଜ ଚେଲା ଚାମୁଣ୍ଡା ଗୁଣ୍ଡା ଙ୍କୁ ମତେଇ ନିଜ ଗାଁ ବାମେବାରୀ ଅଞ୍ଚଳ ନମ୍ବିରା ଗ୍ରାମ ରେ ଜଣେ ଯୁବ ବ୍ୟବସାୟୀ ତଥା ଭଲ ସଙ୍ଗଠକ ( ଶ୍ରୀ ସଞ୍ଜୟ ବାରିକ )ଯିଏ କି ନିର୍ବାଚନ ଆଗରୁ ବିଜେଡି ଦଳ ର କୁକର୍ମ ରେ ଅତିଷ୍ଠ ହୋଇ ଯଶସ୍ଵି ନରେନ୍ଦ୍ର ମୋଦୀ ଜି ଏବଂ ଭାଜପା ପାର୍ଟି ର ଆଦର୍ଶ ପ୍ରତି ଅନୁପ୍ରାଣିତ ହୋଇ ଭାଜପା ଦଳ ରେ ନିଜ ଅନୁଗାମୀ କାର୍ଯ୍ୟକର୍ତ୍ତା ଙ୍କୁ ଧରି ମିଶିବା ଦ୍ଵାରା ନିର୍ବାଚନ ବେଳର ରାଗ ସୁଝାଇ ବାକୁ ଯାଇ ତାଙ୍କୁ ସର୍ବ ସମ୍ମୁଖ ରେ ଅଭଦ୍ର ଆଚରଣ ସହ ମାଡ଼ ମାରିବା ଏବଂ ତାଙ୍କ ସହୋଯୋଗି ଦିଲୀପ ନାଏକ ଙ୍କୁ କାନ ଧରେଇ ଉଠ ବସ କରେଇବା ପୁରା ଚମ୍ପୁଆ ବିଧାନ ସଭା ଅଞ୍ଚଳ ସହ ମୁଖ୍ୟମନ୍ତ୍ରୀ ଙ୍କ ନିଜ ଜିଲ୍ଲା ରେ ଜଣେ ବିରୋଧୀ ଦଳର ବିଧାୟକ ଙ୍କ ଚାମ୍ଚା ଙ୍କ ଗୁଣ୍ଡାଗିରି ଜିଲ୍ଲା ସହ ପୁରା ଓଡ଼ିଶା ଭାଜପା କର୍ମୀ ଏବଂ ସାଧାରଣ ଜନତା ଙ୍କ ମନରେ ଗଭୀର ଆଘାତ ସହ ଭୃକୁଞ୍ଚନ ସୃଷ୍ଟି କରିଛି। ଜଣେ ଲୋକପ୍ରତିନିଧି ନିଜକୁ ସର୍ବେସର୍ବା ଭାବିବା କି ଆଜିକା ଏକବିଂଶ ଶତାବ୍ଦୀରେ ବେଙ୍ଗଲ, ବିହାର ଭଳି ଗୁଣ୍ଡରାଜ୍ କରି ଆତଙ୍କ ସୃଷ୍ଟି କରିବାର ଯୋଜନା ଓ ବିଧାୟକ ଙ୍କ ଏତାଦୃଶ ଆଚରଣରେ ଚମ୍ପୁଆ ଅଞ୍ଚଳ ର ଭାଜପା କର୍ମୀ ଙ୍କ ମନରେ ଗଭୀର ଆଘାତ ଲାଗିବା ସହିତ ନିଜ ଭାଜପା ଦଳ ର ସରକାର ଥାଇ ମଧ୍ୟ ଏହା କିଭଳି ସମ୍ଭବ ହୋଇପାରିଲା ଏହା ଉପରେ ସମସ୍ତ ଭାଜପା କର୍ମୀ ରାଗ ଜର୍ଜରିତ ହେଇ ଏହା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ , ରାଜ୍ୟ ସଭାପତି, ସମସ୍ତ ମନ୍ତ୍ରୀ,ଜିଲ୍ଲା ସଭାପତି ଙ୍କ ସହ ସମସ୍ତ ପଦାଧିକାରୀ ଏବଂ ସାଂସଦ, ବିଧାୟକ ପୁରା ଘଟଣା ରେ ଉଚିତ୍ ତଥା କଡ଼ା ଆଭିମୁଖ୍ୟ ରଖି ଆଇନ ଅନୁଯାୟୀ ପଦକ୍ଷେପ ନେବା ସହ ଆଗାମୀ ଦିନରେ ଏହା ଯେଭଳି ପୁନରାବୃତ୍ତି ନହେଉ ଏବଂ ସମସ୍ତ ଭାଜପା କାର୍ଯ୍ୟକର୍ତ୍ତା ଙ୍କ ସ୍ୱାଭିମାନ ସହ ଆଉ ଆଗକୁ ଯେଭଳି କେହି ଆଗାମୀ ଦିନରେ ବିରୋଧୀ ଦଳ କେହି ଚିନ୍ତା କରିବା ଆଗରୁ ମନ ମଧ୍ୟରେ ସରକାର ଓ ଶାସନ ବ୍ୟବସ୍ଥା ଉପରେ ଡର ଆସିବା ପାଇଁ କଡ଼ା ଆଭିମୁଖ୍ୟ ସହ ଦୃଷ୍ଟାନ୍ତ ମୂଳକ କଡ଼ା ଦଣ୍ଡ ବିଧାନ କରିବାକୁ ସଯତ୍ନ ପ୍ରୟାସ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନ ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଙ୍କୁ ନିବେଦନ। ନହେଲେ ଆଗାମୀ ଦିନରେ ଏହା ଭାଜପା କର୍ମୀ ଙ୍କ ମହଲ ରେ ବିସ୍ଫୋରକ ପରିସ୍ଥିତି ସହ ଚମ୍ପୁଆ ବିଧାନସଭା ବିଜେଡି ଦଳ ର ଖଣି ଦଲାଲ ତଥା ଦବଙ୍ଗ ବିଧାୟକ ଙ୍କ ଦବଙ୍ଗଗୀରି ଏବଂ ଟଙ୍କା ପଇସା ର ଅହଙ୍କାର ଭାଙ୍ଗିବାକୁ ରାଜରାସ୍ତାକୁ ଓହ୍ଲାଇବାକୁ କର୍ମୀ ଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନା ଚାଲିଛି ।

0
0
0
s2sdefault